ବଜ୍ରପାତରେ ଜଳିଗଲା ଚାରି ବଖରା ଘର, ସମସ୍ତ ଉପକରଣ ପୋଡି ପାଉଁଶ
ବ୍ରହ୍ମଗିରି: ବଜ୍ରପାତରେ ଜଳିଗଲା ଦୁଇ ପରିବାରର ଚାରି ବଖରା ଘର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚାୟତ ଫତେପୁର ଗାଁରେ ଅଘଟଣ । କାଳ ବୈଶାଖୀ ପ୍ରଭାବରେ ବଜ୍ରପାତରୁ ଘରେ ଲାଗିଗଲା ନିଆଁ । ଘରେ କେହି ପୁରୁଷ ନଥିବାରୁ ମହିଳାମାନେ ଛୋଟ ଛୁଆଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଥିଲେ ।…