Browsing Tag

Coronavirus

କମିଲା କରୋନା, ବ୍ରିଟେନରେ ମାସ୍କ ପିନ୍ଧିବା ନିୟମକୁ ଉଠାଇଲେ ସରକାର

କୋହଳ ହେଲା କଟକଣା। ଆଜିଠାରୁ ମାସ୍କ ପିନ୍ଧା ବନ୍ଦ। ଇଂଲଣ୍ଡରେ ଆଜିଠାରୁ ଆରମ୍ଭ ହୋଇଛି ଫ୍ରିଡମ ଡେ। ଦେଶର ବିଭିନ୍ନ ପ୍ରାନ୍ତରୁ କୋଭିଡ କଟକଣା କୋହଳ କରାଯାଇଛି। ନାଇଟ କ୍ଲବ ଖୋଲିବା ସହ ପୂର୍ଣ୍ଣ କ୍ଷମତାରେ ଇନ୍‌ଡୋର ଆକ୍ଚିଭିଟିକୁ ଅନୁମତି ଦେଇଛନ୍ତି ବୋରିସ ଜନ୍‌ସନ ସରକାର। ବ୍ରିଟେନ ସରକାର…

ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କୁ କରୋନା, ଆଉ ଖେଳିବେନି ଅଲମ୍ପିକ୍‌

ଜାପାନ ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଉପରେ ଏବେ କରୋନାର କଳାବାଦଲ ଘୋଟିଛି। ଅଷ୍ଟ୍ରେଲିଆନ୍‌ ଟେନିସ୍‌ ଖେଳାଳି ଆଲେକ୍ସ ଡି ମିନାଓରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। କରୋନା ସଂକ୍ରମିତ ହେବା ଯୋଗୁ ସେ ଅଲମ୍ପିକ ଖେଳିବେ ନାହିଁ ବୋଲି…

କରୋନା ଭାଇରସ୍‌ର ଓଜନ ଶୁଣିଲେ ଆପଣ ବି ଚମକି ପଡ଼ିବେ, ରିସର୍ଚ୍ଚରେ ହେଲା ଖୁଲାସା

ଏବେ ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ହାହାକାର ସ୍ଥିତି ଉପୁଜିଛି। ଲୋକମାନେ ଭାଇରସ୍‌ରୁ ମୁକ୍ତି ପାଇବାକୁ ଟିକା ନେବା ବି ଆରମ୍ଭ କଲେଣି। ତଥାପି ମହାମାରୀ କବଳରୁ ନିସ୍ତାର ମିଳୁନାହିଁ। ତେବେ ସାରା ଦୁନିଆକୁ କଲବଲ କରୁଥିବା ଏହି କରୋନାର ଓଜନ କେତେ ତାହା କେବେ ଚିନ୍ତା କରିଛନ୍ତି କି!…

କୋଭିଡ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୪୪ ମୃତ ୬୭ ଆହତ

ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ…

ଦୁଇଟି ଡୋଜ୍‌ ନେଇସାରିଥିବା ଲୋକଙ୍କର ବି ଜୀବନ ନେଉଛି ଡେଲ୍‌ଟା ଭାରିଏଣ୍ଟ, ଏହି ବୟସର ଲୋକେ ରୁହନ୍ତୁ ଅଧିକ ସାବଧାନ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଡେଲ୍‌ଟା ଭାଇରସ୍‌ ଆତଙ୍କରେ ଏବେ ସାରା ବିଶ୍ୱବାସୀ ଆତଙ୍କିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେକାର ସବୁଠୁ ସଂକ୍ରାମକ ଭାରିଏଣ୍ଟ ଭାବେ ଏହାକୁ ‘ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ’ ତାଲିକା ଭୁକ୍ତ କରିଛି। ଏବେ ଏହି ଭାଇରସ୍‌ ସମ୍ପର୍କରେ ଏକ ନୂଆ ତଥ୍ୟ…

ଟିକା ନେବାକୁ ଲାଇନରେ ଅଛନ୍ତି ବୋତଲ-ଚପଲ-ବ୍ୟାଗ୍, ଅଧରାତିରୁ ଜମା ହେଉଛନ୍ତି ଲୋକେ

ଦେଶର ଅନ୍ୟ ରାଜ୍ୟ ଭଳି ଆସାମରେ ମଧ୍ୟ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଣୁ ଟିକାଦାନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଜମିଛି। ଜିଲ୍ଲାର ଏକ ଟିକା କେନ୍ଦ୍ରରେ ଭିନ୍ନ ଦୃଶ୍ୟ ନଜର ଆସିଛି। ଏଠାରେ ଗୋଟିଏ ଦିନ ପୂର୍ବରୁ କିମ୍ବା ଅଧରାତିରୁ ଲୋକମାନେ ଲାଇନରେ ଠିଆ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ, ଗଲା ୪୩ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୪ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୪୩ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୬୧ ହଜାର ଟେଷ୍ଟିଂ ହୋଇଥିବାବେଳେ ୪.୯୬ ପ୍ରତିଶତ ପଜିଟିଭିଟି ହାର…

ସାବଧାନ! ସାବରମତୀ ପାଣିରେ ବ୍ୟାପୁଛି କରୋନା ଭାଇରସ, ଟେଷ୍ଟିଂ ପାଇଁ ଯାଇଥିବା ସାମ୍ପଲ ରିପୋର୍ଟ ପଜିଟିଭ

କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଅଛନ୍ତି। ଏଭଳି ସ୍ଥିତିରେ ଗୁଜରାଟର ଲାଇଫଲାଇନ କୁହାଯାଉଥିବା ସାବରମତୀ ନଦୀରେ କରୋନା ଭାଇରସ ମିଳିଛି। ସୂଚନା ମୁତାବକ, ସାବରମତୀ ନଦୀର ଜଳ ଯାଞ୍ଚ ପାଇଁ ପଠାଯାଇଥିଲା। ରିପୋର୍ଟରେ ଜଳ ସଂକ୍ରମିତ…

ରୋଜଗାର ଛଡ଼ାଇ ନେଲା କରୋନା, ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର ଓ ଡବଲ ଗ୍ରାଜୁଏଟ୍

କରୋନା ମହାମାରୀ ଯୋଗୁ କିଏ ନିଜ ଜୀବନ ହରାଉଛି ତ ଆଉ କିଏ ଜୀବିକା। ସ୍ଥିତି ଏମିତି ହୋଇଛି ଯେ ରାସ୍ତାକୁ ଚାଲି ଆସିଛନ୍ତି ବଡ଼ ବଡ଼ କମ୍ପାନୀରେ କରୁଥିବା କର୍ମଚାରୀ। ଦିନେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଯୁବକ ଆଜି କରୁଛନ୍ତି ନାଳ ସଫା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର…

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ୧୦୦ କୋଟି ଡୋଜ୍ ପାଇଁ ଦେଲେ ଆଡଭାନ୍ସ ଅର୍ଡର

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଚଳିତ ମାସରେ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି। ଦେଶରେ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ। ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।…

ଫେରାର ନିତ୍ୟାନନ୍ଦଙ୍କ ଅଦ୍ଭୁତ ଦାବି, କହିଲେ- ‘ମୁଁ ଭାରତ ମାଟିରେ ପାଦ ଦେଲେ କରୋନା ପଳେଇବ’

ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ତେବେ ବର୍ତ୍ତମାନ ସଂକ୍ରମଣ ଟିକେ କମୁଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ କହୁଛନ୍ତି ଯେ ସେ ଯେତେବେଳେ ଭାରତ ମାଟିରେ ପାଦ ଦେବେ ସେତେବେଳେ ଦେଶରେ କରୋନା ସଂକ୍ରମଣ…

୩୬ ଦିନ ପରେ ବି କରୋନା ସହ ଲଢ଼େଇ କରୁଛନ୍ତି ଟିଭି ଆକ୍ଟର ଅନିରୁଦ୍ଧ, ସେଲ୍ଫି ସେୟାର କରି କହିଲେ ମନର କଥା

ଟିଭି ଅଭିନେତା ଅନିରୁଦ୍ଧ ଦବେଙ୍କ କରୋନା ସହ ଲଢ଼େଇ ଏବେ ଯାଏଁ ସରିନାହିଁ। ସେ ଗତ ୩୬ ଦିନ ହେଲା କରୋନା ଭାଇରସ ସହ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛନ୍ତି। ଅନିରୁଦ୍ଧ କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ପତ୍ନୀ ଶୁଭି ଆହୁଜା ସୂଚନା ଦେଇଥିଲେ। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ…