Browsing Tag

odisha assembly

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନ । ଆଜି ଅର୍ଥାତ ବୁଧବାର ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ବଜେଟ ଅଧିବେଶନର ୬ଷ୍ଠ ଦିନରେ ବି ଗୃହ ଚାଲିପାରିନି । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା…

ମୋ ବସ୍ ନା ମର୍ଡର ବସ୍?  ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ

ଭୁବନେଶ୍ୱର : ବିଧାନସଭାରେ ବି ଉଠିଲା ମୋ ବସ୍ ଦୁର୍ଘଟଣା ପ୍ରସଙ୍ଗ ।  ମୋ ବସ୍ ନା ମର୍ଡର ବସ୍ ?  ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ।  ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତି ଭରଣା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ…

ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ ୫୨୮୪ ଜଣ ଭିକାରୀ ଅଛନ୍ତି ବୋଲି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି…

ଆଜି ବି କମ୍ପିବ ଗୃହ ! ଉଠିପାରେ ମିଶନ ଶକ୍ତି କର୍ମୀଙ୍କ ଦରମା ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭାରେ ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ । ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ ।  ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ…

ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା: ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର : ଆସନ୍ତା ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀ ଚିଲିକାର ଚାରିପଟେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି । ଏହି ଜଳାଶୟକୁ ନଭେମ୍ବର ସୁଦ୍ଧା ଓଡିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କର…

ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ , ଗଫଲତି କଲେ କୋଟିଏ ଜରିମାନା

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଓଡିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପାରିତ ।  ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ବିଧାନସଭାରେ ଏହି ବିଧେୟକ ଆଗତ କରିଥିଲେ । ପରୀକ୍ଷାରେ ଗଫଲତି ରୋକିବାକୁ ରାଜ୍ଯ ସରକାର ଏହି ଆଇନ ଆଣିଛନ୍ତି ।  ଆଇନରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ପ୍ରସ୍ତାବିତ…

ପୋଲାଭରମ ପ୍ରସଙ୍ଗରେ ତାତିଲା ବିଧାନସଭା … ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ପୋଲାଭରମ ପ୍ରସଙ୍ଗରେ ତାତିଲା ବିଧାନସଭା ।  ଆଲୋଚନା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ।  ରାଜ୍ଯର ସ୍ୱାର୍ଥ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାର ନିରବ କାହିଁକି ।  ପୋଲାଭରମ ଯୋଗୁ ଓଡ଼ିଶା ବୁଡୁଛି,ଆନ୍ଧ୍ର ହସୁଛି ଶୀର୍ଷକରେ ଏକ ମୁଲତବୀ ନୋଟିସ ଆଣିଥିଲା କଂଗ୍ରେସ ।  ଏହାକୁ ଗ୍ରହଣ ନ କରିବାରୁ…

ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶ, ସୁରକ୍ଷା ପାଇଁ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳିନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥ କଡାକଡି କରାଯାଇଛି । ବିଧାନସଭାରେ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ ଡିସିପି , ୨ କମ୍ପାନୀ ସିଆରପିଏଫ, ୨ ୟୁନିଟ ସ୍ପେସାଲ ଟାକ୍ଟିକାଲ…

କାଲିଠୁ ଆରମ୍ଭ ହେବ ବିଧାନସଭାରେ ଶୀତ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ବସିବ ବୈଠକ । ବୈଠକରେ ଯୋଗଦେବା ପୂର୍ବରୁ ଉଭୟ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ବୈଠକ…

ନୂଆ ସରକାରଙ୍କ ପ୍ରଥମ ବଜେଟ, ଆଜି ଗୃହରେ ଆଗତ ହେବ ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ୱର : ଆଜି ବିଧାନସଭାରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ତିନି ଦିନର ବିରତି ପରେ ଆଜି ପୁଣି ଅଧିବେଶନ ଆରମ୍ଭ ହେବ । ଗୃହରେ ଆଗତ ହେବ ୨୦୨୪-୨୫ ବଜେଟର ବ୍ୟୟମଞ୍ଜୁରୀ ବିଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲକୁ ଗୃହରେ ଆଗତ କରିବେ । ନୂଆ ସରକାରଙ୍କ ପ୍ରଥମ ବଜେଟର ବ୍ୟୟମଞ୍ଜୁରୀ ପାଇଁ…

ପିଛିଲା ଭାବେ ଖଣି ଟିକସ ଆଦୟରେ ପ୍ରତିବନ୍ଧକ, କାର୍ଯ୍ୟକାରୀ ପାଇଁ ଓରିସେଡ୍ ଆଇନର ବୈଧତା ଆବଶ୍ୟକ

ଭୁବନେଶ୍ୱର : ପିଛିଲା ଭାବେ ଖଣି ଟିକସ ଆଦାୟ ପ୍ରସଙ୍ଗରେ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ବିବୃତି ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା । ଓରିସେଡ୍ ଆକ୍ଟ ୨୦୦୪ର ପୁନଃ ସଂସ୍ଥାପନ ହୋଇ ନଥିବାରୁ ସେହି ଆଇନ ଅନୁସାରେ ବକେୟା ରାଜସ୍ୱ ଆକଳନ ସମ୍ଭବ ନୁହଁ ବୋଲି କହିଛନ୍ତି ମନ୍ତ୍ରୀ । ଗୃହରେ…

ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା, ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି…