Browsing Tag

last rites

ପଞ୍ଚଭୂତରେ ବିଲୀନ ହେଲେ ଦାମୋଦର ରାଉତ, ମୁଖାଗ୍ନି ଦେଲେ ପୁଅ

ପୁରୀ (କେନ୍ୟୁଜ): ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେଲା ଶେଷକୃତ୍ୟ । ବଡ଼ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ…

ଶୋକାକୂଳ ପରିବେଶରେ ସିମୁଳିଆ ବିଡ଼ିଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୃତ୍ୟୁକୁ ସହଜରେ ଗ୍ରହଣ କରୁନାହାଁନ୍ତି ପରିବାର

ସିମୁଳିଆ (କେନ୍ୟୁଜ): ଶୋକାକୂଳ ପରିବେଶ ଭିତରେ ସମ୍ପନ୍ନ ହେଲା ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଶେଷକୃତ୍ୟ । ଗତକାଲି ରାତିରେ ମୃତଦେହ ବାରିପଦାସ୍ଥିତ ପୈତୃକ ଘରେ ପହଞ୍ଚିବାପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ତେବେ ବିଡିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ପରିବାରଲୋକେ…

ପୁଅମାନେ ହିଁ କାହିଁକି କରନ୍ତି ଅନ୍ତିମ ସଂସ୍କାର ! ଏହା ପଛରେ ଧାର୍ମିକ ବିଶ୍ୱାସ କ’ଣ ରହିଛି ?

ହିନ୍ଦୁ ଧର୍ମରେ ଜନ୍ମ ପରେ ଯେଉଁଭଳି ଭାବେ ଅନେକ ଗୁଡିଏ ସଂସ୍କାର କରାଯାଏ । ସେହିପରି ମୃତ୍ୟୁ ସମୟରେ ଅନ୍ତିମ ସଂସ୍କାରର ମଧ୍ୟ ଅଲଗା ଅଲଗା କ୍ରୀୟାକର୍ମ ରହିଛି । ଆଉ ଅନ୍ତିମ ସଂସ୍କାରକୁ ନେଇ ତ ଲୋକଙ୍କ ମଧ୍ୟରେ ଅନେକ ମାନ୍ୟତା ଏବ ପ୍ରଥା ପରମ୍ପର ପ୍ରଚଳିତ ଅଛି, ଯେଉଁଥିରେ ଗୋଟିଏ ହେଉଛି…

ଏକାଠି ଜଳିଲା ୮ ଜୁଇ : ଗାଁ ମଶାଣିରେ ମା ଓ ପୁଅ ବୋହୂଙ୍କ ହେଲା ଅନ୍ତିମ ସଂସ୍କାର, ଲୁହରେ ଭିଜିଲା ପରିବେଶ

କେନ୍ଦୁଝର (କେନ୍ୟୁଜ): ଏକାଠି ଜଳିଲା ଜୁଇ । କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ମୃତଦେହ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡୀ ବ୍ଲକ ପୋଡ଼ାମାରିରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି…

ବଲାଙ୍ଗିର: ବୁକୁଫଟା କାନ୍ଦରେ ଫାଟି ପଡୁଛି ବ୍ରାହ୍ମଣୀପାଲି ଗାଁ, ଏକାଠି ଜଳିଛି ବାପା ଓ ଦୁଇ ଝିଅଙ୍କ ଚିତା

ବଲାଙ୍ଗିର(କେନ୍ୟୁଜ୍): ବସ ଧକ୍କାରେ ବଲାଙ୍ଗିର ବ୍ରାହ୍ମଣୀପାଲି ଗାଁର ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ। ଏକାଠି ଜଳିଛି ବାପା ଓ ଦୁଇ ଝିଅଙ୍କ ଚିତା। ଏବେ ବାପ ଛେଉଣ୍ଡ ଦୁଇ ଝିଅ ଓ ବିଧବା ପତ୍ନୀଙ୍କ ବୁକୁଫଟା କାନ୍ଦରେ ଫାଟି ପଡୁଛି ଗାଁ। ଗତକାଲି…

ଜାତିଆଣ ମନୋଭାବ ପାଇଁ ଶବ ଛୁଇଁଲେନି ଗାଁ ଲୋକେ, କୋକେଇକୁ ଘୋଷାରି ଘୋଷାରି ଶ୍ମଶାନ ନେଲା ପୁଅ

ଜୟପୁର(କେନ୍ୟୁଜ୍):  ଭୁଲ ହେଇଗଲା ଅନ୍ୟ ଜାତିରେ ଖାଇବା, ଆଉ  ସେଥିପାଇଁ ଘର ଆଗରୁ ଉଠିଲାନି ଶବ ଓ  ଆସିଲେନି ଗାଁ ଲୋକେ  । ଶେଷରେ ଶବକୁ ଘୋଷାରି ଘୋଷାରି ନେଲା ପୁଅ । ଏମିତି କିଛି ଘଟଣା ଘଟିଛି ଜୟପୁର ବୈରାଗି ମଠ ଗାଁରେ।  ବୈରାଗୀ ମଠ ଗାଁରେ ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି।…

ଅଭାଗା ପୁଅ ମେଘନାଦ, ବାପା କି ମା’ କାହାରିକୁ ବି ମୁଖାଗ୍ନି ଦେଇ ପାରିଲାନି

ବୌଦ୍ଧ (କେନ୍ୟୁଜ୍‌) : ପୁଅର ଏମିତି ଭାଗ୍ୟ। ମା’ର ମଲା ମୁହଁ ଦେଖିଲା ସିନା ହେଲେ ମା’କୁ ମୁଖାଗ୍ନି ଦେଇ ପାରିଲା ନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଲସପୁର ଗ୍ରାମ ପଂଚାୟତ ପଦର ପଡା ଗାଁର ମେଘନାଦ ସାହୁ । ଗତ ସେବା ସମବାୟ ନିର୍ବାଚନରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହେଲା । ଏହି…

ମାରିଦେଲେ ଶାଶୁଘର ଲୋକେ; ଗୟାରେ ବିବାହିତ ଝିଅକୁ ମୁଖାଗ୍ନି ଦେଲା ମା’…ନିଜେ କଲା ଅନ୍ତିମ ସଂସ୍କାର

ବିହାରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ନିଜ ବିବାହିତ ଝିଅର ମୁଖାଗ୍ନି ଦେଇଛି। ଶାଶୁଘରେ ଝିଅକୁ ହତ୍ୟା ପରେ ମା’ ହିଁ ଝିଅର ଅନ୍ତିମ ସଂସ୍କାର କରିଛି। ଗୟାର ବିଷ୍ଣୁପଦ ଶ୍ମଶାନ ଘାଟରେ ମା’ ଦେଇଛି ମୁଖାଗ୍ନି। ଏହି ପୂରା ଦୃଶ୍ୟ ଦେଖି ଲୋକଙ୍କ ଆଖି ଛଳଛଳ…

ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା: ପଞ୍ଚଭୂତରେ ଲୀନ ହେଲେ ଯୁବ ଓଡ଼ିଆ ବୈଜ୍ଞାନିକ ସତ୍ୟମ୍ବଦ ପାତ୍ର

କାମାକ୍ଷାନଗର (କେନ୍ୟୁଜ): ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ଭୁବନରେ ପହଞ୍ଚିଥିଲା। ଏହାପରେ ଏକ…

ପୁରୀ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ…

ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ: ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି

ପୁଅର କର୍ତ୍ତବ୍ୟ କଲା ଝିଅ। ଉତ୍ତର ପ୍ରଦେଶର ଇଟାବର ଜିଲ୍ଲାର ଏକ ଝିଅ ସାମାଜିକ ନୀତି ନିୟମକୁ ଭ୍ରୁକ୍ଷେପ ନ କରି ପୁଅ ଭଳି ବାପାଙ୍କ ମୁହଁରେ ନିଆଁ ଦେଇଛି। ଉସରାହାର ଥାନା ଅନ୍ତର୍ଗତ ସରସଇନାବରରେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଝିଅ କେବଳ ବାପାଙ୍କୁ କାନ୍ଧ ଦେଇନି, ବରଂ…

ବନ୍ଧୁ ହେବ ତ’ ଏମିତି: ସାଥୀର ମୃତ୍ୟୁକୁ ସହିନପାରି ଏମିତି କଲା ମୟୂର, ଭିଡିଓ ହେଉଛି ଭାଇରାଲ

ବର୍ତ୍ତମାନ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା କେତେକଙ୍କ ହୃଦୟକୁ ଛୁଇଁ ଯାଇଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ ପ୍ରକୃତ ବନ୍ଧୁ କିପରି ହେବା ଦରକାର ଆପଣ ଜାଣିପାରିବେ । ମଣିଷ ତ' ନିଜର ସ୍ୱାର୍ଥ ହିସାବରେ ବନ୍ଧୁ ଖୋଜିଥାଏ କିନ୍ତୁ ପକ୍ଷୀ କିପରି ନିଜ ବନ୍ଧୁ…