କଟକ ସରକାରୀ ଆଇଟିଆଇରେ ଉଦ୍ଘାଟନ କଲେ ସୁବ୍ରତ ବାଗଚି, ଷ୍ଟେମ ଟିକରିଂ ଇନଭେସନ ଲ୍ୟାବ ଓ ଏସଏକେ ରୋବଟିକ ଲ୍ୟାବର ଶୁଭାରମ୍ଭ
କଟକ (କେ ନ୍ୟୁଜ୍) : କଟକ ସରକାରୀ ଆଇଟିଆଇ ପରିସରରେ ଷ୍ଟେମ ଟିକରିଂ ଇନଭେସନ ଲ୍ୟାବ ଓ ଏସଏକେ ରୋବଟିକ ଲ୍ୟାବର ଉଦଘାଟନ ଉତ୍ସବ ଆୟୋଜିତ ହୋଇଯାଇଛି। ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଥରୀଟି ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜୀ ଅନ୍ୟତମ ଅତିଥି ଥିଲେ।
କୋଭିଡ ମହାମାରୀ ସମୟରେ କଟକ ସରକାରୀ ତାଲିମ ପ୍ରତିଷ୍ଠାନର କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମକୁ ପ୍ରଂଶସା କରିଥିଲେ ସୁବ୍ରତ ବାଗଚି ଓ ରେଘୁ ଜୀ । କୋଭିଡ ସମୟରେ କିଓସ୍କ ନିର୍ମାଣ ଓ ସର୍ଭିସ ରୋବଟ୍ ନିର୍ମାଣ ସମାଜ ପାଇଁ କଟକ ଆଇଟିଆଇର ଉତ୍କୃଷ୍ଟ ଅବଦାନ ବୋଲି ମତ ରଖିଥିଲେ।