Browsing Tag

Coronavirus

ହୋଇପାରେ ଲକ୍‌ଡାଉନ୍‌! ଦ୍ରୁତ ବେଗରେ ମାଡ଼ି ଚାଲିଛି କରୋନା, ସପ୍ତାହେ ଭିତରେ ଦୁଇ ଗୁଣ ହେଲାଣି ସଂକ୍ରମଣ

ପୁଣିଥରେ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହେ ମଧ୍ୟରେ କରୋନା ମାମଲା ଦୁଇ ଗୁଣିତ ହୋଇଯାଇଛି। ଦେଶର ୧୨ଟି ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କେତେକ ସହର ମଧ୍ୟ ରହିଛି। ଏବେ ଭାରତରେ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି।…

କରୋନାର ସମ୍ଭାବ୍ୟ ଚତୁର୍ଥ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର; ପ୍ରଭାବିତ ହେବେ ନାହିଁ ଶିଶୁ, ତଥାପି ଅଭିଭାବକଙ୍କୁ…

ଚାଇନାରେ ସାଂଘାଇ ପରେ କରୋନା ଭୂତାଣୁ ଭାରତରେ ବିଶେଷ କରି ଦିଲ୍ଲୀ-ଏନସିଆର ସହରରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି। କରୋନା ମହାମାରୀର ଏହି ନୂଆ ଲହର ବିଶେଷକରି ପିଲାମାନଙ୍କ ମଧ୍ୟରେ ଅତି ଶୀଘ୍ର ଦେଖାଯାଉଛି। ଏହାର କାରଣ ହେଉଛି ଗୋଟିଏ ପଟେ ପିଲାମାନଙ୍କୁ ଟୀକାକରଣ କରାଯାଇ ନାହିଁ,…

ଚୀନ୍‌ରେ ସଂହାରଲୀଳା ଆରମ୍ଭ କଲାଣି କରୋନା, ସାଂଘାଇ ସହରରେ ପ୍ରଥମ ଥର ପାଇଁ ୩ ଜଣଙ୍କ ମୃତ୍ୟୁ

ଚୀନ୍‌ରେ କରୋନା ମହାମାରୀର ଆତଙ୍କ ଲଗାତାର ଜାରି ରହିଛି। କୋଭିଡ୍‌-୧୯ର ନୂଆ ଲହର ଯୋଗୁ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସାଂଘାଇରେ ପ୍ରଥମ ଥର ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ଜରେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ସଂକ୍ରମଣ ପରେ ହସ୍ପିଟାଲ ଯିବା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର…

ବନ୍ଦ ହେବ କରୋନା କଲର ଟ୍ୟୁନ, ଲୋକେ କଲେଣି ଅଭିଯୋଗ

କଲ୍‌ କରିବା ପୂର୍ବରୁ ବାଜୁଥିବା କୋଭିଡ ସଚେତନତା ବାର୍ତ୍ତା ସଂପର୍କିତ କଲର ଟ୍ୟୁନ୍‌ ଖୁବଶୀଘ୍ର ବନ୍ଦ ହେବ। ଏହି କଲର ଟ୍ୟୁନ୍‌ ଜରୁରୀକାଳୀନ କଲ୍‌କୁ ଅଯଥାରେ ବିଳମ୍ବ କରୁଛି। ଏହାକୁ ନେଇ ବିଭିନ୍ନ ମହଲ ବିରକ୍ତି ପ୍ରକାଶ କରିଛନ୍ତି। ସେମାନଙ୍କ ଠାରୁ ଆପତ୍ତି ଅଭିଯୋଗ ପାଇବା ପରେ କଲର…

ଦୁଇବର୍ଷ ପରେ ସ୍ୱାଭାବିକ ହେବ ବିମାନ ଉଡାଣ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା

କରୋନା ମହାମାରୀ ଯୋଗୁଁ ପାଖାପାଖି ୨ ବର୍ଷ ହେଲାଣି ସ୍ୱାଭାବିକ ଉଡାଣ ହୋଇପାରୁନଥିଲା। ଏବେ ପୁଣି ଥରେ ଦୁଇବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡାଣ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି…

ଭାରତରେ ଜୁନ୍‌ରେ ଆସିବ କରୋନାର ଚତୁର୍ଥ ଲହରୀ, ସଂକ୍ରମଣର ଭୟାବହତାକୁ ନେଇ ଏକ୍ସପର୍ଟ ଦେଲେ ନୂଆ ଭବିଷ୍ୟବାଣୀ

ଦେଶରେ କରୋନାର ତୃତୀୟ ଲହରୀ ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ଏବେ ଚତୁର୍ଥ ଲହରୀକୁ ନେଇ ଆସିଲାଣି ଭବିଷ୍ୟବାଣୀ। ଏକ୍ସପର୍ଟଙ୍କ କହିବାନୁସାରେ, ଦେଶରେ କରୋନା ଭାଇରସ୍‌ର ଚତୁର୍ଥ ଲହରୀ ଜୁନ୍‌ ୨୨ ଆଖପାଖରେ ଆରମ୍ଭ ହୋଇପାରେ। ଚତୁର୍ଥ ଲହରୀର ପ୍ରଭାବ ୨୪ ଅକ୍ଟୋବର ଯାଏଁ ରହିବ। ଚତୁର୍ଥ ଲହରୀର…

ମୃଦୁ ପାନୀୟ କମ୍ପାନୀ ରେଡ୍‌ବୁଲ୍‌ର ନିଆରା ପ୍ରୟାସ, କୋଭିଡ୍‌ ଯୋଦ୍ଧାଙ୍କୁ ମାଗଣାରେ ବାଣ୍ଟୁଛନ୍ତି Red Bull କ୍ୟାନ୍‌

କରୋନା ସମୟରେ ହସ୍ପିଟାଲରେ ଦିନ ରାତି କାମ କରୁଥିବା କୋଭିଡ୍‌ ଯୋଦ୍ଧାଙ୍କୁ ନିଆରା ଢଙ୍ଗରେ ସମ୍ମାନିତ କରୁଛି ଜଣାଶୁଣା ମୃଦୁ ପାନୀୟ କମ୍ପାନୀ ରେଡ୍‌ ବୁଲ। ରେଡ୍‌ ବୁଲ ଓଡ଼ିଶା ପକ୍ଷରୁ ଆଜି କଟକର ଏକ ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ରେଡ୍‌ବୁଲ କ୍ୟାନ୍‌ ବଣ୍ଟା…

ରାଜ୍ୟରେ କରୋନା ସଂକ୍ରମଣ କମୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): କରୋନା ସଂକ୍ରମଣ ତଳ ଉପର ହେଉଛି । ଏବେର ଯେଉଁ ଟ୍ରେଣ୍ଡ ରହିଛି, ସଂକ୍ରମଣ କମୁଛି । ମୃତ୍ୟୁସଂଖ୍ୟା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତ୍ୟୁ ହେଉଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ସାବଧାନ! କରୋନାର ବୁଷ୍ଟର ଡୋଜ୍‌ ନାଁରେ ଠକୁଛନ୍ତି ହ୍ୟାକର, ଧରାପଡ଼ିଲା ଆକାଉଣ୍ଟ ହ୍ୟାକ୍‌ କରି କୋଟି କୋଟି ଟଙ୍କା…

କରୋନା ମହାମାରୀରେ କେତେ ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଅଭାବ ତ ଆଉ କେତେ ବେଳେ ଅକ୍ସିଜେନ୍‌ କନ୍‌ସନ୍‌ଟ୍ରେଟର ଯୋଗୁ ରୋଗୀମାନେ ପ୍ରବଳ ହଇରାଣ ହେଉଛନ୍ତି। ଏବେ ପୁଣିଥରେ ଏଭଳି ଏକ ଠକେଇ ସାମ୍ନାକୁ ଆସିଛି, ଯାହା କରୋନା ରୋଗୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏବେ ସାଇବର ଠକମାନେ ବୁଷ୍ଟର…

ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ରେ ଯାଉଛି ଅଧିକ ଆମେରିକାବାସୀଙ୍କ ଜୀବନ, ଦିନକରେ ୩୪ ଲକ୍ଷ ନୂଆ ପଜିଟିଭ୍‌ ଚିହ୍ନଟ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌କୁ ଡେଲ୍ଟା ଭାଇରସ୍‌ ତୁଳନାରେ କମ୍‌ ଘାତକ କୁହାଯାଉଛି। ଓମିକ୍ରନ୍‌ ଯୋଗୁ ମୃତ୍ୟୁ ହାର ବି କମ୍‌ ଥିବା ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଆମେରିକାରେ ଏହାର ଓଲ୍‌ଟା ପ୍ରଭାବ ଦେଖିବାକୁ ମିଳୁଛି। ଆମେରିକାରେ ଡେଲ୍ଟା ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ୍‌…

ଓମିକ୍ରନ୍ ଠାରୁ ଦେଢ଼ ଗୁଣା ଅଧିକ ସଂକ୍ରମଣ BA.2, ଋଷିଆ ଓ ଇଟାଲୀରେ ଭୟ ବଢାଇଲାଣି ଏହି ନୂଆ ପ୍ରକାର ଷ୍ଟ୍ରେନ୍

ନୂଆଦିଲ୍ଲୀ : SARS Cov-2 ଭୂତାଣୁ ଓମିକ୍ରନ୍ ଏକ ନୂତନ ପ୍ରକାରର ଷ୍ଟ୍ରେନ୍ ଯାହା କରୋନା ମହାମାରୀରୁ ସୃଷ୍ଟି ହୋଇଥିଲା ​। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏପର୍ଯ୍ୟନ୍ତ ଓମିକ୍ରନ୍ ର ତିନୋଟି ଷ୍ଟ୍ରେନ୍, BA.1, BA.2 ଏବଂ BA.3 ମିଳିଥିଲା । ଡେନମାର୍କର ଷ୍ଟାଟେନ୍ସ ସେରମ୍…

କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଡାଏଟ୍‌ ଟିପ୍ସ, ସୁସ୍ଥ ରହିବେ

କୋଭିଡ-୧୯ ତୃତୀୟ ଲହରର ପ୍ରଭାବ ଦିନକୁ ଦିନ ବୃଦ୍ଧି ହେଉଛି। ଏବେ ଉଭୟ ଡେଲଟା ଭୂତାଣୁ ଓ ଓମିକ୍ରନ ଭୂତାଣୁର ସଂକ୍ରମଣ ବଢି ଚାଲିଛି। ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ପ୍ରଭାବ କମ୍‌ ରହିଥିଲେ ମଧ୍ୟ ଏହି ଭୂତାଣୁ ଏବେ ଭାରତରେ ବହୁଳ ଭାବେ ସଂକ୍ରମିତ ହେଉଛି। ଏହି ସଂକ୍ରମଣରୁ ରକ୍ଷା ପାଇଁ…