Browsing Tag

durga puja

ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ୫୦୦ରୁ ଅଧିକ ମୋବାଇଲ ଚୋରି, ଅଭିଯୋଗ ପାଇଁ ଥାନାରେ ଭିଡ଼

ଭୁବନେଶ୍ୱର : ଫିକା ପଡ଼ିଲା ପୂଜା ମଉଜ । ରାଜଧାନୀରେ ଦୁର୍ଗା ପୂଜା ବୁଲିବା ବେଳେ ମୋବାଇଲ, ଟଙ୍କା, ବ୍ୟାଗ୍ ଓ ଅଳଙ୍କାର ଲୁଟ୍ । ପାଖାପାଖି ୫୦୦ରୁ ଅଧିକ ମୋବାଇଲ ଏବଂ ୧୦୦ ରୁ ଅଧିକ ଅଳଙ୍କାର ଛିନତାଇ ଅଭିଯୋଗ ହୋଇଛି । ପୂଜାର ମଜା ନେବା ବେଳେ ଅନେକ ଲୋକ ପକେଟମାର ଓ ଲୁଟର ଶିକାର ହୋଇଛନ୍ତି ।…

ପୂଜା ଦେଖିବାକୁ ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ବଡ଼ ବାପା ଓ ଝିଅରୀର ଜୀବନ

ସୋର : ପୂଜା ଦେଖିବାକୁ ଯିବା ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ବଡ଼ ବାପା ଓ ଝିଅରୀର ଜୀବନ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଟୋଲ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଗତକାଲି ରାତିରେ କସବାଜୟପୁର ଗାଁର ପ୍ରଫୁଲ୍ଲ ନାୟକ ନିଜ କାର ଯୋଗେ ପୂଜା ଦେଖିବାକୁ…

ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା

ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜି ମହାମାୟାଙ୍କ ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ ।  ଅଧର୍ମ ଉପରେ ଧର୍ମର ଜୟ ।  ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ…

ଓଡ଼ିଶାରେ ପ୍ରଥମ, ରାଜଧାନୀରେ ପୂଜା ପାଉଛନ୍ତି ୬୨ ଫୁଟର ଦୁର୍ଗା ମୂର୍ତ୍ତି

ବାରଙ୍ଗ : ରାଜଧାନୀରେ ଜମୁଛି ଦଶହରା । ଭୁବନେଶ୍ୱର ବ୍ଲକ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗାଁରେ ୬୨ ଫୁଟର ଦୁର୍ଗା ମୂର୍ତ୍ତି ବେଶ୍ ଚର୍ଚ୍ଚାରେ ରହିଛି । ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି । ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ…

ଶକ୍ତିପୀଠରେ ଚାଲିଛି ଦେବୀଙ୍କ ଦଶମୀ ପୂଜା, ମଣ୍ଡପରେ ଆଜି ମହାନବମୀ

କଟକ / ଭୁବନେଶ୍ୱର : ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ…

ବଙ୍ଗୀୟ ଓ ଉତ୍କଳର ମିଶ୍ରିତ ପରମ୍ପରା ଅନୁଯାୟୀ ମା’ ଜଗତ ଜନନୀଙ୍କୁ କରାଯାଉଛି ପୂଜା

ଆଳି: ଚାଲିଛି ମା’ ଜଗତଜନନୀଙ୍କ ପୂଜାର୍ଚ୍ଚନା । ରୀତିନୀତି ଅନୁସାରେ ସବୁଠି ଚାଲିଛି ପୂଜାର୍ଚ୍ଚନା । କେନ୍ଦ୍ରାପଡା ଜିଲ୍ଲା ଆଳି ରାଜବାଟୀ ଠାରେ ଅନୁଷ୍ଠିତ ହେଉଛି ଦୁର୍ଗାପୂଜା ଉତ୍ସବ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି ଦୂର୍ଗା ପୂଜା । ଆଳି ରାଜାଙ୍କ ଦ୍ବାରା ଅନୁଷ୍ଠିତ…

ଦୁର୍ଗାପୂଜାରେ ଶୁଭେଛା ଜଣାଇଲେ ପୂର୍ବତନ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ କିଛି ଏପରି କଥା…

ଭୁବନେଶ୍ବର: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ବିଜେଡି ସୁପ୍ରୋମୋ ନବୀନ ପଟ୍ଟନାୟକଙ୍କ ଶୁଭେଛା ଓ ଶୁଭକାମନା । ନିଜ ବାର୍ତ୍ତାରେ ନବୀନ କହିଛନ୍ତି ଯେ ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି…

ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଅଷ୍ଟମୀ ପୂଜା

ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର…

ଭୁବନେଶ୍ବରରେ ଦୁର୍ଗାପୁଜା ପାଇଁ ପ୍ରସ୍ତୁତି, ଜଗିବେ ୬୧ ପ୍ଲାଟୁନ ପୋଲିସ

ଭୁବନେଶ୍ବର :  ଚଳିତ ବର୍ଷ ଦୁର୍ଗାପୁଜା ପାଇଁ ପୋଲିସର ପ୍ରସ୍ତୁତି । ଭୁବନେଶ୍ବରରେ ଦୁର୍ଗାପୂଜାକୁ ନେଇ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଭିଡ଼ ଓ ଟ୍ରାଫିକ ପରିଚାଳନା ଜଗିବେ ୬୧ପ୍ଲାଟୁନ ପୋଲିସ । ମହିଳାଙ୍କ ସୁରକ୍ଷା ପାଇଁ ସହରରେ ବୁଲିବ ଶକ୍ତି ବାହିନୀ । କମିସନରେଟ ପୋଲିସର HER…

ସବୁଠି ବାଜୁଛି ମା’ ଦୁର୍ଗାଙ୍କର ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ

ବଲାଙ୍ଗିର: ଚାଲିଛି ମା'ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ ।…

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ପାର୍ବଣକୁ ଫିକା କରିପାରେ ଲଘୁଚାପ । ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୩୦ ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଅକ୍ଟୋବର ୧ରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର…

ଦୁର୍ଗାପୂଜା ପେଣ୍ଡାଲରେ କାଜୋଲ ଏବଂ ରାଣୀ, ପ୍ରିୟ ଦାଦା ଦେବଙ୍କୁ ମନେ ପକାଇ ହେଲେ ଭାବପ୍ରବଣ

ସାରା ଦେଶ ପାଳନ କରୁଛି ନବରାତ୍ରି । ବଲିଉଡ୍ ଅଭିନେତ୍ରୀ କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କ ପରିବାର ମୁମ୍ବାଇରେ ଥିବାଦୁର୍ଗା ମଣ୍ଡପକୁ ବୁଲିବାକୁ ଯାଇଥିଲେ । ଉଭୟ ଅଭିନେତ୍ରୀ ପାରମ୍ପରିକ ପୋଷାକ ପିନ୍ଧିଥିଲେ । ଏହି ବର୍ଷର ଦୁର୍ଗା ପୂଜା ମୁଖାର୍ଜୀ ପରିବାର ପାଇଁ ଭାବପ୍ରବଣ ରହିଥିଲା,…