ବଢୁଛି ଦୈନିକ ସଂକ୍ରମଣ: କେରଳରେ ସର୍ବାଧିକ ମାମଲା, ୨୪ ଘଣ୍ଟାରେ ୪୨,୬୧୮ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ଉପରେ ଲାଗୁନି ରୋକ। ପୁଣି ଉପର ମୁହାଁ କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୪୨ ହଜାର ୬୧୮ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରେ କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ଆସିଛି ୨୯ହଜାର ୩୨୨ କରୋନା ମାମଲା। ଯାହା ମୋଟ ସଂକ୍ରମଣର ୭୦…