ମାଲକାନଗିରି ଜିଲ୍ଲାର ୧୫ଟି ବୁଥରେ ହୋଇନାହିଁ ଭୋଟିଂ

ମାଲକାନଗିରି(କେନ୍ୟୁଜ୍) : କଡ଼ା ସୁରକ୍ଷା ଭିତରେ ମାଲକାନଗିରି ଜିଲ୍ଲାରେ ଭୋଟିଂ ସରିଛି । ୧୫ଟି ବୁଥରେ ଭୋଟିଂ ହୋଇନାହିଁ । ଏହା ଭିତରେ ସ୍ୱାଭିମାନ ଅଞ୍ଚଳର ୯ଟି ବୁଥ୍ ରହିଛି । ଅନ୍ୟ ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାରେ ମତାଧିକାର ସାବ୍ୟସ୍ତ କରିଥିଲେ ଭୋଟର୍ ।