Browsing Tag

suna besha

ଏଥର ବାହୁଡାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ, ଚଳିତ ବର୍ଷ ୪ ଦିନ ପଡ଼ିବ ପଞ୍ଚକ

ପୁରୀ(କେନ୍ୟୁଜ୍‌) : ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ବର୍ଷ ରଥଯାତ୍ରା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ

ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ।…

ନୂଆବର୍ଷ ଅବସରରେ ଘଟଗାଁ ମାଆ ତାରିଣୀଙ୍କ ସୁନାବେଶ, କଟକଣା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତ

କେନ୍ଦୁଝର(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମାଆ ତାରିଣୀଙ୍କ ପୀଠରେ ଆଜି ନୂଆବର୍ଷ ଅବସରରେ ମାଆଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳୁ ଯଥା ନୀତି ଅନୁସାରେ ମାଙ୍କ ପୀଠରେ ମାର୍ଜଣା,ମଙ୍ଗଳ ଆଳତି,ଷୋଡଶ ଉପଚାରରେ ପୂଜା ହେବା ସହ ମାଆଙ୍କୁ ସୁନାବେଶରେ ସଜ୍ଜିତ…

ପ୍ରଥମ ଥର ପାଇଁ ସିଂହ ସଂକ୍ରାନ୍ତିରେ ସୁନା ବେଶରେ ଦର୍ଶନ ଦେଲେ ମା ମାଟିଆ ମଙ୍ଗଳା

ରାଜନଗର(କେନ୍ଯୁଜ୍): ରାଜନଗର ବ୍ଲକର ଆରାଧ୍ୟ ଦେବୀ ମା ମାଟିଆ ମଙ୍ଗଳାଙ୍କୁ ପ୍ରଥମ ଥର ପାଇଁ ସୁନା ବେଶ କରାଯାଇଛି । ସିଂହ ସଂକ୍ରାନ୍ତି ଅବସରରେ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ଦାନରେ ମା'ଙ୍କୁ ସୁନାର ମୁକୁଟ, ନାକ, ଚକ୍ଷୁ, ଅର୍ଦ୍ଧଚନ୍ଦ୍ର, ବେଲପତ୍ର ଓ ଦୁଇଟି ସୁନା ହାରରେ ସଜିତ…

ଭଟ୍ଟାରିକାଙ୍କ ପୀଠରେ ଷୋଡଶ ଶାରଦୀୟ ପୂଜା ଉପଚାର ଆରମ୍ଭ, ୪୪ ଦିନ ଧରି ସୁନାବେଶରେ ସଜେଇ ହେବେ ମା’

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଶକ୍ତି ପିଠ କଟକ ଜିଲ୍ଲା ବଡମ୍ବା ବ୍ଲକ ଦେବୀ ମା ଭଟ୍ଟାରିକା ପୀଠରେ ଷୋଡଶ ଶାରଦୀୟ ପୂଜା ଉପଚାର ଆରମ୍ଭ ହୋଇଯାଇଛି। ମାଙ୍କ ପୂଜାର ପ୍ରଥମ ପର୍ଯ୍ଯାୟ ଗୁରୁବାର ଅପରାହ୍ନରେ ସଶାଙ୍କ ଗ୍ରାମ ମାଲିସାହିଠାରୁ ମାଙ୍କ ଗନ୍ତା ଘରୁ ସେବାୟତ ମାନେ ଦେବୀଙ୍କ ଆୟୁଧ , ଖର୍ପର…

ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି,ଭକ୍ତଶୂନ୍ୟ ବଡ଼ଦାଣ୍ଡ ଦେଖି…

ପୁରୀ(କେନ୍ୟୁଜ୍):  ବଡଦାଣ୍ଡରେ ରଥ ଉପରେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଆଜି ସ୍ବାୟଂ କାଳିଆ ଠାକୁର ଭାଇ ଭଉଣୀଙ୍କ ସହ ରାଜରାଜେଶ୍ବର ବେଶରେ ସାରା ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ କୋଭିଡ୍-୧୯ କଟକଣା…

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…

ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଓ ସୁନାବେଶ

ପୁରୀ: ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେବେ । ରତ୍ନ ସିଂହାସନରେ ବର୍ଷକୁ ୪ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜି ଅନ୍ୟତମ । ସକାଳ ଧୂପ ପରେ ରତ୍ନଖଚିତ ଅଳଙ୍କାରରେ…