କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ଜିତିଲା ବିଜେଡି । ବିଜେଡି ପ୍ରାର୍ଥୀ ଲିଲିତା ଦାସ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିଜେଡିରୁ କେବଳ ପାଞ୍ଚ ନମ୍ୱର୍ ଜୋନର ଲିଲିତା ନାମାଙ୍କନପତ୍ର ଦାଖଲ କରିଥିଲେ । ଅନ୍ୟ କେହି ନିର୍ବାଚନରେ ଭାଗ ନେଇନଥିଲେ । କେନ୍ଦ୍ରାପଡା ଜିଲ୍ଲା ପରିଷଦରେ ୩୨ଟି ଜୋନ୍ ମଧ୍ୟରୁ ଦୁଇଟି ଆସନ ଖାଲି ପଡିଛି । ୩୦ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି ହାତରେ ୨୯ ଓ ବିଜେପି ପାଖରେ ଗୋଟିଏ ଜୋନ୍ ରହିଛି । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାନେତ୍ରୀ ନିଜ ପଦ ରୁ ଇସ୍ତଫା ଦେଇ ବିଜେପିରୁ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିଥିଲେ । ଫଳରେ ଏହି ପଦୀବଟି ଖାଲି ପଡିଥିଲା ।