Browsing Tag

heat wave

ଆକାଶରୁ ଖସୁଛି ନିଆଁ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର : ପ୍ରଚଣ୍ଡ ତାତିରେ ସିଝୁଛି ଉପକୂଳରୁ ଉପାନ୍ତ । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଜନଜୀବନ । ୩ ଦିନ ନିସ୍ତାର ନାହିଁ । ଜାରି ରହିବ ସମାନ ସ୍ଥିତି । ୩ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।  ଏଭଳି ପୂର୍ବାନୁମାନ କରିଛି…

ଟାଣ ଖରାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ, ଧୀରେ ଧୀରେ ଭାଙ୍ଗି ଯାଉଛି ମନୋବଳ

ଆଠଗଡ଼: ନିଜର ମନବାଞ୍ଛା ପୂରଣ ହେଉ ଅବା ଶ୍ରଦ୍ଧାରେ ବାବାଙ୍କୁ ଟିକେ ଦର୍ଶନ କରିବା ପାଇଁ ଭକ୍ତମାନେ ଧାଇଁ ଆସନ୍ତି ଧବଳେଶ୍ବର ।  କିନ୍ତୁ ଚଳିତ ବର୍ଷର ମୁଣ୍ଡଫଟା ଟାଣ ଖରାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।…

ରାଜ୍ୟରେ ଅଗ୍ନିବର୍ଷା, ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହ ଡହ ତାତିରେ ସିଝୁଛି ସାରା ଓଡ଼ିଶା । ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ବର ଆର୍ଦ୍ରତା ୭୧.୬%…

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

 ଭୁବନେଶ୍ୱର : ୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି  ।  ଆଗାମୀ ୨…

ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର : ପୁଣି ଫେରିଲା ତାତି । ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି। ୧୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ଣ ଲହରୀ ସହ ଉଷ୍ଣ ଓ ଆଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି । ଫଳରେ ତାତି ବଢିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଜଳୁଛି ସାରା ଓଡିଶା, ୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଜଳୁଛି ସାରା ଓଡିଶା । ଡେଉଁଛି ପାରଦ । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି । ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ ଓ ରାଉରକେଲାରେ ଅସହ୍ୟ ଗରମ। ଆସନ୍ତା୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ…

ରାଜ୍ୟରେ ତାପମାତ୍ରା ୪୫. °C ଟପିଲା, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼

ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ ।  ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫. °C ଟପିଛି  ।   ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ହେବ ଅସମ୍ଭାଳ ତାତି । ଆନ୍ତାକାଲିଠୁ ରାଜ୍ୟରେ ହିଟ ୱେଭ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଲାଙ୍ଗୀର,…

ଆଉ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ,ଏପ୍ରିଲ ୨ରୁ ୫ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

 ଭୁବନେଶ୍ୱର : ଆଉ ଦୁଇ ଦିନ ଜାଳିବ ।  ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ ।  ଗତକାଲି ସମ୍ବଲପୁରରେ ୪୨ ଡିଗ୍ରୀ ଟପିଛି ତାପମାତ୍ରା ।  ଗତ ୨୪ ଘଣ୍ଟାରେ ୧୨ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।  ଆଗାମୀ ୨ ଦିନ ଯାଏଁ ବର୍ଷାର ସମ୍ଭାବନା ନାହିଁ । …

ଆଜିଠୁ ସକାଳୁଆ ଅଙ୍ଗନବାଡି, ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ ପାଠପଢା

ଭୁବନେଶ୍ୱର : ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ ମାସ ଜାରି ରହିଥିବା ବେଳେ କଲବଲ କଲାଣି ଗ୍ରୀଷ୍ମ ତାତି । ଖରା ଆରମ୍ଭରୁ ହିଁ ଦହଗଞ୍ଜ ହେଲେଣି ଲୋକେ । ଏହାରି ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ତୀବ୍ର ହେବାରେ ଲାଗିଛି । ଆଗକୁ…

କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି: ୨୪ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର : କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି । ଆଜିଠୁ ହେବ ବର୍ଷା । ରାଜ୍ୟର କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆଜି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ…

ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା ।  ଆହୁରି ୨ ଦିନ କଲବଲ କରିବ ତାତି । ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର । ଆଜି ବୌଦ୍ଧ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ହିଟ୍ ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୪ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

୪୦ ଡିଗ୍ରୀ ଟପିବ ତାପମାତ୍ରା, ୩ ଦିନ ଜଳିବ ପଶ୍ଚିମ ଓଡିଶା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ପାରଦର ସ୍ତର ତାପମାତ୍ରା ବୃଦ୍ଧି ସହ ଅସମ୍ଭାଳ ତାତି ଦେଖୁବାକୁ ମିଳୁଛି । ଉପକୂଳରୁ ଉପାନ୍ତ ସବୁଠି ତାତି ଥିବା ବେଳେ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ବି ଟାଇଁ ଟାଇଁ ଖରା ହେବ । ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ…