Browsing Tag

odisha Weather

ରାଜ୍ୟରେ ବଢୁଛି ଶୀତ, ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ଶୀତ ସାମାନ୍ୟ ବୃଦ୍ଧି ପାଇଛି । ଗତ ସପ୍ତାହେ ହେଲା ଲଗାତାର ଜି ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଉଛି । ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି । ସିମିଳିଗୁଡ଼ାରେ ୫.୫…

ବଢ଼ିବ ଥଣ୍ଡା! ଶିମିଳିପାଳର ନଅଣା ଓ ଉପରବାରା କାମୁଡ଼ା ଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

ବାରିପଦା(କେନ୍ୟୁଜ୍):ପୁଣି ବଢ଼ିବ ଥଣ୍ଡା !। ରାଜ୍ୟରେ ରାତି ତାପମାତ୍ରା ଧିରେ ଧିରେ କମିବ। ପ୍ରାୟ ୩ରୁ ୫ ଡିଗ୍ରୀ ଯାଏ ତଳକୁ ଖସିବା ସହ ରାଜ୍ୟରେ ଅନେକ ସ୍ଥାନରେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସହ ଅନୁଭୂତ ହେଉଛି ଘନ କୁହୁଡି । ମୟୂରଭଞ୍ଜ ଜିଲ୍ଲାରେ…

ରାଜ୍ୟରେ ଦିନ ବେଳା ଅନୁଭୂତ ହେଉଛି ଗୁଳୁଗୁଳି, ୩୦ଯାଏଁ ପାଗ ରହିବ ଶୁଖିଲା!

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ଦିନରେ ପ୍ରଚଣ୍ଡ ଖରା ହେବା ସହ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଛି। କିନ୍ତୁ ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। କିନ୍ତୁ ୩୧ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରୁ…

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା: ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସକ୍ରିୟ

ଭୁବନେଶ୍ୱର (କେନ୍ୟୁଜ): କୁମାର ପୂର୍ଣ୍ଣିମାରେ ବର୍ଷାରେ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳରେ ବର୍ଷାର ପ୍ରଭାବ ଓ ବିସ୍ତତି ବଢ଼ିବ । ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ରହିବ…

ଭିଜୁଛି ଉପକୂଳ ଓଡ଼ିଶା, ଭୁବନଶ୍ୱର ଓ କଟକ ସହରରେ ଲାଗି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଭିଜୁଛି ଉପକୂଳ ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍‌ ସିଟିରେ…

ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା, ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ରେକର୍ଡ

ବାରିପଦା(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ଶିମିଳିପାଳର ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଡୁକୁରାରେ…

ଲଘୁଚାପ ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର, ଉଠୁଛି ବଡ଼ ବଡ଼ ଜୁଆର

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ପଡିଛି । ବଡ଼ ବଡ଼ ଜୁଆର ଉଠୁଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ନିକଟରେ ଅଶାନ୍ତ ରହିଛି ସମୁଦ୍ର । ମାଡ଼ି ଆସିଛି ବଡ଼ ବଡ଼ ଜୁଆର । ପାଖାପାଖି ୧୦ ଫୁଟ୍‌ ଉଚ୍ଚର ଜୁଆର ଉଠୁଛି । ରାସ୍ତା ଉପରକୁ ମାଡ଼ି ଆସିଛି ସମୁଦ୍ର ପାଣି ।…

କାଲିଠାରୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ୭ରେ ଲଘୁଚାପ

କେନ୍ୟୁଜ୍(ବ୍ୟୁରୋ): ୭ରେ ଲଘୁଚାପ। ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୭ ଏବଂ ୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ବର୍ଷାରେ…

ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି, ଦୁଇ ଦିନ ଯାଏ ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ୟୁଜ୍): ଶ୍ରାବଣରେ ଧୁ ଧୁ ଖରା । ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଖରାଦିନ ଭଳି ଲାଗୁଛି । ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା ପରିମାଣ କମିବା ସହ ଦିନର ତାପମାତ୍ରା ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ…

ରାଜ୍ୟରେ ଆଜିଠୁ ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ, ୨୧ରୁ ପୁଣି ବର୍ଷିବ

ଭୁବନେଶ୍ୱର(କେନ୍ୟୁଜ୍):  ୨୧ରୁ ପୁଣି ବର୍ଷିବ । ଦୁଇ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି । ୨୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହୋଇଯିବ । ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ।…

୧୪ରୁ ୧୬ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍) : ୧୪ରୁ ୧୬ ଭୀଷଣ ବର୍ଷା। ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ବଲାଙ୍ଗିର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା, ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର (କେନ୍ୟୁଜ୍): ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ପ୍ରବଳ ବର୍ଷା ପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା,…