ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କର ଭିଡିଓ ହେଉଛି ଭାଇରାଲ, କହୁଛନ୍ତି ଫେବୃୟାରୀ ୨୫ ରୁ ପୋଲିସକୁ ଜଣାଇଥିଲି ‘ମୋ ପୁଅ ଉପରେ ବିପଦ ଅଛି’

ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି ଫେବୃୟାରୀରେ ବାନ୍ଦ୍ରା ପୋଲିସକୁ ସୂଚନା କରିଥିଲେ ଯେ ତାଙ୍କ ପୁଅର ଜୀବନ ଉପରେ ବିପଦ ଅଛି। ଏହି ଭିଡିଓକୁ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ ସିଂହ ବନେଇଛନ୍ତି ଏବଂ ଏହି ଭିଡିଓକୁ ଏଏନଆଇ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।


ଏହି ଭିଡିଓରେ ସୁଶାନ୍ତଙ୍କ ବାପା କହୁଛନ୍ତି ଯେ ସେ କିପରି ଭାବେ ବାନ୍ଦ୍ରା ପୋଲିସକୁ ଏହା ବିଷୟରେ ସୂଚିତ କରିଥିଲେ ଏବଂ ସୁଶାନ୍ତଙ୍କ ମୃତ୍ୟୁର ୪୦ ଦିନ ପରେ କାହିଁକି କେସ୍‌ ରୁଜୁ କଲେ ତାହା ବି କହୁଛନ୍ତି। ଆପଣ ବି ଶୁଣନ୍ତୁ ସୁଶାନ୍ତଙ୍କ ବାପା ଏ ଭିଡିଓରେ କଣ କହୁଛନ୍ତି।

Leave A Reply

Your email address will not be published.