Browsing Tag

road accident

ବାଇକ-ସ୍କର୍ପିଓ-ଅଟୋ ଧକ୍କା, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ

ଜୟପୁର (କେନ୍ୟୁଜ) : କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ । କେବେବି ଦେଖିନଥିବେ ଏମିତି ଲୋମଟାଙ୍କୁରା ଦୁର୍ଘଟଣା । ଦେଖିବା ଲୋକ ଦେଖିପାରୁନାହାଁନ୍ତି ଆଉ ପାଖରେ ଛିଡା ହୋଇଥିବା ଲୋକ ସ୍ଥାଣୁ ପାଳଟି ଯାଇଛନ୍ତି । କାହିଁକିନା ନିମିଷକ ମଧ୍ୟରେ ସବୁକିଛି ଛାରଖାର ହେଇଗଲା । ଜୋର ଶବ୍ଦ ହେଲା…

ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଅନୁଗୁଳ (କେନ୍ୟୁଜ): ଅନୁଗୁଳରେ ଦୁର୍ଘଟଣା ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ଯେଉଁଠି ଟ୍ରାଫିକ ସେଇଠି ଦୁର୍ଘଟଣା ଘଟିଛି। ଅନୁଗୋଳ ଥାନା ଛକରେ ଟ୍ରାଫିକ ଥାଇ ମଧ୍ୟ ଦୁର୍ଘଟଣାରେ ଜଣେ ଆଶା ଦିଦିଙ୍କ ମୃତ୍ୟୁ ହୋଇଛି । ରାସ୍ତା ପାର ହେଉଥିବା ବେଳେ…

ଜାନୁୟାରୀ ୨୨ କାର୍ଯ୍ୟକ୍ରମ ପାଇଁ ବାଉଁଶ ଲଦି ଅଯୋଧ୍ୟା ଯାଉଥିବା ଗାଡ଼ି ଓଲଟିଲା, ୨ ଶ୍ରମିକ ମୃତ; ୭ ଆହତ

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ଡିସିଏମ୍‌ ଗାଡ଼ିରେ ବାଉଁଶ ଓ କାଠ ବୋଝେଇ କରି ଅଯୋଧ୍ୟା ଯାଉଥିଲେ । ୨୮ ନଂ. ଜାତୀୟ ରାଜପଥର ଅମହଟ ବ୍ରିଜ୍‌…

ଋଷିକେଶ: ଚିଲ୍ଲା ରେଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା; ଗାଡ଼ିର ଟାୟାର ଫାଟି ୪ ବନ ଅଧିକାରୀ ମୃତ, ୫ ଆହତ

ଉତ୍ତରାଖଣ୍ଡର ଋଷିକେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ରାଜାଜୀ ଟାଇଗର ରିଜର୍ଭ ପାର୍କର ଚିଲ୍ଲା ରେଞ୍ଜରେ ଏକ ଇଣ୍ଟରସେପ୍ଟର ଗାଡ଼ିର ଟାୟାର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ଦୁଇ ପ୍ରଶାସନିକ ଅଧିକାରୀ ଥିବାବେଳେ ପାର୍କର ଅନ୍ୟ ଦୁଇ ବନ୍ୟଜୀବ ପାଳକ…

ଚାହୁଁ ଚାହୁଁ ଜଳିଗଲା ବସ୍‌: ୧୩ ଜୀବନ୍ତ ଦଗ୍ଧ, ୧୭ ଗୁରୁତର ଆହତ

ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି । ବୁଧବାର ରାତିରେ ଆରୋନ ଅଭିମୁଖେ ଯାଉଥିବା ଏକ ବସ୍ ଦ୍ରୁତ ଗତିରେ ଆସୁଥିବା ଡମ୍ପର ସହିତ ଧକ୍କା ହୋଇଥିଲା । ଫଳରେ ବସରେ ନିଆଁ ଲାଗି ଯାଇଥିଲା । ବସ୍‌ରେ ପ୍ରାୟ ୩୦ରୁ ୪୦ ଜଣ ଯାତ୍ରୀ ଥିବାବେଳେ ଏହି ଭୟଙ୍କର ନିଆଁରେ ୧୩ ଜଣ…

ପିକନିକ୍‌ ସାରି ଘରକୁ ଫେରୁଥିବା ବେଳେ ଅଘଟଣ: ଟ୍ରଲରକୁ ପଛରୁ ଧକ୍କା ଦେଲା ଭ୍ୟାନ୍‌, ଜଣେ ମୃତ

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରଲରକୁ ପଛରୁ ଧକ୍କା ଦେଲା ଭ୍ୟାନ୍‌ । ଫଳରେ ଦୁର୍ଘଟଣାରେ ଦୁଇ ଗାଡ଼ି ମଝିରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଦଶପଲ୍ଲା…

ଭୟଙ୍କର ସଡ଼କ ଦୁର୍ଘଟଣା: ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

କେରଳ ମଲ୍ଲପୁରମ ଠାରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା…

ଇଲେକ୍ଟ୍ରି ଖୁଣ୍ଟିରେ ପିଟିହେଲା ବାଇକ୍, ୨ ମୃତ

ପିପିଲି (କେନ୍ୟୁଜ): ଇଲେକ୍ଟ୍ରି ଖୁଣ୍ଟିରେ ପିଟିହେଲା ବାଇକ୍, ଦୁଇ ମୃତ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀ ଦଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢୀ । ଦୁଇ ଯୁବକ ବାଇକରେ ଆସୁଥିବାବେଳେ…

ବାଲିଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଚୌଦ୍ୱାର(କେନ୍ୟୁଜ): ବାଲିଯାତ୍ରା ଦେଖି ଫେରୁଥିଲେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକ ନିକଟରେ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏଠାକାର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କାମ ପାଇଁ ପିଚୁ ଖୋଳା…

ବସକୁ ଅପେକ୍ଷା କରିଥିଲେ ମାଡ଼ିଗଲା କାର , ୨ ମୃତ

ବ୍ରହ୍ମପୁର (କେନ୍ୟୁଜ): ମାଡ଼ିଗଲା କାର୍, ୨ ମୃତ। ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ…

ଅଧାରେ ରହିଗଲା ଜଗା ଦର୍ଶନ: ଅଟୋକୁ ପିଟିଲା ଅଜଣା ଗାଡ଼ି, ୨ ମୃତ; ୫ ଗୁରୁତର

ଯାଜପୁର (କେନ୍ୟୁଜ): ଅଧାରେ ରହିଗଲା ଜଗା ଦର୍ଶନ। ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ପିଟିଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇ ମୃତ, ୫ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

କେନାଲ ଭିତରକୁ ପଶିଗଲା କାର, ଡ୍ରାଇଭର ମୃତ

କଟକ (କେନ୍ୟୁଜ): କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ ସିଧେଶ୍ବରପୁରର ଦୀପକ ବେହେରା। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି…