‘୨ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି’: ଅରବିନ୍ଦ କେଜ୍ରିଓ୍ୱାଲ
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିଓ୍ୱାଲ । ୨ ଦିନ ପରେ ପଦ ଛାଡ଼ିବା ନେଇ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟରୁ ଜାମିନ୍ ପାଇବା ପରେ କେଜ୍ରିଓ୍ୱାଲ ରବିବାର ଆମ୍ ଆଦ୍ମୀ ପାର୍ଟି ମୁଖ୍ୟାଳୟ ଯାଇଥିଲେ ।…