ମରାଠୀ ବାଘୁଣୀ ପାଇଁ ନାକେଦମ ହେଲେଣି ବନ ବିଭାଗ: ବାଂଲାଦେଶ ଚାଲି ଯିବା ସମ୍ଭାବନା

ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ପଳାଇଥିବା ବାଘୁଣୀ ଜିନତକୁ ଓଡ଼ିଶା ଫେରାଇ ଆଣିବା ପାଇଁ ନାକେଦମ ହେଲେଣି ଶିମିଳପାଳ କର୍ତ୍ତୃପକ୍ଷ ।  ନେକ୍ କଲାରରୁ ତାକୁ ଟ୍ରାକ କରିହେଉନି ।  ଏପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବଦୱାନ ନିକଟବର୍ତ୍ତୀ ଆଠୋଟି ଗାଁରେ ସ୍କୁଲ କଲେଜ ଓ ହୋଟେଲ ବନ୍ଦ ରଖାଯାଇଛି ।  ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି ଜିନତ । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନତ୍ ।  ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି ।  ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ ।

ଏବେ ଜିନତ୍ ପଶ୍ଚିମ ମେଦିନୀପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଂଚିଛି ।  ଏଥିପାଇଁ ହାଇଆଲର୍ଟରେ ଅଛି ପୁରୁଲିଆ ଜିଲ୍ଲା ।  ଗତ ୧୯ ତାରିଖରେ ଝାଡଖଣ୍ଡ ଛାଡି ପଶ୍ଚିମବଙ୍ଗରେ ପହଂଚିଥିଲା ଜିନତ୍ । ଏବେ ଓଡ଼ିଶାସୀମାଠୁ ପ୍ରାୟ ୧୮୦ ଓ ଶିମିଳିପାଳରୁ ୨୧୦ କିମି ଦୂରରେ ଅଛି ।  ୧୩୦ଜଣ ବନ କର୍ମଚାରୀ ଜିନତର ଗତିବିଧି ଉପରେ ନଜର ରଖିଛନ୍ତି । ସେମାନଙ୍କ ସହ ଅଛନ୍ତି ସୁନ୍ଦରବନର ଅଭିଜ୍ଞ ଟିମ । ଜିନତକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ ।