Browsing Tag

ram navami

ରାମ ନବମୀରେ ରାମଲଲାଙ୍କ ଉପରେ ପଡିଲା ସୂର୍ଯ୍ୟ ତିଳକ, ଦିବ୍ୟ ଦର୍ଶନ କଲେ ଭକ୍ତ

ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ରାମଲାଲାଙ୍କ କପାଳରେ 'ସୂର୍ଯ୍ୟ ତିଳକ' ଏକ ଅତ୍ୟନ୍ତ ଚମତ୍କାର ଦୃଶ୍ୟ ଦେଖାହୋଇଛି । ପ୍ରତିବର୍ଷ ରାମ ନବମୀ ତିଥିରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ସିଧାସଳଖ ଯାଇ ପ୍ରଭୁଙ୍କ କପାଳରେ ପଡ଼ିଥାଏ, ଯାହା ଏକ ପ୍ରକାଶମୟ ତିଳକ ଭଳି ଦୃଶ୍ୟମାନ…

ରାମ ନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ, ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ହେବ ସମାଗମ

ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଜନ୍ମ ନଗରୀ ଅଯୋଧ୍ୟା । ଭକ୍ତଙ୍କ ମନରେ ନାହିଁନଥିବା ଉତ୍ସାହ । ଶ୍ରୀରାମଙ୍କ ଦର୍ଶନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ଅଭୁତପୂର୍ବ ବ୍ୟବସ୍ଥା ।  ପ୍ରଭୁ ଶ୍ରୀରାମଙ୍କ ଦର୍ଶନ…

ଶ୍ରୀରାମ ନବମୀରେ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର, ଗର୍ଭଗୃହ ହେବେ ଗୁପ୍ତନୀତି

ପୁରୀ : ଆଜି ପବିତ୍ର ଶ୍ରୀରାମନବମୀ । ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ନୀତି…

ଆଜି ପବିତ୍ର ଶ୍ରୀରାମ ନବମୀ, ରାଜ୍ୟର ବିଭିନ୍ନ ମନ୍ଦିରରେ ଚାଲିଛି ରାମ ଚରିତ ମାନସ ପାଠ

ଭୁବନେଶ୍ୱର/ ନୟାଗଡ  : ଆଜି ପବିତ୍ର ଶ୍ରୀରାମ ନବମୀ ।  ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର ।…

ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

କଟକ : ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ । ଚୌଧୁରୀ ବଜାରରୁ ବାହାରି ଝୋଲା ସାହି, ଦୋଳ ମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ,ବକ୍ସି ବଜାର ଦେଇ ସହର ପରିକ୍ରମା କରିଛି କମିଶନରେଟ୍ ପୋଲିସ। କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଏସିପି, ଥାନାଧିକାରୀ ଫ୍ଲାଗ ମାର୍ଚ୍ଚରେ ସାମିଲ…

ଭୁବନେଶ୍ଵରରେ ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି, କନଭୟ ପାଟ୍ରୋଲିଂ ଆରମ୍ଭ

ଭୁବନେଶ୍ଵର : ଇଦ୍ ଓ ରାମ ନବମୀ ପାଇଁ ବ୍ୟାପକ ପ୍ରସ୍ତୁତି । ରାମ ନବମୀ ଓ ଇଦ୍ ପାଇଁ ଭୁବନେଶ୍ଵରରେ ହାଇ ସିକ୍ୟୁରିଟି । କମିସନରେଟ ପୋଲିସର ବ୍ୟାପକ କନଭୟ ପାଟ୍ରୋଲିଂ ଆରମ୍ଭ ହୋଇଛି । ସବୁ ଗଳି କନ୍ଦିରେ ପାଟ୍ରୋଲିଂ ହେଉଛି । ଖଟି ସ୍ଥାନ ହେଉ ବା ଅଧିକ ଭିଡ ଭିଡ ସ୍ଥାନରେ ଡାକ ବାଜି ଯନ୍ତ୍ର…

ଆସୁଛି ରାମ ନବମୀ ଏବଂ ଇଦ୍, ଶୃଙ୍ଖଳିତ ଭାବେ ପାଳିବାକୁ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଇଦ, ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ପାଇଁ ସତର୍କ ରୁହ । ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଏପ୍ରିଲ ୬ରେ ଶ୍ରୀରାମ ନବମୀ, ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି । ଏହି…

ବେଙ୍ଗାଲୁରୁ : ରାମନବମୀରେ ଜୟ ଶ୍ରୀ ରାମ କହିବାରୁ ୩ ଜଣ ଯୁବକଙ୍କୁ ମାଡ଼, ୪ ଗିରଫ

ଜୟ ଶ୍ରୀ ରାମ ନାରା ଦେବାରୁ ୩ ଜଣଙ୍କୁ ପିଟିପିଟି ଆହତ କରିଛନ୍ତି ୪ ଯୁବକ । ପୋଲିସ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । କୌଣସି…

ସବୁଠି ରାମ ନାମ; ଭଦ୍ରକରେ ଚାଲିଛି ଶ୍ରୀରାମ ମହାଯଜ୍ଞ

ଭଦ୍ରକ (କେନ୍ୟୁଜ୍‌): ପବିତ୍ର ରାମ ନବମୀ ମହୋତ୍ସବ ପାଇଁ ଉତ୍ସବ ମୁଖର ଭଦ୍ରକ ସହର । ଐତିହାସିକ ଗାନ୍ଧୀ ପଡିଆରେ ଚାଲିଛି ଶ୍ରୀରାମ ମହା ଯଜ୍ଞ । କିଛି ସମୟ ପରେ ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏଥିରେ ବିଭିନ୍ନ ଅଂଚଳ ରୁ ଶହେରୁ ଅଧିକ ମେଢ଼ ସାମିଲ ହେବ…

ପବିତ୍ର ରାମନବମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ…

ଅପରାହ୍ନ ୧୨ଟାରେ ହେବ ରାମଲଲାଙ୍କ ସୂର୍ଯ୍ୟ ଅଭିଷେକ, ୫୦୦ ବର୍ଷ ପରେ ଅଯୋଧ୍ୟାରେ ପାଳନ କରାଯିବ ରାମ ନବମୀ

ରାମ ନବମୀ ଅବସରରେ ଅଯୋଧ୍ୟାର ରାମ ମନ୍ଦିରରେ ୫୦୦ ବର୍ଷ ପରେ ଶୁଭ ମୁହୂର୍ତ୍ତରେ ଆଜି ୧୨ ଟା ୧୬ ମିନିଟ୍‌ରେ ରାମଲଲାଙ୍କ ବିଗ୍ରହରେ ସୂର୍ଯ୍ୟ ଅଭିଷେକ କରାଯିବ । ତେବେ ରାମ ଭକ୍ତମାନଙ୍କ ପାଇଁ ଏହି ଦିନଟି ବିଶେଷ । ଏହି କାରଣରୁ ବହୁ ସଂଖ୍ୟାରେ ଭକ୍ତ ରାମ ମନ୍ଦିରରେ ପହଞ୍ଚିଛନ୍ତି । ଏହି…

ପବିତ୍ର ରାମ ନବମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ

ପୁରୀ (କେନ୍ୟୁଜ) : ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ଅର୍ଥାତ ଗତକାଲି…