ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ, ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ନଷ୍ଟ ହେଉନାହିଁ । କେନ୍ଦ୍ର ଦେଉଥିବା ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି । ଏଥିପାଇଁ ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

odishaଭ୍ୟାକସିନ୍‌ ଦେଇ ପ୍ରତିଟି ମୂଲ୍ୟବାନ ଜୀବନ ବଞ୍ଚାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ନବୀନ । ୬୧ ଲକ୍ଷ ୪୪ ହଜାର ୧୪୦ ଡୋଜ୍‌ କେନ୍ଦ୍ର ପଠାଇଥିଲା । ସେପଟେ ଲାକ୍ଷାଦୀପ, ତାମିଲନାଡୁ ଓ ଆସାମରେ ଅଧିକ ଭ୍ୟାକସିନ୍‌ ନଷ୍ଟ ହୋଇଛି । ଲାକ୍ଷାଦୀପରେ ୯.୭୬ ପ୍ରତିଶତ, ତାମିଲନାଡୁ ୮.୮୩ ପ୍ରତିଶତ ଓ ଆସାମରେ ୭.୭୦ ପ୍ରତିଶତ ଭ୍ୟାକସିନ୍‌ ନଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.