Browsing Tag

doctor

ମାନବିକତା ଭୁଲିଗଲେ ଡାକ୍ତର, କିରାଣୀଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କଲେ ସିଡିଏମଓ କାର୍ଯ୍ୟାଳୟ

ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ମାଡ଼ ମାରି ଆହତ କରିଛନ୍ତି ଦୁଇ କିରାଣିଙ୍କୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ମାରପିଟ । ନିଜର…

ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା

କେନ୍ୟୁଜ(ବ୍ୟୁରୋ): ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଛାତ୍ର ରାଜ୍ୟ ସରକାରଙ୍କ ଅଧୀନରେ ୨ ବର୍ଷର…

ଉଗ୍ର ରୂପ ନେଲା ଡାକ୍ତର ଦମ୍ପତିଙ୍କ ଝଗଡ଼ା, ନିଜର ହିଁ ଘରେ ନିଆଁ ଲଗାଇ ଦେଲେ ପତ୍ନୀ

ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଡାକ୍ତର ଦମ୍ପତିଙ୍କ ଝଗଡ଼ା ଉଗ୍ର ରୂପ ନେଇଛି । ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଶେଷରେ ପତ୍ନୀ ଜଣକ କ୍ରୋଧାନ୍ଵିତ ଅବସ୍ଥାରେ ନିଜର ହିଁ ଘରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ଘରଟି ସମ୍ପୂର୍ଣ୍ଣ ରୂପେ ଜଳି…

ଆକାଉଣ୍ଟରୁ ଚାଲିଗଲା ୫୨ ଲକ୍ଷ, ଠକଙ୍କ ଜାଲରେ ଫସିଲେ ଡାକ୍ତର

ଭାରତରେ ହ୍ୟାକିଂ ଏବଂ ସାଇବର ଠକେଇ ମାମଲା ବଢ଼ି ଚାଲିଛି । ଦେଶରେ ଏତେ ମାତ୍ରାରେ ସାଇବର ଠକେଇ ମାମଲା ଦେଖିବାକୁ ମିଳୁଛି ଯେ ଏହା ବର୍ତ୍ତମାନ ସାଧାରଣ କଥା ହୋଇଯାଇଛି । ସାଧାରଣ ଲୋକମାନେ ପ୍ରତିଦିନ ନୂଆ ନୂଆ ଉପାୟରେ ଠକାମିର ଶିକାର ହେଉଛନ୍ତି । ସ୍କାମରମାନେ ଟେକ୍ନୋଲୋଜି ବ୍ୟବହାର କରି…

ପ୍ରେସକ୍ରିପସନ୍‌ ରେ ଆଣ୍ଟି ବାୟୋଟିକ୍‌ ଲେଖିଲେ ଡାକ୍ତରଙ୍କୁ କହିବାକୁ ପଡ଼ିବ କାରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼…

ଶୀତଦିନେ ଥଣ୍ଡା, କାଶ ଏବଂ ଜ୍ୱର ହେବା ସ୍ୱାଭାବିକ୍‌ ଏବଂ ବର୍ତ୍ତମାନ ଏହା ଦ୍ରୁତଗତିରେ ବୃଦ୍ଧି ପାଉଛି । କିଛି ଲୋକମାନଙ୍କ ମଧ୍ୟରେ ଜ୍ୱର ଅନେକ ଦିନ ଧରି ରହିଥାଏ ଏବଂ ଯେତେ ମେଡିସିନ୍‌ ଖାଇଲେ ମଧ୍ୟ ଜ୍ୱର ଛାଡ଼ିବାର ନାଁ ନିଏନି । ତେଣୁ ଆଣ୍ଟି ବାୟୋଟିକ୍‌ ବ୍ୟବହାର ବଢ଼ିଯାଇଛି । ଅନ୍ୟପଟେ…

ନକଲି ଆଦିବାସୀ ଜାତି ପ୍ରମାଣ ପତ୍ର ଦେଖାଇ ଚାକିରି କରିଥିବା ଡାକ୍ତର ଗିରଫ, ଅଭିଯୋଗ କଲେ ସାନ ଭାଇ

ରୋଗୀମାନେ ଡାକ୍ତରଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି । କାରଣ ଡାକ୍ତରମାନେ ହିଁ ସେମାନଙ୍କ ପାଇଁ ଦ୍ୱିତୀୟ ଭଗବାନ । କିନ୍ତୁ ଡାକ୍ତରମାନେ ଯଦି ମିଛ କହି ରୋଗୀଙ୍କ ଚିକିତ୍ସା କରିବେ ତେବେ ରୋଗୀ କାହା ଉପରେ ବା ଭରଷା କରିବ । ତେବେ ଆମେ ଏପରି ଜଣେ ଡାକ୍ତରଙ୍କ କଥା କହୁଛୁ ଯିଏ ଚାକିରି…

ଡାକ୍ତରଙ୍କୁ ଚା ନମିଳିବାରୁ ଅଧାରୁ ବନ୍ଦ କଲେ ଅପରେସନ୍‌, ଜାଣନ୍ତୁ ପୂରା ଘଟଣା

ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ରୂପ କୁହାଯାଏ । କିନ୍ତୁ ଯଦି ଡାକ୍ତର ହିଁ ଅପରସେନ ଅଧାରୁ ଛାଡ଼ି ପଳାଏ ତେବେ ରୋଗୀ କଣ କରିବ । କାହା ଉପରେ ଭରଷା କରିବ । ଆଉ ଡାକ୍ତର ଯେଉଁ କାରଣ ପାଇଁ ଅପରେସନ ଅଧାରୁ ଛାଡ଼ି ପଲାଇଛନ୍ତି ସେ କଥା ଜାଣିଲେ ବି ଆପଣ ତାଜୁବ ହୋଇଯିବେ । ରୋଗୀ ଯେତେବେଳେ ଭୟଙ୍କର…

ନଦୀରେ ବୁଡି ଡାକ୍ତର ମୃତ, ହୁଳୁହୁଳା ଯାଇଥିଲେ ବଣ ଭୋଜି କରି

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ବୁଡି ଡାକ୍ତରଙ୍କ ମୃତ୍ୟୁ। ଡାକ୍ତର ଜଣକ ହେଲେ ବ୍ରହ୍ମପୁର ଗୋଶାଣୀ ନୁଆଗାଁ ଅଂଚଳର ରାକେଶ କୁମାର ପାଢ଼ୀ। ସୂଚନା ମୁତାବକ, ଆଜି ସକାଳୁ ଚାରିଜଣ ସାଙ୍ଗ ହୋଇ ପିକନିକ କରିବାକୁ ହୁଳୁହୁଳା ଗଣ୍ଡଙ୍କୁ ଆସିଥିଲେ।…

ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ (କେନ୍ୟୁଜ):  ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା। କଟକର ନାରାୟଣ ଚନ୍ଦ୍ର ଜେନା ନାମକ ବ୍ୟକ୍ତି ବିନା ଓକିଲରେ…

ବନ୍ଧା ହେଲେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ

ପାରାଦୀପ (କେନ୍ୟୁଜ): ଗିରଫ ହେଲେ ପାରାଦୀପ ପୋର୍ଟ ହେଲଥ ଅଫିସ ଡାକ୍ତର। ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ମାରାଥନ୍ ରେଡ୍ ବେଳେ ମିଳିଥିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୩ଟି ସ୍ଥାନରେ ରେଡ…

ବରିଷ୍ଠ ଡ଼ାକ୍ତର ରାଜ କିଶୋର ଦାସଙ୍କ ପରଲୋକ

କଟକ : ବରିଷ୍ଠ ଡ଼ାକ୍ତର ରାଜ କିଶୋର ଦାସଙ୍କ ଦେହାନ୍ତ। କଟକ ତୁଳସୀପୁର ସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସ୍ୱନାମଧନ୍ୟ ମେଡିସିନ ଚିକିତ୍ସକ ଭାବେ…

ରୋଗୀର ଗୋଡ ବଦଳରେ ପେଟ ଅପରେସନ କରିଦେଲେ ଡାକ୍ତର, ହସପିଟାଲ ହେଲା ସିଲ୍‌

ଉତ୍ତରପ୍ରଦେଶ ଲଖମିପୁର ଖିରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଡ ଅପରେସନ ପାଇଁ ଡାକ୍ତରଖାନାରେ ଆଡମିଟ୍‌ ହୋଇଥିଲେ ଜଣେ ବ୍ୟକ୍ତି । କିନ୍ତୁ ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ କରିଦେଇଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍‌…