ପୁରୀରେ ରାଷ୍ଟ୍ରପତି: ଗର୍ଭ ଗୃହରେ କଲେ ଜଗା ଦର୍ଶନ, ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ପୁରୀରେ ମହାମହିମ । ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କଲେ ରାଷ୍ଟ୍ରପତି । ବଡ଼ଦାଣ୍ଡରୁ ଚାଲିଚାଲି ଶ୍ରୀମନ୍ଦିର ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟ ଓ ଦେଶର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।…