Browsing Tag

up news

ଘନ କୁହୁଡ଼ି ଯୋଗୁ ଦିଶିଲାନି ବାଟ; ଯମୁନା ଏକ୍ସପ୍ରେସ୍‌-ୱେରୁ ୪୦ ଫୁଟ୍‌ ତଳକୁ ଖସିଲା ଟମାଟୋ ବୋଝେଇ ଟ୍ରକ୍‌, ୨ ଗୁରୁତର

ଘନ କୁହୁଡ଼ି ଯୋଗୁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ମାମଲା ସାମ୍ନାକୁ ଆସୁଛି। ଗତ ସନ୍ଧ୍ୟା ପରଠାରୁ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା, ନୋଏଡା ସମେତ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଛାଇ ରହିଛି। ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସ୍‌ େଓ୍ଵର ଜିରୋ ପଏଣ୍ଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏଠାରେ…

ବିଧାୟକ ଏବଂ ତାଙ୍କ ପୁଅ ନାଁରେ ସାଙ୍ଘାତିକ ଅଭିଯୋଗ, ଦୁଷ୍କର୍ମ, ଗର୍ଭପାତ ଏବଂ ଦ୍ୱିତୀୟ ବିବାହ ଏମିତି ଅନେକରେ ମାମଲା…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଫତେହାବାଦରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଭାଜପା ବିଧାୟକ ଛୋଟେଲାଲ ବର୍ମା ଏବଂ ତାଙ୍କ ପୁତ୍ର ଲକ୍ଷ୍ମୀକାନ୍ତ ବର୍ମାଙ୍କ ଉପରେ ଆସିଛି ଏକ ସଙ୍ଗୀନ ଅଭିଯୋଗ। ପୀଡ଼ିତାଙ୍କ କହିବା ଅନୁସାରେ ଲକ୍ଷ୍ମୀକାନ୍ତ ବର୍ମା ତାଙ୍କୁ ଘରକୁ ଡାକି କୋଲ୍ଡ…

ୟୁପିରେ ଯୁବଗୋଷ୍ଠୀଙ୍କୁ ୧୦୦ ଦିନରେ ମିଳିବ ୧୦ ହଜାର ଚାକିରି, ସିଏମ୍‌ ଯୋଗୀ କଲେ ବଡ଼ ଘୋଷଣା

ୟୁପି ବିଧାନସଭା ନିର୍ବାଚନ ୨୦୨୨ରେ ସରକାରଙ୍କ ସମ୍ମୁଖରେ ବେରୋଜଗାରୀ ଏକ ବଡ଼ ପ୍ରସଙ୍ଗ ଥିଲା, ଯାହାକୁ ନେଇ ବିରୋଧୀ ଅନେକ ଥର ସରକାରଙ୍କୁ ଘେରିଥିଲେ। ଏବେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୁବଗୋଷ୍ଠୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି! ଏଣିକି ମହାପୁରୁଷ ଜୟନ୍ତୀ ଓ ଶିବରାତ୍ରିରେ ରାଜ୍ୟରେ ହେବ ନାହିଁ ମାଂସ ବିକ୍ରି; ଜାରି…

ଉତ୍ତର ପ୍ରଦେଶର ଯୋଗୀ ସରକାର ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ଯାଇ ଆଉ ଏକ ଅଦ୍ଭୁତପୂର୍ବ ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି, ଏବେ ଠାରୁ ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାଶିବରାତ୍ରିରେ ମାଂସ ବିକ୍ରି କରାଯିବ ନାହିଁ। ଏହି ଦିନ କଂସେଇଖାନା ଓ ମାଂସ…

ବର୍ଷ ବର୍ଷ ଧରି ଭିଣୋଇ ଜାଗାରେ ପୋଲିସ ଚାକିରି କରୁଥିଲା ଶଳା, କେହି ଜାଣି ବି ପାରିଲେନି; କିନ୍ତୁ ପରେ …

ଭିଣୋଇ ଜାଗାରେ ଚାକିରି କରୁଛି ଶଳା। ବିଶ୍ୱାସ ହେଉନଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଏଠାରେ ବର୍ଷ ବର୍ଷ ଧରି ଭିଣୋଇ ସ୍ଥାନରେ ଶଳା ପୋଲିସ ଚାକିରି କରୁଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏଭଳି ହୋଇଥିବା ନେଇ କାହାର ସନ୍ଦେହ ବି…

ଦାମୀ କାର ନୁହେଁ ବରଂ ବଳଦଗାଡ଼ିରେ ବସି ଦେଶୀ ଷ୍ଟାଇଲରେ ବିବାହ କରିବାକୁ ଗଲା ବର, ଦେଖନ୍ତୁ ନିଆରା ଭିଡିଓ

ବର୍ତ୍ତମାନର ଆଧୁନିକ ଦୁନିଆରେ ସମସ୍ତେ ନିଜ ବିବାହକୁ ଭବ୍ୟ କରିବାକୁ ଚାହୁଁଛନ୍ତି। ଏଣୁ କିଏ ଉଡ଼ାଜାହାଜରେ ବର ହୋଇଯାଉଛି ତ ଆଉ କିଏ ଚାଟାର୍ଡ ପ୍ଲେନ୍‌ ବୁକ୍‌ କରି ମଝି ଆକାଶରେ ହିଁ ବିବାହ କରୁଛି। କିନ୍ତୁ ଏବେ ବି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ବିବାହକୁ ଅତି…

ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ…

ମାଘ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ ବେଳେ ଅଘଟଣ, ବୁଡ଼ିଗଲେ ୫ ଜଣ

ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମାଘ ପୂର୍ଣ୍ଣିମା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଆସିଥିବା ୫ ଜଣ ବୁଡ଼ି ଯାଇଛନ୍ତି। ତେବେ ସ୍ଥାନୀୟ ପୋଲିସ ସତର୍କ ଥିବାରୁ ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ…

ଉତ୍ତର ପ୍ରଦେଶ: ହାଇକୋର୍ଟଙ୍କ ବଡ଼ ରାୟ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ବିବାହିତଙ୍କ ସମ୍ପର୍କ ‘ଅପରାଧ’, ଏହା…

ଆଲାହାବାଦ ହାଇକୋର୍ଟ ‘ଲିଭ୍‌-ଇନ୍‌ ରିଲେଶନଶିପ’କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ମହିଳା ଛାଡ଼ପତ୍ର ନ ନେଇ ଅନ୍ୟ ବ୍ୟକ୍ତିଙ୍କ ସହିତ ରହୁଛନ୍ତି, ତା’ହେଲେ ସେ କୋର୍ଟଙ୍କଠାରୁ ସୁରକ୍ଷା ପାଇବାର ହକଦାର ନୁହନ୍ତି। ଏହି କାମ ଆଇପିସି ଧାରା…

ସମ୍ଭଳ ହସ୍ପିଟାଲରୁ ଭାଇରାଲ ହୋଇଛି ଏକ ଛାତିଥରା ଭିଡିଓ, ଶବକୁ ଟାଣି ନେଉଛି ବୁଲା କୁକୁର

ଆଜିକାଲି ସମାଜରେ ମାନବିକତା ଯେମିତି ସମ୍ପୂର୍ଣ୍ଣ ରୂପରେ ଲୋପ ପାଇବାରେ ଲାଗିଛି। ବଞ୍ଚିଥିଲା ବେଳେ ମଣିଷକୁ ସମ୍ମାନ ଦେବା ତ ଦୂରର କଥା ମଲା ପରେ ବି ଦେଉନାହାନ୍ତି। ସାଧାରଣତଃ ମୃତ ଶରୀରକୁ ସମ୍ମାନ ଦିଆଯାଇଥାଏ । ହେଲେ ତାହା ବି ସମାଜରେ ଦେଖିବାକୁ ମିଳୁନି । ଏମିତ ଏକ ଅମାନବିୟ ଘଟଣା…

ଛୁଟି ନ ମିଳିବାରୁ ଚାକିରି ଛାଡ଼ିଲେ ପୋଲିସ ଅଧିକାରୀ, କହିଲେ-‘ସ୍ତ୍ରୀଙ୍କ ଠାରୁ ବଡ଼ କେହି ନୁହେଁ’

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବି ବଡ଼ ଅଜବ। ପାଖରେ ଥିଲେ ଉଭୟେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗୁଥିବା ବେଳେ ଟିକେ ଦୂରେଇ ଗଲେ ଉଭୟେ ଉଭୟଙ୍କୁ ଖୋଜିଥାନ୍ତି। ଆଉ ଏହି କାରଣରୁ ହିଁ ଏମାନଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ମଜଭୁତ ହୋଇଥାଏ। କିନ୍ତୁ ଅଧିକାଂଶ ସମୟ ସୋସିଆଲ ମିଡିଆରେ…

ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନ ଦେବାରୁ ଶିଶୁଙ୍କ ବୟସକୁ ୧୦୪ ବର୍ଷ ବୋଲି ଲେଖିଲେ ବିଡିଓ

ଲାଞ୍ଚ ନ ଦେବାରୁ ଏକ ଶିଶୁର ବୟସକୁ ୧୦୪ ବର୍ଷ ବୋଲି ଲେଖିଛନ୍ତି ବିଡିଓ। ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀର ଶାହାଜାହାନ୍‌ପୁରର ବେଲା ଗାଁରେ। ଏନେଇ ବିଡିଓ ଓ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବରେଲୀ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।…