ମଙ୍ଗଳାବାଗ ରିଂ ରୋଡରେ ବିଦେଶୀ ମଦ ଦୋକାନ ସିଲ୍
କଟକ (କେନ୍ୟୁଜ): ମଙ୍ଗଳାବାଗ ରିଂ ରୋଡରେ ବିଦେଶୀ ମଦ ଦୋକାନ ସିଲ୍ । ସାମାଜିକ ଦୂରତା ରକ୍ଷା ନକରି ଚାଲିଥିଲା ମଦ କାରବାର । କୋଭିଡ କଟକଣା ଉଲ୍ଲଂଘନ ଯୋଗୁ ମଦ ଦୋକାନକୁ ସିଲ୍ କରାଯାଇଛି । ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ଵାଡ ଏହି ସିଲ୍ କରିଛି ।