ଯୋଗେଶ୍ୱର ପୀଠରେ ଜମୁଛି ମକର ମେଳା, ୪ ଦିନ ଧରି ଚାଲେ ଏହି ଯାତ୍ରା
ମନ ମୋହୁଛି ମକର । ଦଶପଲ୍ଲା ପଶ୍ଚିମା ଅଞ୍ଚଳର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ । ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ ।…