Browsing Tag

flood in odisha

ବର୍ଷା ଆଣିଛି ବନ୍ୟା ବିଭୀଷିକା, ରାଜ୍ୟରେ ୧.୨୦ ଲକ୍ଷ ଲୋକ ପ୍ରଭାବିତ

(କେନ୍ୟୁଜ): ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା,…

ଛାଡ଼ିଗଲା ସିନା, ଦୁର୍ଦ୍ଦଶା ଦେଲା ଲଗାଣ ବର୍ଷା: କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣିରେ ଜଳବନ୍ଦୀ ଜୀବନ

(କେନ୍ୟୁଜ): ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାରେ…

ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି, ହେଲେ ୨୨୪ ଗାଁର ଲୋକେ ଏବେ ବି ପାଣି ଘେରରେ

ଜଳେଶ୍ବର(କେନ୍ୟୁଜ୍):ଧୀରେ ଧୀରେ ସୁଧୁରୁଛି ସୁବର୍ଣ୍ଣରେଖା ବନ୍ୟା ସ୍ଥିତି । ନଦୀରେ ଜଳ ସ୍ତର କମୁଛି, କିନ୍ତୁ ଜଳବନ୍ଦୀଙ୍କ ଦୁର୍ଦ୍ଦଶା ବଢୁଛି । ୨୨୪ ଗାଁର ଲୋକେ ଏବେ ପାଣି ଘେରରେ। ଜଳମଗ୍ନ ହୋଇ ରହିଛି ହଜାର ହଜାର ହେକ୍ଟର ଚାଷଜମି। ବନ୍ୟା ଘେରରେ ଏବେ ଅନେକ ଗାଁ ରହିଥିବାରୁ ଅନେକ…

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା, ମଧ୍ୟାହ୍ନରେ ବାଲେଶ୍ୱର ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ

କେନ୍ୟୁଜ୍: ଉତ୍ତର ଓଡ଼ିଶାକୁ ବଢୁଛି ବନ୍ୟା ବିପଦ । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ବନ୍ୟା ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି । ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ । ସୁବର୍ଣ୍ଣରେଖା ବନ୍ୟାରେ ଉତ୍ତର ବାଲେଶ୍ୱରର ୪ ବ୍ଲକ…

ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା, ବିପଦ ସଙ୍କେତ ପାର କଲା ନଦୀ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ପରେ ଝାଡ଼ଖଣ୍ଡ ବିପଦ । ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଂକା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲଯାଇଛି। ଏହି ୧୬ ଗେଟ୍‌ ଦେଇ ସାଢ଼େ ୪ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ପ୍ରଥମେ ୧୪ ଗେଟ୍‌ ଖୋଲାଯାଇଥିଲା । ପରେ ଆଉ ଦୁଇଟି ଗେଟ୍‌…

ବନ୍ୟା ଦ୍ୱାରା ଜଳବନ୍ଦୀରେ ୪ ଲକ୍ଷ ଲୋକ, ୨୨୭ଟି ରିଲିଫ କେନ୍ଦ୍ରରେ ୧ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨ ହଜାର ୧୪୯ଟି ଗାଁ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ଟି ଗାଁ ଜଳଘେରରେ ରହିଥିବା ବେଳେ ୪ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ଟି ରିଲିଫ କେନ୍ଦ୍ରରେ ୧ଲକ୍ଷରୁ…

ସାତକୋଶିଆ ଛୁଇଁଲା ବନ୍ୟାପାଣି, ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାରେ ବିତ୍ପାତ ଆଣିଛି ମହାନଦୀର ବନ୍ୟା ପାଣି । ହୀରାକୁଦରୁ ଆଉ ୧୪ଟି ଗେଟ୍‌ ଖୋଲିବା ପରେ ବନ୍ୟା ପାଣି ସାତକୋଶିଆ ଦେଇ ପ୍ରବାହିତ ହେଉଛି । ଗତ ୪ଦିନ ହେବ ପାଣିଘେରରେ ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି ।…

ଆଜି ରାତି ୪ ଜିଲ୍ଲା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି । ଅଧିକ ଘାଇ ସୃଷ୍ଟି ପରେ ଭୟଙ୍କର ସ୍ଥିିତି । ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ଘାଇ ସୃଷ୍ଟି ହୋଇଛି । କଟକ ମୁଣ୍ଡଳିରେ ଜଳସ୍ତର କମୁଛି । ଆସନ୍ତାକାଲି ସକାଳ ସମୟରେ ବନ୍ୟାପାଣି କମିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା…

କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା, ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି

ଭୁବନେଶ୍ୱର(କେନ୍ୟୁଜ୍): କେନ୍ଦ୍ରାପଡ଼ା, ଜଗତସିଂହ ଓ ପୁରୀ ଜିଲ୍ଲାରେ ବନ୍ୟା। ଗତକାଲି ରାତି ଗୋଟାଏ ପରଠାରୁ ପ୍ରବେଶ କରୁଛି ସର୍ବାଧିକ ବନ୍ୟାପାଣି। ମହାନଦୀର ବନ୍ୟା ପାଣି ପହଞ୍ଚିବା ପରେ ଏବେ ମୁଣ୍ଡଳୀରେ ସର୍ବାଧିକ ବନ୍ୟା ପାଣି ପ୍ରବାହିତ ହେଉଛି । ରାତି ୩ଟା ଯାଏଁ ମୁଣ୍ଡଳିରେ ରହିଥିଲା…

କଟକ-ବାଙ୍କୀ ରାସ୍ତା ଉପରେ ଚାଲିଛି ପାଣି, କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ(କେନ୍ୟୁଜ୍): କଟକ-ବାଙ୍କୀ ରାସ୍ତାରେ ପାଣି। କଇଁମୁଣ୍ଡା ଠାରେ ରାସ୍ତା ଉପରେ ପାଣି ଚାଲିଛି। ଗତ ଦୁଇ ଦିନ ଧରି ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଜଳବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ। ଘରେ ପାଣି ପଶିବାରୁ ପିଲାଛୁଆ…

ପାଣି ଜମିଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଆବଶ୍ୟକସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଯିବ:…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଜମିଥିବା ଓ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ…

ବନ୍ୟା ଛାଡ଼ିଗଲାଣି ହେଲେ ତଳିଆ ଅଞ୍ଚଳରେ କମିନି ଦୁର୍ଦ୍ଦଶା, ଏବେବି ଜଳବନ୍ଦୀ ଅନେକ ଗାଁ

କେନ୍ଯୁଜ୍: ବନ୍ୟା ଛାଡ଼ିଗଲାଣି । ହେଲେ ତଳିଆ ଅଞ୍ଚଳର ପ୍ରଭାବିତ ଲୋକଙ୍କ କମିନି ଦୁର୍ଦ୍ଦଶା । ଯୁଆଡେ ଦେଖିଲେ ଖାଲି ପାଣି । ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ଗାଁ । ନା ପାଇ ପାରୁଛନ୍ତି ବିଜୁଳି ନା ଶୁଖିଲା ଖାଦ୍ୟ । ବାତ୍ୟା ପ୍ରଭାବରେ ଭାଙ୍ଗି ପଡିଥିବା ବିଜୁଳି ଖୁଣ୍ଟିକୁ ସଜାଡୁଛନ୍ତି…