ରାଜ୍ୟ

ପଇସା ପଛରେ ଗୋଡାଉଥିବା ଯୁବପିଢି ଏହି ଗାଁ ଆଡେ ଟିକେ ବୁଲି ଆସନ୍ତୁ, ଚାଷ କାମ କରି ସବୁ ଲକ୍ଷପତି

ଘଟଗାଁ(କେନ୍ୟୁଜ୍): ଚାଷକରି ଗୋଟିଏ ଗାଁର ସମସ୍ତେ ଲକ୍ଷପତି। କେବଳ ସେତିକି ନୁହେଁ, ଗାଁରେ ସମସ୍ତଙ୍କର ପକ୍କାଘର। ଅଧିକାଂଶ ଛାତ। କେତୋଟି ଘର ଟାଇଲ ଛପର। ସମସ୍ତଙ୍କ ଘରେ ସର୍ବନିମ୍ନ ଦୁଇଟି ବାଇକ୍‌। ଗୋଟିଏ ଦୁଇଟି ପାୱାର ଟିଲର। ୪-୫ ଜଣଙ୍କ ପାଖରେ ଅଛି ୪ ଚକିଆ ଗାଡ଼ି। ଆଉ ଦୁଇ-ତିନି ଜଣ ୧୪ ଚକିଆ ଟ୍ରକ୍‌ ମାଲିକ। ସମସ୍ତଙ୍କ ଉଦ୍ୟମରେ ଏକ ସମୃଦ୍ଧ ଗାଁରେ ପରିଣତ ହୋଇଥିବା ଏହି ଗାଁ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଦୁବୁଲାବେଡ଼ା।

ଘଟଗାଁ ବ୍ଲକ ଅନ୍ତର୍ଗତ ଦୁବୁଲାବେଡ଼ା ଗାଁ। ଏହି ଗାଁରେ ରହୁଛନ୍ତି ୭୦ ପରିବାର। ମୁଖ୍ଯ ସାହିକୁ ଯଦିଓ ଏବେ ବି ମାଟି ରାସ୍ତା ରହିଛି, ତାହା ସେମାନଙ୍କ ପ୍ରଗତିପଥରେ ବାଧା ସୃଷ୍ଟି କରିପାରି ନାହିଁ। ରାତି ପାହିଲେ ପରିବା ବେପାରୀ ଏହି ଗାଁରେ ଗାଡ଼ି ଧରି ପହଞ୍ଚି ଯାଉଛନ୍ତି। ଏବେ ସମସ୍ତଙ୍କ ବାଡ଼ିରେ ବନ୍ଧା ଓ ଫୁଲକୋବି, ବାଇଗଣ ଚାଷ। ଦୁଇରୁ ତିନୋଟି ବାଇଗଣ ଗୋଟିଏ କେଜି ଓଜନ ହେଉଛି।

ସମସ୍ତେ ନିଜସ୍ୱ ଉଦ୍ୟମରେ କୂଅ, ପୋଖରୀ, ବୋରୱେଲ୍‌ ଖୋଳି ପାଣି ମଡ଼ାଇ ପରିବା ଚାଷ କରୁଛନ୍ତି। ସରକାରଙ୍କ ପକ୍ଷରୁ ଗୋଟିଏ ସୌରଶକ୍ତି ଚାଳିତ ପମ୍ପ୍‌ ବସିଛି। ସେଥିରୁ ଅଳ୍ପ କିଛି ଚାଷୀ ଉପକୃତ ହେଉଛନ୍ତି। ଏହା ଗୋଟିଏମାତ୍ର ସରକାରୀ ସହାୟତା। ପ୍ରତ୍ୟେକ ଚାଷୀ ନିଜେ ମଞ୍ଜି ବିହନ ଉତ୍ପାଦନ କରିବା ସହ ଚାରା ପ୍ରସ୍ତୁତ କରିପାରୁଛନ୍ତି। କଠିନ ପରିଶ୍ରମ ଓ ନିରବଚ୍ଛିନ୍ନ ଉଦ୍ୟମ ସେମାନଙ୍କୁ ଆଣିଦେଇଛି ସଫଳତା। ଗାଁର ଅଧିକାଂଶ ପୁରଷ ଓ ମହିଳା ହେଉଛନ୍ତି ଉଚ୍ଚଶିକ୍ଷିତ। ସେମାନେ ଚାକିରି ପଛରେ ନଗୋଡ଼ାଇ ଚାଷକୁ ବେଉସା ଭାବରେ ଆଦରି ବେଶ୍‌ ଦି’ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରି ଅନ୍ଯ ମାନଙ୍କ ପାଇଁ ଏବେ ପ୍ରେରଣା ସାଜିଛନ୍ତି।

KNews Bureau

Recent Posts

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

3 seconds ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

2 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

7 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

15 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

33 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

35 mins ago