Browsing Tag

rescue

ହିମାଚଳ ରୋହତାଙ୍ଗପାସ ବରଫ ଭିତରେ ଫସି ଗଲେ ୪ ପର୍ଯ୍ଯଟକ, ଜୀବନକୁ ପାଣି ଛଡାଇ ଉଦ୍ଧାର କଲେ ରାୟଗଡ଼ାର ଦୁଇ ଓଡିଆ ଝିଅ

ରାୟଗଡ଼ା(କେନ୍ୟୁଜ୍):ରାୟଗଡା ସହରର ରିଙ୍ଗରୋଡରେ ନିଜ ପରିବାର ସହ ବାସ କରନ୍ତି ଆକାକ୍ଷାଂ । କିଛି ଦିନ ତଳେ ସେ ନିଜ ପରିବାର ସହ ପାରଳାଖେମୁଣ୍ଡିରେ ରହୁଥିବା ସଂପର୍କୀୟ ଭଉଣୀ ଆୟୁଷୀ ସହ ମିଶି ରୋହତାଙ୍ଗପାସ୍‌ ବୁଲିବାକୁ ଯାଇଥିଲେ । ଗତ ଶୁକ୍ରବାର ସକାଳେ ସମସ୍ତେ ରୋହତାଙ୍ଗପାସର ଗ୍ଲାସିୟର…

ଚାଷଜମିରୁ ଉଦ୍ଧାର ହେଲା ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ, ମୁତ୍ୟୁର କାରଣ ଅସ୍ପଷ୍ଟ

ଭଞ୍ଜନଗର (କେନ୍ୟୁଜ): ଚାଷଜମିରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗାଁ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ମୃତ ବ୍ୟକ୍ତି ଜଣକନିକଟସ୍ଥ ଯୋଗୀମାରି ଗ୍ରାମର ଉଦୟ ନାୟକ । ସୂଚନା ଅନୁସାରେ ସଂପର୍କୀୟଙ୍କ ଘରକୁ ଯାଇ…

ମହେନ୍ଦ୍ରଗିରି ପାହାଡ଼କୁ ବୁଲି ଯାଇଥିବା ବେଳେ ହଠାତ୍‌ ବର୍ଷା, ଅଘଟଣରୁ ବର୍ତ୍ତିଲେ ୫ ଯୁବକ

ବ୍ରହ୍ମପୁର(କେନ୍ଯୁଜ୍): ଅଘଟଣରୁ ବର୍ତ୍ତିଲେ ୫ ଯୁବକ । ମହେନ୍ଦ୍ରଗିରି ପାହାଡ଼କୁ ବୁଲିବାକୁ ଯାଇ ପାଣିରେ ଫସିଥିଲେ ୫ ଜଣ ଯୁବକ । ଉଦ୍ଧାର କଲେ ପୋଲିସ ଏବଂ ଦମକଳବାହିନୀ । ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଉପାନ୍ତ ଅଞ୍ଚଳ ବାରିଆପଥରରେ ଥିବା ଭିୟୁ ପଏଣ୍ଟକୁ ଯୁବକମାନେ ବୁଲି ଯାଇଥିବା ବେଳେ ହଠାତ…

ହଠାତ୍ ବଢିଗଲା ଜଳସ୍ତର! ମହାନଦୀ ମଝିରେ ଫସିଗଲେ ଚାରି ଗାଈ ଜଗୁଆଳି

ବାଙ୍କୀ (କେନ୍ଯୁଜ୍): ମହାନଦୀ ମଝିରେ ଫସି ରହିଥିଲେ ବାଙ୍କୀ ବ୍ଲକ ରତାଗଡ଼ ପଞ୍ଚାୟତର ଚାରି ଜଣ ଗାଈ ଜଗୁଆଳି । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଲଗାଣ ବର୍ଷା ଯୋଗୁ ମହାନଦୀରେ ପାଣି ସ୍ତର ବୃଦ୍ଧି ପାଇଥିଲା । ଫଳରେ ଫେରପାରିନଥିଲେ ଜଗୁଆଳି । କିଛି ଗାଇ ନଦୀରେ ଭାସିଯାଇଥିବା ଜଣାପଡିଛି ।…

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ ୩୦ ରୁ ଊର୍ଦ୍ଧ୍ବ ଲୋକ, ୪ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ ଘଟିଛି । କୂଅରେ ଖସି ପଡିଥିବା ଜଣେ ବାଳକକୁ ଉଦ୍ଧାର ପାଇଁ କୂଅରେ ଖସି ପଡିଲ ୩୦ ରୁ ଅଧିକ ଲୋକେ । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ଭୟାନକ ମଧ୍ୟ । ଘଟଣାଟି ଏମିତି ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ…

ଆନନ୍ଦପୁର: ନଦୀରେ ଭାସିଯାଉଥିବାବେଳେ ଏକ ଚଟାଣରେ ଲାଖି ଗଲେ ୪ନାବାଳକ, ଉଦ୍ଧାର କଲା ଦମକଳ ବାହିନୀ

ଆନନ୍ଦପୁର: ଭାସିଯାଉଥିବାବେଳେ ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ଲକ ଘାଟ ନିକଟରେ ୪ଜଣ ନାବାଳକ ଗାଧୋଉଥିଲେ। ଏହି ସମୟରେ ଅଚାନକ ପାଣି ଆସିଯିବାରୁ ୨ଜଣ ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ଜଣ ମଧ୍ୟ ପାଣିରେ ଭାସି ଯାଇଥିଲେ। କିଛି ବାଟ ଭାସିଯିବାପରେ ଏକ ଚଟାଣରେ…

ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ, ଆହତ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ୪୦ କି.ମି. ଦୁର୍ଗମ ବାଟ କଲେ ଅତିକ୍ରମ

ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ। ଉତ୍ତରାଖଣ୍ଡର ଏକ ସୁଦୂର ଗାଁରୁ ଜଣେ ଆହତ ମହିଳାଙ୍କୁ ଷ୍ଟ୍ରେଚରରେ କାନ୍ଧରେ ବୋହି ବୋହି ଉଦ୍ଧାର କରିଥିଲେ ଏହି ଯବାନମାନେ । ପିଥୋରାଗଡ଼ର ଲାପ୍‌ସାରୁ ମୁନସ୍ୟାରୀ, ୪୦ କିଲୋମିଟର ଦୁର୍ଗମ ବାଟ ଅତିକ୍ରମ କରିବାକୁ ଯବାନମାନଙ୍କୁ ଲାଗିଥିଲା ୧୫ ଘଣ୍ଟା।…

ଜୟପୁର: ଦୁଇ ସାହସୀ ସାଙ୍ଗଙ୍କ ଚମତ୍କାରିତା,ନିଜ ଜୀବନକୁ ବାଜି ଲଗାଇ କେନାଲରେ ଭାସି ଯାଉଥିବା ଲୋକକୁ କଲେ ଉଦ୍ଧାର 

ଜୟପୁର(କେନ୍ୟୁଜ୍): ଦୁଇ ସାଙ୍ଗଙ୍କ ଚମତ୍କାରିତା । ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦେଇଛନ୍ତି । ଜୟପୁର ଗାନ୍ଧି ଛକ କଲୋନୀରେ ବାଲାଜୀ ସାହୁ ନାମକ ବ୍ୟକ୍ତି ମର୍ଣ୍ଣିଂ ୱାଲ୍କ କରୁଥିବା ବେଳେ ମୁଣ୍ଡ ବୁଲାଇବାରୁ ହଠାତ୍‌ କେନାଲ ତଳକୁ ପଡ଼ିଯାଇଥିଲେ । ସେହି ସମୟରେ…

ବିମାନରେ ଯାତ୍ରା ସମୟରେ ବୃଦ୍ଧ ବ୍ୟକ୍ତିଙ୍କୁ ପରିସ୍ରା ପାଇଁ ହେଲା ସମସ୍ୟା, ଡାକ୍ତର ନେଲେ ଏପରି ପଦକ୍ଷେପ

ନିଜ ଜୀବନ ପ୍ରତି ତ ସମସ୍ତଙ୍କର ଲୋଭ ଥାଏ | କୌଣସି ବିକଟ ସ୍ଥିତିରେ ଯେନ ତେନ ପ୍ରକାରରେ ବି ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି । କିନ୍ତୁ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଯେ ଜଣେ ଡାକ୍ତର ଏପରି ଏକ ପଦକ୍ଷେପ ଉଠାଇପାରେ ଯାହାକୁ ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।…

କୂଅରୁ ବାହାରିଲା ଷଣ୍ଢ, ଅଗ୍ନିଶମ ବିଭାଗଙ୍କ ଦ୍ବାରା ଉଦ୍ଧାର

କଟକ (କେନ୍ୟୁଜ୍) : କୂଅରୁ ଉଦ୍ଧାର ହେଲା ଷଣ୍ଡ। ଅଗ୍ନିଶମ ବିଭାଗ କୂଅ ଭିତରୁ ଷଣ୍ଡଟିକୁ ଉଦ୍ଧାର କରିଛି। ଆଜି ସକାଳେ କଟକ ବିଡାନାସୀ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଷଣ୍ଡଟି ଗଳି ପଡିଥିଲା। ସ୍ଥାନୀୟଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଦ୍ଧାର ପରେ ଷଣ୍ଡଟିକୁ…

ସ୍ମାର୍ଟ ସିଟିର ହୃଦୟ ପାଲଟୁଛି ଜଡ,  ନବଜାତ ଶିଶୁକନ୍ୟାର ଠିକଣା ରାସ୍ତା କଡ଼  

ଭୁବନେଶ୍ବର(କେନ୍ୟୁଜ୍): କନ୍ୟା ସନ୍ତାନ ଭାବି ରାସ୍ତା କଡକୁ ଫିଙ୍ଗିଦେଲେ ବାପା ମା। ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କଲା ପୋଲିସ। ଘଟଣା କେଉଁ ଦୁର୍ଗମ ଅଞ୍ଚଳର ନୁହେଁ ବରଂ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଏପରି ଘଟଣା। ଏମିତିରେ ଅନେକ ସମୟରେ ରାଜଧାନୀର ରାସ୍ତାକଡ଼ରେ…

ପୁରୀ : ଦେବଦୂତ ସାଜିଲେ ଲାଇଫ୍‌ଗାର୍ଡ, ସମୁଦ୍ରରେ ଭାସି ଯାଉଥିବାବେଳେ ୩ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର

ପୁରୀ (କେନ୍ୟୁଜ୍) : ଦେବଦୂତ ସାଜିଲେ ଲାଇଫ୍‌ଗାର୍ଡ। ପୁରୀ ସମୁଦ୍ରରେ ଭାସି ଯାଉଥିବାବେଳେ ୩ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର। ୩ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସ୍ୱର୍ଗଦ୍ୱାର ସମୁଦ୍ରକୂଳ ଅଞ୍ଚଳରେ ସ୍ନାନ କରୁଥିବା ବେଳେ ଗଭୀର ସ୍ରୋତରେ ସେମାନେ ଭାସିଯାଇଥିଲେ । ନିକଟରେ ଥିବା…