Browsing Tag

loot

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଲୁଟ୍, ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼ (କେନ୍ୟୁଜ): ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଲକ୍ଷ ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଟଙ୍କା । ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜମାପାଲି…

ବାଇକ୍ ଡିକି ଭାଙ୍ଗି ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଠଗଡ଼ : ବାଇକ୍ ଡିକି ଭାଙ୍ଗି 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ । ଆଠଗଡ଼ ଅଶୋକ ନଗରରେ ଘଟିଛି ଏଭଳି ଘଟଣା । ଭାରତ ମସଲାର ଡିଷ୍ଟିବୁଟର୍ ପ୍ରଶାନ୍ତ କୁମାର ସ୍ୱାଇଁ ନିଜ ଘର ସାମନାରେ ଗାଡ଼ି ରଖି ଘରକୁ ଯାଇଥିବା ବେଳେ ଲୁଟ୍ କରିଛନ୍ତି ଲୁଟେରା । ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ…

ଦିନ ଦ୍ବିପହରରେ ଗୁଳିମାଡ଼ କରି ସୁନା ଦୋକାନରୁ ଲୁଟ୍, ଜଣେ ଗୁରୁତର

ସମ୍ବଲପୁର (କେନ୍ୟୁଜ): ଦିନ ଦ୍ବିପହରରେ ଯୁବକକୁ ଗୁଳିମାଡ଼ । ସମ୍ୱଲପୁର ଧନୁପାଲି ଛକରେ ଦ୍ବିପହରରେ ଗୁଳିମାଡ଼ । ସୁନା ଦୋକାନରୁ ଲୁଟ୍ ଉଦ୍ୟମବେଳେ ଗୁଳିମାଡ଼ ହୋଇଛି । ଯୁବକଙ୍କ ପେଟରେ ବାଜିଛି ଦୁଇ ରାଉଣ୍ଡ ଗୁଳି । ଗୁରୁତର ଯୁବକଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା

କେନ୍ଦ୍ରାପଡା(କେନ୍ୟୁଜ୍‌) : ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିବା ବେଳେ କାବୁ ହେଲେ ୨ ଲୁଟେରା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଲୋକାପଡ଼ା ଗାଁ ରାସ୍ତାରୁ କାବୁ ହେଲେ ଲୁଟେରା। ଦୁଇ ଲୁଟେରା ଏକ କଳା ପଲସରରେ ଆସି ଶିଳାସ୍ତମ୍ବ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଏକ ସୁନାଚେନ…

ଅତିଥି ବେଶରେ ଆସି ଖାଇ ପିଇ ସୁନା ଗହଣା ଓ ଟଙ୍କା ଲୁଟି ନେଇ ଚାଲିଗଲେ

ଭୁବନେଶ୍ବର (କେନ୍ୟୁଜ): ବିବାହ ମଣ୍ଡପକୁ ଅତିଥି ବେଶରେ ଆସିଲେ, ବାହା ମଣ୍ଡପରୁ ଲୁଟିନେଇ ଚାଲିଗଲେ । ଗୋଟିଏ ଦିନରେ ରାଜଧାନୀର ୨ଟି ବିବାହ ମଣ୍ଡପରୁ ଲୁଟ୍ । ଭୁବନେଶ୍ବର ମେ ଫେୟାର ମ୍ୟାରେଜ୍ ହଲ୍ ଓ ବଡଗଡ ଅଞ୍ଚଳର ବିବାହ ମଣ୍ଡପରୁ ଲୁଟ୍ ହୋଇଛି । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍…

ରାଜଧାନୀ ଆପାର୍ଟମେଣ୍ଟରୁ ସିରିଜ ଚୋରି

ଭୁବନେଶ୍ୱର(କେନ୍ୟୁଜ୍‌): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି…

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍: ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୦ଭରି ସୁନା

କାକଟପୁର (କେନ୍ୟୁଜ): ହାତ ଗୋଡ ବାନ୍ଧି ଲୁଟ୍  । ମାରଣାସ୍ତ୍ର ଦେଖାଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଲୁଟ୍ । କାକଟପୁର ଅସ୍ତରଙ୍ଗ ଥାନା ଆଳସାହି ଗାଁର ଘଟଣା । ପରିବାର ସଦସ୍ୟଙ୍କ ହାତଗୋଡ ବାନ୍ଧି ୧୦ଭରି ସୁନା ସହ ନଗଦ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଖବର ପାଇ ଅସ୍ତରଙ୍ଗ ପୋଲିସ୍…

ଘର କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିଲେ, ପଛପଟୁ ଆସି ୫୦ ହଜାର ଝାମ୍ପି ନେଲେ

କେନ୍ଦ୍ରାପଡ଼ା : ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ହେଲେ ଅଧା ବାଟରେ ତାଙ୍କ ସହ ଯାହା ଘଟିଯାଇଛି ସେ କେବେ ଭାବି ନଥିଲେ । ଦିନ ଦ୍ୱିପହରରେ ଦୁଇ ଲୁଟେରା ତାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା । ଶେଷରେ କିଛି ଉପାୟ ନପାଇ କାନ୍ଦି କାନ୍ଦି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ମହିଳା ଜଣକ ।…

ଘରେ ପଶିଲେ ମାଡ଼ ମାରିଲେ, ଲୁଟିନେଲେ ୧୮ ଭରିର ସୁନା

ବୌଦ୍ଧ (କେନ୍ୟୁଜ): ଘରେ ପଶିଲେ, ମାଡ଼ ମାରିଲେ, ଲୁଟିଲେ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାରଡୋଲ ଗାଁରେ ସଶସ୍ତ୍ର ଡକାୟତି। ଘରେ ପଶି ପିସ୍ତଲ ଓ ଭୁଜାଲି ଦେଖାଇ ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ୧୮ ଭରି ସୁନା ଓ ୮୫ହଜାର ଟଙ୍କା । ୬ ଜଣ ମୁଖା ପିନ୍ଧା ଡକାୟତ ଗତକାଲି ରାତିରେ ଘରେ ପଶି…

ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲୁଟ୍

ମୟୂରଭଞ୍ଜ (କେନ୍ୟୁଜ୍‌) : ଶେଷରେ ଠାକୁରଙ୍କୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ। ମନ୍ଦିରରେ ପଶି କଳାକନା ବୁଲାଇଲେ। ଗୋଟିଏ ରାତିରେ ୨ଟି ମନ୍ଦିରରୁ ଲୁଟ୍ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୟନ୍ତୀପଟ୍ଟା ଗ୍ରାମ ଯୋଗେଶ୍ୱର ମନ୍ଦିର ଏବଂ ତଳିଆ ସ୍ଥିତ ଶନି ମନ୍ଦିରର ଗ୍ରୀଲ୍ ତାଲା…

ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ବିଳମ୍ବିତ ରାତିରେ ଗେଟ୍ ତାଡି କଳାକନା ବୁଲାଇଲେ ଚୋର

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ଗେଟ୍ ତାଡି ଦେଲେ ଚୋର। ଏପରିକି ସିସିଟିଭି କ୍ୟାମେରାର ତାର କାଟିନେଇଥିବା ସୂଚନା ମିଳିଛ । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସର ଛାନ ଭିନ ଜାରି ରହିଛି । ବ୍ୟାଙ୍କରୁ କେତେ ଟଙ୍କା…

ବ୍ୟାଙ୍କ ଆଗରୁ ମହିଳାଙ୍କ ଠାରୁ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସ୍ପଷ୍ଟ ଦିବାଲୋକରେ ଲୁଟ। ବ୍ୟାଙ୍କ ଆଗରୁ ମହିଳାଙ୍କ ଠାରୁ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଲୁଟ ହୋଇଛି। ଚାରିନଙ୍ଗଳ ଜୟ ବଜରଙ୍ଗବାଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଗ୍ରୁପ ଲୋନ ବାବଦକୁ ବ୍ୟାଙ୍କ ଶାଖାରୁ ୪…