ଓଡିଶାର ୪ଟି ଜିଲ୍ଲା ପରିଷଦ ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ, ୨୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ

କେନ୍ୟୁଜ୍(ବ୍ୟୁରୋ):  ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ କଲେ ସରକାର। ୪ଟି ଜିଲ୍ଲା ପରିଷଦ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୪ଟି ଅନୁସୂଚିତ ଜାତି ଓ ୧୦ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ। ୧୨ଟି ଆସନ ରହିଛି ଅଣସଂରକ୍ଷିତ।

ସେହିପରି ମୋଟ ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୧୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୨୫ ତାରିଖ ସଂଧ୍ୟା ସୁଦ୍ଧା ଯାହାର କିଛି ଆପତ୍ତି ଅଭିଯୋଗ ଅଛି ତାହା ଜଣାଇ ପାରିବେ। ଏହାପରେ ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହୋଇ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ କେଉଁ ବର୍ଗଙ୍କ ପାଇଁ ସଂରକ୍ଷଣ ରହିବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଆଜି ଅଭିଯୋଗ କରିବାର ଶେଷ ତାରିଖ। ୨୬ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.