Odisha News
.
Browsing Tag

bomb blast

ଚାନ୍ଦବାଲି : ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମାମାଡ, ଦୁଇ ଗୁରୁତର ଏବଂ ୨ ଆହତ

ଚାନ୍ଦବାଲି (କେନ୍ୟୁଜ୍) : ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମାମାଡ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଓରାସାହି ବାଲିକୁରି ଛକରେ ବୋମାମାଡ ହୋଇଛି। ଏଥିରେ ୨ଜଣ ଚିଙ୍ଗୁଡି ବ୍ୟବସାୟୀ ଗୁରୁତର ହୋଇପଡିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚାନ୍ଦବାଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ରହ୍ମଗିରି ଅନତିରିଶି ଗାଁରେ ବୋମାମାଡ଼

ବ୍ରହ୍ମଗିରି(କେନ୍ୟୁଜ୍): ବ୍ରହ୍ମଗିରି ଅନତିରିଶି ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୁତାରୁ ଦୁଇ ରାଜନୈତିକ ଦଳ ମଧ୍ୟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଆଜି ସକାଳେ ପାଖାପାଖି ୧୦ଟି ବୋମା ମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଜବତ କରିଛି । ଏହାକୁ ନିଷ୍କ୍ରିୟ କରିବା ପାଇଁ ବୋମା…

ପୋଲିସକୁ ଟାର୍ଗେଟ୍‌ ପାଇଁ ମାଓବାଦୀଙ୍କ ନୂଆ ଫଣ୍ଡା, ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା

ମାଲକାନଗିରି : ପୋଲିସକୁ ଆକ୍ରମଣ ପାଇଁ ମାଓବାଦୀଙ୍କ ନୂଆ ପଣ୍ଡା । ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା । ସିଆରପିଏଫ୍‌ କ୍ୟାମ୍ପ ନିକଟରେ ଜମିରେ ଚଢେଇ ଘଉଡାଇବା ପାଇଁ ଲଗାଯାଉଥିବା ପାଳଭୂତରେ ବୋମା ଖଞ୍ଜୁଛନ୍ତି ମାଓବାଦୀ । ପୋଲିସ ଓ ସିଆରପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରି ଏହି ବୋମା…

ଆସିକା ମାଗୁରାଗାଁ ସ୍କୁଲ ନିକଟରେ ବୋମା ବିସ୍ଫୋରଣ, ୨ ଛାତ୍ର ଗୁରୁତର

ଆସିକା(କେନ୍ୟୁଜ୍): ସ୍କୁଲ ନିକଟରେ ଫୁଟିଲା ବୋମା । ଆସିକା ଥାନା ମାଗୁରାଗାଁରେ ଥିବା ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜଣାପଡ଼ିନାହିଁ ।

ଅଣ୍ଟି ଛୁରୀ କାଟିଲା ତଣ୍ଟି, ଲୁଟରେ ବ୍ୟବହାର ପାଇଁ ଥିବା ବୋମା ଫୁଟି ଲୁଟେରା ମୃତ

ଅନ୍ୟକୁ ମାରିବାକୁ ଧରିଥିବା ବୋମା ନିଜ ହାତରେ ଫୁଟିବାରୁ ପ୍ରାଣ ହରାଇଲା ଲୁଟେରା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ନିକଟ ଗୋଚ୍ଛାପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ-ଅପରାଧୀ ମୁହାଁମୁହିଁ ବେଳେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପୋଲିସ ସୂଚନା ମୁତାବକ ଗାଙ୍ଗପୁର ଥାନା…

ଭଞ୍ଜନଗରରେ ପୁଣି ଫୁଟିଲା ବୋମା, ଜଣେ ଆହତ ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର (କେନ୍ୟୁଜ୍) : ପୁଣି ଫୁଟିଲା ବୋମା। ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଛନ୍ତି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ…

ଏ ହେଉଛି ଭାଗ୍ୟ : ଶ୍ରୀଲଙ୍କା ବିସ୍ଫୋରଣରେ ବଞ୍ଚିଲା ଜୀବନ, ୨୬/୧୧ କୁ ମଧ୍ୟ ଥିଲେ ମୁମ୍ବାଇରେ

ଦୁବାଇରେ ରହୁଥିବା ଏହି ଭାରତୀୟ ଦମ୍ପତ୍ତି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ସିନେମନ୍ ଗ୍ରାଣ୍ଡ ହୋଟେଲରେ ହୋଇଥିବା ଆକ୍ରମଣରେ ବହୁ କଷ୍ଟରେ ବଞ୍ଚି ଫେରିଥିଲେ । ୨୧ ଏପ୍ରିଲରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ବହୁ ପାଖରୁ ଦେଖିଛନ୍ତି ଅଭିନବ ଛାରୀ ଏବଂ ନବରୂପ କେ.ଛାରୀ । ଯିଏ ଏକ ବିଜନେସ…

ଯାଜପୁରରେ ବିଜେଡି ନେତ୍ରୀଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲାରେ ବିଜେଡି ନେତ୍ରୀଙ୍କ ଗାଡିକୁ ବୋମାମାଡ଼ ଅଭିଯୋଗ । ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟା ସରୋଜିନୀ ରାଜଙ୍କ ଗାଡ଼ି ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା କରିଥିଲେ । ଏଥିରେ ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସାମାନ୍ୟ ଆହତ…

ନୟାଗଡ଼ : କୋମଣ୍ଡରେ ସିରିଜ ବୋମାମାଡ଼, ଜଣେ ଗୁରୁତର

ନୟାଗଡ଼ : ଓଡଗାଁ ଥାନା କୋମଣ୍ଡରେ ସିରିଜ ବୋମାମାଡ଼ । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨ଜଣ ଦୁର୍ବୃତ୍ତ ମଧ୍ୟ ଆହତ ହୋଇଛନ୍ତି । ଗତକାଲି ରାତିରେ ୩ ଜଣ ଦୁବୃତ୍ତ ବାଇକରେ ଆସି ପ୍ରଥମେ ରଙ୍ଗଣିପାଟଣାରେ ବୋମାମାଡ କରିଥିଲେ । ପରେ ମକରପଦାର ସେସ୍‌ରେ ବୋମିଂ କରି ଫେରାର ହୋଇଥିଲେ । ଏଥିରେ…

କୁର୍ନୁଲ୍ ବିସ୍ଫୋରଣ ଘଟଣା : ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ଜଣ

ଆନ୍ଧ୍ରପ୍ରଦେଶ : କୁର୍ନୁଲରେ ଗ୍ରାନାଇଟ ପଥର ଖାଦାନରେ ଭୟାବହ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଆଉ ଜଣେ ଓଡ଼ିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବନ୍ଧତଳ ନୂଆଁ ଗାଁର ଦୁର୍ୟ୍ୟୋଧନ ନାହକ ଓ ମନୋରଞ୍ଜ ନାହକ । ଅନ୍ୟ ଜଣଙ୍କ ପରିଚୟ ଏପର୍ୟ୍ୟନ୍ତ…

ଢେଙ୍କାନାଳ କାମାକ୍ଷାନଗର କଲେଜରେ ବୋମାମାଡ଼

ଢେଙ୍କାନାଳ : କାମାକ୍ଷାନଗର କଲେଜରେ ବୋମାମାଡ଼ । ବୋମାମାଡ଼ରେ ଜଣେ ଛାତ୍ର, ଜଣେ ଅଣଛାତ୍ର ଗୁରୁତର ହୋଇଛନ୍ତି । ୫ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆନ୍ଧ୍ରପ୍ରଦେଶ କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ : ୧୨ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶ : କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ । ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ । ବିସ୍ଫୋରଣରେ ଆଉ କିଛି ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଅଛନ୍ତି । ଆଉ ୩ ଜଣ ଆହତ ହୋଇଛନ୍ତି ।…