Browsing Tag

puri

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ଟି ସ୍ବତନ୍ତ୍ର ଟ୍ରେନ୍‌: ୧୫ହଜାର ଯାତ୍ରୀଙ୍କ ପାଇଁ ରହିଛି ବ୍ୟବସ୍ତା

ଭୁବନେଶ୍ୱର : ରଥଯାତ୍ରା ସମୟରେ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍ । ଏ ନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ସରକାର ଏଭଳି…

ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ, ସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ (କେନ୍ୟୁଜ): ଜୁନ୍ ୧୭ ରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଛତିଶା ନିଯୋଗ ।  ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ…

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ ସୌନ୍ଦର୍ଯ୍ୟ ବଢାଇବ । ଆଉ ଏଥିପାଇଁ ଅର୍ଡ଼ର ବି ଆସି ସାରିଛି । ପ୍ରାୟ ଛଅ ମାସ ଅକ୍ଳାନ୍ତ ପରିଶ୍ରମ ଏବଂ ୬୦ ହଜାର ଟଙ୍କା ବ୍ୟୟରେ ଏହାକୁ ତିଆରି କରାଯାଇଛି । ଆପଣ ଭାବୁଥିବେ ଏତେ ବଡ଼ ବଡ଼ ତାଳଗଛ…

ଶୀତଳଷଷ୍ଠୀରେ ପୁରୀରେ ବାଣ ଫୁଟା ଉପରେ କଟକଣା, ୧୪ ତାରିଖ ଯାଏ ୧୪୪ ଧାରା ଲାଗୁ

ପୁରୀ (କେନ୍ୟୁଜ): ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା। ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରରେ ବାଣ ଫୁଟା ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। ପୁରୀ ର ଜମ୍ବେଶ୍ୱର ମନ୍ଦିର, ଲୋକନାଥ ଦେବ ମନ୍ଦିର,…

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ ପ୍ରଭୁଙ୍କ କଳା ଶ୍ରୀମୁଖ ଚମକିବ । ଭକ୍ତ ଓ ସେବାୟତଙ୍କ ତୀବ୍ର ଅସନ୍ତୋଷ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଅନ୍ଧାର ହଟି ଆଲୋକିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ…

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

ପୁରୀ(କେନ୍ୟୁଜ୍‌) : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପହଞ୍ଚିଲା ବାସୁଙ୍ଗା ପାଟ l ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ l ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟକୁ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି l ଶ୍ରୀ ମନ୍ଦିର ପ୍ରଶାସନ…

ଆଜି ଖୋଳାଯିବ ଯନ୍ତାଗାଢ଼, ଭୋଇ ସେବକ ଖୋଳିବେ

ପୁରୀ(କେନ୍ୟୁଜ୍‌): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ରଥସଂହିତା ମୁତାବକ ଆଜି ରଥନିର୍ମାଣ ପାଇଁ ଦୁଇଦୁଇଟି କାର୍ଯ୍ୟ ହେବ । ପ୍ରଥମେ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଢ଼ ଖୋଳାଯିବ । ତୁମ୍ବରେ ଅର ସଂଯୋଗ ପାଇଁ ଅନୁକୂଳ ହେବ । ଏଥିସହ ରୂପକାର…

ପୁରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ

ପୁରୀ(କେନ୍ୟୁଜ୍‌): ପୁରୀରେ ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ରୋଡ଼ ସୋ କରିଛନ୍ତି ପାଣ୍ଡିଆନ। ବଡ଼ଦାଣ୍ଡର ମରଚିକୋଟ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼…

ପୁରୀରେ ପ୍ରଧାନମନ୍ତ୍ରୀ ମୋଦି, ମହାପ୍ରଭୁଙ୍କ ଦର୍ଶନ ପରେ କରିବେ ରୋଡ୍ ସୋ

ପୁରୀ (କେନ୍ୟୁଜ): ପୁରୀରେ ପ୍ରଧାନମନ୍ତ୍ରୀ ମୋଦି । କିଛି ସମୟ ତଳେ ପୁରୀରେ ପହଞ୍ଚିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ବଡ଼ଦାଣ୍ଡରେ ରୋଡ ସୋ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସେକ୍ଟର ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।…

ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ସୋ’

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସିବେ ମୋଦି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ରେ ପୁରୀରେ ରୋଡ଼ ସୋ’ କରିବେ । ଏହା ପରେ କଟକ ଓ ଅନୁଗୁଳ ସଭାରେ ଦେବେ ଉଦବୋଧନ । ୨୦ ତାରିଖ ସକାଳ ୭ ଟା ରେ ପୁରୀରେ ପହଁଚିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ…

ଆଜି ଶ୍ରୀ ବିଗ୍ରହଙ୍କ ବନକଲାଗି ନୀତି, ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ): ଆଜି ବୁଧବାର ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।  ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।  ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।  ଏହି ବନକ ଲାଗି…