Browsing Tag

nuapada

ନୂଆପଡ଼ାରେ ଅଘଟଣ: ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ

ନୂଆପଡ଼ା: ନୂଆପଡ଼ା ଧରମବନ୍ଧା ଥାନା ପଖାନପଦର ଗାଁରେ ଅଘଟଣ ।  ଅଜଣା ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ୫ ଜଣଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଛି । ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି…

ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ମାଓ ମୁକାବିଲା ରଣନୀତି ନେଇ ଡିଜିପିଙ୍କ ସମୀକ୍ଷା

ନୂଆପଡ଼ା: ନୂଆପଡ଼ାରେ ପୋଲିସ ଡିଜି ୱାଇ.ବି ଖୁରାନିଆ । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଚାଲିଛି ଡିଜିପିଙ୍କ ମାଓ ମୁକାବିଲା ସମୀକ୍ଷା ବୈଠକ । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ କୁଲ୍ହାରୀଘାଟ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୧୪ ନକ୍ସଲ…

ନିଆରା ଢଙ୍ଗରେ ମହାଆଡମ୍ବର ସହକାରେ ପାଳନ ହେଲା ଆଦିବାସୀଙ୍କ ଇଷ୍ଟଦେବତା ବୁଢାଦେଓଙ୍କ ଗାଦି ଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ମଧ୍ୟରେ ଆଦିବାସୀମାନଙ୍କ ଇଷ୍ଟଦେବତା ବୁଢାଦେଓ ହେଉଛନ୍ତି ଅନ୍ୟତମ । ପ୍ରତିବର୍ଷ ପୌଷ ମାସ ଶୁକ୍ଲପଞ୍ଚମୀ ତିଥିରେ ଆଦିବାସୀମାନେ ନିଜର ଈଷ୍ଟଦେବତା ବୁଢାଦେଓଙ୍କ ଗାଦି ଯାତ୍ରାକୁ ବହୁ ଜାକଜମକରେ ପାଳନ କରିଆସୁଛନ୍ତି । ଚଳିତବର୍ଷ ନୂଆପଡା…

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ ୪ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଅଛନ୍ତି । ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି…

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ନୂଆପଡ଼ା ଜୋଙ୍କ ଥାନା ଆଇଆଇସି

ନୂଆପଡ଼ା: ନୂଆପଡ଼ା ଜୋଙ୍କ ଥାନା ଆଇଆଇସି ନିଲମ୍ବିତ । ନୂଆପଡ଼ା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ । ଆଇଆଇସଙ୍କୁ ନିଲମ୍ବନ କଲେ ଡିଜିପି ୱାଇ ବି ଖୁରାନିଆ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଏହି ଆଦେଶ ବଳବତ୍ତର ରହିଥିବା ପର୍ଯ୍ୟନ୍ତ…

ଡେମୋ ଦେଖାଇଲେ ବାଘ ମାଂସ ଖାଇଥିବା ଶିକାରୀ, ଘଟଣାର ସିନ୍ ରିକ୍ରିଏସନ କଲା ବନବିଭାଗ

ନୂଆପଡ଼ା : କେମିତି ଶିକାର କଲେ, କେମିତି ଭୋଜି କରି ଖାଇଲେ ବାଘ ମାଂସ ? ଡେମୋ ଦେଖାଇଲେ ଶିକାରୀ। ନୂଆପଡ଼ାରେ କଲରାପତରିଆ ଶିକାର ପରେ ମାଂସ ଭୋଜି ଖାଇବା ଘଟଣାରେ ସିନ୍ ରିକ୍ରିଏସନ କରିଛି ବନବିଭାଗ । ଜଣେ ଶିକାରୀକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି ।  ଅଧିକ ପ୍ରମାଣ ତଥ୍ୟ…

ବାଘ ମାଂସ ଖାଇବା ଘଟଣା: ୨ ଫେରାର, ଅନ୍ୟ ଦୁଇଙ୍କୁ କାବୁ କଲା ବନ ବିଭାଗ

ନୂଆପଡ଼ା: ନୂଆପଡ଼ାରେ ବିଦ୍ୟୁତ୍‌ ତାରରେ ଲାଗି ବାଘର ମୃତ୍ୟୁ ପରେ ଶିକାରୀମାନେ ଏହାର ମାଂସକୁ ଭୋଜି କରି ଖାଇବା ଘଟଣା ଏବେ ଚର୍ଚ୍ଚାରେ ରହିଛି ।  ଏହି ଘଟଣାରେ ବନ ବିଭାଗ ୨ ଜଣ ଶିକାରୀଙ୍କୁ କାବୁ କରୁଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି ।  ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ…

କାର୍ତ୍ତିକ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତା ପୂଜା କଲେ ମିଳିଥାଏ କୋଟି ପୂଣ୍ୟ

ନୂଆପଡା: ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜାକଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହାକୁ ବିଶ୍ଵାସ କରି ଯାଦବମାନେ ପ୍ରତିବର୍ଷ କାର୍ତ୍ତିକମାସ ଶୁକ୍ଲପକ୍ଷ ଅଷ୍ଟମୀଠାରୁ ଦଶମୀ ଯାଏଁ ତିନିଦିନ ଧରି ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗୋମାତାକୁ ପୂଜା କରିଆସୁଛନ୍ତି । ଚଳିତ…

ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ଘଟଣା, ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଫାଷ୍ଟ ଫୁଡ ଦୋକାନୀଙ୍କୁ ଗୁଳିମାଡ ।  ଘଟଣାର ପ୍ରତିବାଦରେ ଆଜି ମେହେର ସମାଜ ଯୁବା ମଞ୍ଚ ପକ୍ଷରୁ ସିନାପାଲି କାପସି ଛକରେ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି l ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ…

ନୂଆପଡ଼ାରେ ଭାଲୁ ଆତଙ୍କ, ଆକ୍ରମଣରେ ଜଣେ ଚାଷି ଗୁରୁତର

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଧାପଦର ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଚାଷି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଚାଷୀ ଜଣକ ହେଲେ ପର୍ଶୁରାମ କଟା । ତାଙ୍କର ଡାହାଣ ଗୋଡ଼ ଜଂଘରେ ଗଭୀର କ୍ଷତ ହୋଇଛି । ଆଜି ଭୋର ସକାଳେ ପର୍ଶୁରାମ ନିଜ ଚାଷ ଜମିକୁ…

ସିନାପାଲି ବନ ବିଭାଗର ଚଢ଼ାଉ, ୨ କୁଖ୍ୟାତ ବାଘ ଶିକାରୀ ଗିରଫ

ନୂଆପଡ଼ା: ୨ ବାଘ ଶିକାରୀ ଗିରଫ । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁରୁ ଦୁଇ ବାଘ ଶିକାରୀ ଗିରଫ । ସିନାପାଲି ବନ ବିଭାଗ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ବାଘ ଦାନ୍ତ, ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ…

 ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ

ନୂଆପଡ଼ା : ନୂଆପଡ଼ା MVI ବିଜୟ କୁମାର ବେହୁରିଆ ଗିରଫ । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ହସ୍ପିଟାଲ ଛକରେ ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଥିଲେ ବିଜୟ । ଘରୋଇ କାର୍ ରେ ନୂଆପଡ଼ାରୁ ଭୁବନେଶ୍ବର ଆସୁଥିଲେ । ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । …