Browsing Tag

cyclone Yaas updates

ଚାଲିଗଲା ୟସ୍‌ ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ: କେଉଁଠି ଭାଙ୍ଗିଛି ତ ଆଉ କେଉଁଠି ଉପାଡିଛି

କରଞ୍ଜିଆ: ୟସ୍‌ ଚାଲିଗଲା। ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ। କେଉଁଠି ଭାଙ୍ଗିଲା ତ ଆଉ କେଉଁଠି ଉପାଡିଲା। ବର୍ଷା କମିବା ପରେ ମୟୂରଭଞ୍ଜ ବୁଢାବଳଙ୍ଗ ନଦୀରେ କମୁଛି ଜଳସ୍ତର। କିନ୍ତୁ ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବଢୁଛି । ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଏହି…

ପାଣି ଘେରରେ ଥିବା ୮ଟି ପରିବାରର ୪୦ ଲୋକଙ୍କୁ ଉଦ୍ଧାର କଲା ଯଶୀପୁର ପୋଲିସ୍

ମୟୂରଭଞ୍ଜ: ବାତ୍ୟା ୟସ ପ୍ରଭାବରେ ପାଣି ଘେରରେ ଥିବା ୪୦ ଲୋକଙ୍କୁ ଉଦ୍ଧାର କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲାର ଅନୁକୂଳପୁର ଗାଁର ୮ଟି ପରିବାର ଜଳମଗ୍ନ ହୋଇଥିଲା। ଖବର ପାଇ ଯଶୀପୁର ପୋଲିସ ପରିବାରରେ ଥିବା ୪୦ଜଣଙ୍କୁ ଉଦ୍ଧାର କରିଛି। ଜଣେ ପାରାଲିସିସ ପୀଡ଼ିତଙ୍କୁ ଅଗ୍ନିଶମ ବାହିନୀ…

ବାଲେଶ୍ଵରରେ ‘ୟସ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ଟଳିପଡିଛି ଅନେକ ଗଛ, ପ୍ରଶାସନ ତରଫରୁ ଚାଲିଛି ସଫେଇ

ବାଲେଶ୍ଵର: ବାଲେଶ୍ଵରରେ ‘ୟସ୍’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ଆରମ୍ଭ ହୋଇଯାଇଛି । ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡ଼େ ରାସ୍ତା ଓ ଘର ଉପରେ ଗଛ ପଡିଛି । ବିଭିନ୍ନ ଛକ ନିକଟରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଘର ଉପରେ ଗଛ ପଡି ଘର…

ଭଦ୍ରକରେ ‘ୟସ୍’ର ପ୍ରଭାବ, ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଲା ବୋଲେରୋ

ଭଦ୍ରକ: ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଏହାର ‘ୟାସ୍’ର ପ୍ରଭାବ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବୋହୁଛି । ପବନରେ ଓଲଟିଲାରୁ ଅଳ୍ପକେ ବର୍ତ୍ତିଯାଇଛି ବୋଲେରୋ ଗାଡି । ଭଦ୍ରକ ପୌରପାଳିକା ୧୮ନମ୍ବର ୱାର୍ଡରେ…

ବାଲେଶ୍ଵର ରେଲୱେ କଲୋନୀରେ ଅଘଟଣ: ବାତ୍ୟା ୟସ୍ ପ୍ରଭାବରେ ଗଛ ଭାଙ୍ଗି ୨୦ ବର୍ଷର ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ଵର :  ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ବାଲେଶ୍ଵରରେ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଯାହାର କରାଳ ରୂପ ବାଲେଶ୍ଵର ରେଲୱେ କଲୋନୀରେ ଦେଖିବାକୁ ମିଳିଛି। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି।…

ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି ୟସ, ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି

ଭୁବନେଶ୍ବର: ଅତି ଭୀଷଣ ବାତ୍ୟା ୟସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି।  ୟସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୪୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୮୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ…

ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ: ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର। ସରକାରଙ୍କ ଜିରୋ କାଜୁଆଲଟିକୁ ମୁକାବିଲାରେ ପ୍ରାଧାନ୍ୟ ଦିଆଯିବ। ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା…

ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ…