Browsing Tag

economics

ଆରବିଆଇ ରିପୋର୍ଟରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ଶୋଚନୀୟ, ବ୍ୟାଡ୍‌ ଲୋନ୍‌ ଦୁଇ ଦଶନ୍ଧିର ଶୀର୍ଷରେ ପହଞ୍ଚିଯିବା ଆଶଙ୍କା

ଭାରତୀୟ ବ୍ୟାଙ୍କଗୁଡ଼ିକର ବୁଡ଼ି ଯାଇଥିବା କରଜ ବଢ଼ି ସେମାନଙ୍କ ବାଲାନ୍ସ ସିଟ୍‌ର ୧୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ। ଆରବିଆଇ, ଫାଇନାନ୍ସିଆଲ ଷ୍ଟେବିଲିଟି ରିପୋର୍ଟର ନୂଆ ସଂସ୍କରଣରେ କହିଛି ଯେ ୩୦ ସେପ୍ଟେମ୍ବର, ୨୦୨୦ ସୁଦ୍ଧା ବ୍ୟାଡ୍‌ ଲୋନ୍‌ ବଢ଼ି ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌ର…

ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍‌, ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍‌ କ୍ରେମରଙ୍କୁ ମିଳିବ ନୋବେଲ

କେନ୍ୟୁଜ୍ (ବ୍ୟୁରୋ):ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ୍‌। ବର୍ଷ ୨୦୧୯ ପାଇଁ ତିନି ଜଣଙ୍କୁ ପୁରସ୍କାର ମିଳିବ। ସେମାନେ ହେଲେ ଅଭିଜିତ ବାନାର୍ଜୀ, ଏସ୍ତର ଡୁଫଲୋ ଓ ମାଇକେଲ୍‌ କ୍ରେମର। ଏନେଇ ଆଜି ଘୋଷଣା ହୋଇଛି। ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପ୍ରୟୋଗାତ୍ମକ ପ୍ରୟାସ ପାଇଁ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ଭାରତ ଆୟୋଜନ କରିବ ସପିଂ…

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି। ରପ୍ତାନୀ ବୃଦ୍ଧି ପାଇଁ ଆଜି ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଆୟୋଜନ କରିବ ସପିଂ ମେଗା ଫେଷ୍ଟିଭାଲ। ଏହି ମଞ୍ଚରେ…

ମୋଦି ସରକାରଙ୍କୁ ଝଟକା, ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି

ଆଉ ଲୁଚି ରହିନାହିଁ ଦେଶର ଆର୍ଥିକ ମାନ୍ଦାବସ୍ଥା। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସୁନେଲି ସ୍ୱପ୍ନ ଦେଖୁଥିବା ମୋଦି ସରକାରଙ୍କୁ ଲାଗିଛି ଝଟକା। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି। ଏପ୍ରିଲରୁ ଜୁନ୍‌ରେ ଦେଶରେ ଜିଡିପି ୫ ପ୍ରତିଶତକୁ ଖସିଛି। ଏହା ୫ ଦଶମିକ ୮…

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ଜିଲ୍ଲା ଓ ତଳ କୋର୍ଟରେ ପଡି ରହିଥିବା ମାମଲାରେ ଓଡ଼ିଶାର ହାର ସର୍ବାଧିକ

ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ। ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ତଳ କୋର୍ଟରେ କେତେ ସମୟ ଧରି ମାମଲା ପଡି ରହୁଛି, ଏହାର ହିସାବ ଦେଖିଲେ ଓଡ଼ିଶାରେ ଏ ସଂଖ୍ୟା ଦେଶରେ ସବୁଠାରୁ ଅଧିକ। ଗୋଟିଏ ବର୍ଷରେ ଫୈସଲା ହାରରେ…

ମୁହଁ ଲୁଚାଇ କାନ୍ଦୁଛି ପାକିସ୍ତାନ,  ୨୦୦ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ଦିନକୁ ଦିନ ସଂଘାତିକ ହେବାରେ ଲଗିଛି। ବଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଉଚ୍ଚା ଦର ପାଇଁ ଅଜି ପାକ୍ ସରକାରଙ୍କ ଚିନ୍ତା ବଢିଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖିବାକୁ ମିଳିଥିଲା ତା ସହ ବିଜୁଳୀ ଦର ମଧ୍ୟ ବଢିବା ସହିତ କ୍ଷୀର…

ଅର୍ଥନୀତି ବିଜ୍ଞାନ ପାଇଁ ଓ୍ଵିଲିୟମ୍‌ ଡି. ନୋରଧସ୍‌ ଓ ପଲ୍‌ ଏମ୍‌. ରୋମର୍‌ ପାଇବେ ନୋବେଲ

ଅର୍ଥନୀତି ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଚଳିତବର୍ଷ ଦୁଇ ଜଣଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନରେ ନୋବେଲ । ଆମେରିକାର ଓ୍ଵିଲିୟମ୍‌ ଡି. ନୋରଧସ୍‌ ଓ ପଲ୍‌ ଏମ୍‌. ରୋମର୍‌ ମନୋନୀତ ହୋଇଛନ୍ତି । ଏ ନେଇ ରୟାଲ ସ୍ୱେଡିସ୍‌ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି । ଉଭୟ…