Browsing Tag

passes away

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ, ଦୀର୍ଘଦିନ ଧରି ଡେଙ୍ଗୁରେ ଥିଲେ ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ): ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ତାଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୮ ବର୍ଷ ବୟସରେ…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ପରଲୋକ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ଆଜି ଆକସ୍ମିକ ବିୟୋଗ ଘଟିଛି।  ସୁନିତା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିଲେ। ଜଣେ ଉଚ୍ଚ ଶିକ୍ଷିତା ମହିଳା ସୁନିତା ଗୋକର୍ଣ୍ଣପୁର ପଂଚାୟତ ସମିତି ସଭ୍ୟା ରୂପେ ନିର୍ବାଚିତ…

ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

କଟକ (କେନ୍ୟୁଜ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଗତ ତିନି ସପ୍ତାହ…

ପରଲୋକରେ ବର୍ଷୀୟାନ୍‌ ଅଭିନେତ୍ରୀ ଝରଣା ଦାସ

ଭୁବନେଶ୍ୱର (କେନ୍ୟୁଜ): ଆଉ ନାହାନ୍ତି ଓଲିଉଡର ବର୍ଷୀୟାନ୍‌ ଅଭିନେତ୍ରୀ ଝରଣା ଦାସ । ଅଫେରା ରାଇଜରେ ଅମଡା ବାଟର ଅଭିନେତ୍ରୀ । ଗତକାଲି ବିଳମ୍ବିତ ରାତିରେ କଟକ କନିକା ଛକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଢରଣା ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।…

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୯୪୭ ଅଗଷ୍ଟ…

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ଦେହାନ୍ତ

ବରଗଡ଼ (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ଦେହାନ୍ତ। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ବରପାଲି ସହରର ଏକ ଘରୋଇ ଡାକ୍ତରଖାନାରେ ମାତ୍ର ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରିପୁନାଥ। ୧୯୯୫ରୁ ୨୦୦୦ଯାଏ ବିଜେପୁର…

ବର୍ଷିୟାନ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ୯୨ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ବର୍ଷିୟାନ ସମ୍ବଲପୁରୀ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଅଟଳ ପଣ୍ଡା ଅନେକ…

କରୋନାରେ ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି…

ଅବସରପ୍ରାପ୍ତ IAS ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ

ଭୁବନେଶ୍ବର: ଅବସରପ୍ରାପ୍ତ IAS ଦ୍ୱିଜମ୍ବର କାନୁନଗୋଙ୍କର କରୋନାରେ ପରଲୋକ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପରଲୋକ ହୋଇଛି । ଶତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୌମେନ୍ଦ୍ର କାନୁନଗୋ, ଝିଅ ସ୍ମିତା ପୁତୁରା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ…

ବିଶିଷ୍ଟ ଚଳଚ୍ଚିତ୍ର ସମ୍ପାଦକ ରବି ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ୍) : ଖ୍ୟାତନାମା ଚଳଚିତ୍ର ସଂପାଦକ ରବି ପଟ୍ଟନାୟକଙ୍କ ପରଲୋକ। ୭୫ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କର ପରଲୋକ ହୋଇଛି। ଜାତୀୟ ତଥା…

୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି

ନୂଆଦିଲ୍ଲୀ: ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି। ମିଳାଥିବା ସୂଚନା ଅନୁଯାୟୀ ଆଜି ସକାଳ ୫.୨୮ ମିନିଟ୍‌ ରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ କରୋନାରୁ…

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ

ନୟାଗଡ(କେନ୍ୟୁଜ୍‌): ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ। ତାଙ୍କୁ ଓଡ଼ିଶାର ଦ୍ୱିତୀୟ ସାଲବେଗ ବୋଲି ସମସ୍ତେ କହିଥାନ୍ତି। ଦୁଇ ଭଉଣୀଙ୍କ ପରେ ତାଙ୍କ ମାଁ ଜଗନ୍ନାଥଙ୍କ ପାଖରେ ଭିକ ମାଗି ତାଙ୍କୁ ଜନ୍ମ ଦେଇଥିବାରୁ ତାଙ୍କ ନାଁ ଭିକାରୀ ରଖିଥିଲେ। ଅନ୍ୟପଟେ ସେ ମୁସଲମାନ…