Browsing Tag

vaccine

ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ: ଭୁବନେଶ୍ୱରରେ ପୂରଣ ହେଲା ୨୦ଲକ୍ଷ ଟିକାକାରଣର ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଟିକାକରଣରେ ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ। ଭୁବନେଶ୍ୱରରେ ୨୦ଲକ୍ଷ ଟିକାକାରଣ ଟାର୍ଗେଟ ପୂରଣ ହୋଇଛି। ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍‌ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ ପ୍ରଥମ ଡୋଜ୍‌ ଓ ୮ଲକ୍ଷ ୮୪ହଜାର ୯୬୪ଜଣ ବିଭିନ୍ନ…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି । କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂକୁ କି ଫାଇଦା ମିଳୁଛି, ତା ଉପରେ ଗବେଷଣା କରିବାକୁ DCGI ଅନୁମତି ଦେଇଛି । ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଗବେଷଣା ଓ ଟ୍ରାଏଲ କରାଯିବ । ଏହାର…

ଜୁନ୍‌ ୨୦୨୨ ସୁଦ୍ଧା ଭୁବନେଶ୍ୱରରେ ହେବ ଟିକା ଉତ୍ପାଦନ

ଭୁବନେଶ୍ୱର (କେନ୍ୟୁଜ): ୨୦୨୨ ଜୁନ୍‌ ସୁଦ୍ଧା ଓଡ଼ିଶାରୁ ଆରମ୍ଭ ହେବ କୋଭିଡ଼ ଟିକା ଉତ୍ପାଦନ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ଭାରତ ବାୟୋଟେକ ପକ୍ଷରୁ ସ୍ଥାପନ ହୋଇଥିବା ପ୍ଲାଣ୍ଟରେ କୋଭିଡ଼ ସହ ୧୦ ପ୍ରକାର ଟିକା ପ୍ରସ୍ତୁତ କରାଯିବ। ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଭାରତ…

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ, ଜୁଲାଇ ଶେଷ ସୁଦ୍ଧା ପୂରଣ ହୋଇଛି ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି । ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ୧୮ ଲକ୍ଷ ୧୪ ହଜାର ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩…

ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି । ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ…

କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜ୍ୟରେ ଟିକା ଅଭାବ ଆଶଙ୍କା। କୋଭିସିଲ୍‌ଡ ଟିକା ନ ଆସିଲେ ଆଜିଠୁ ବାଧାପ୍ରାପ୍ତ ହେବ ଟିକାକରଣ । ଦୈନିକ ଦିଆଯାଉଛି ୩ ଲକ୍ଷ ଡୋଜ୍‌ ଟିକା । ଭୁବନେଶ୍ୱର ବ୍ୟତୀତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏବେ ଯେତିକି ଅଛି କୋଭିସିଲଡ ଡୋଜ ଅଛି ଆଜି ସରିଯିବ…

ଟିକା ପାଇଁ ଟେକା : ଟିକା ପାଇଁ ରାତି ଅନିଦ୍ରା, ପୂର୍ବରୁ ଆଧାର ଲାଇନ୍ ଆଉ ଏବେ ଟେକା ଲାଇନ୍ !

ଆଠଗଡ(କେନ୍ଯୁଜ୍): କରୋନା ସହ ଲଢ଼ିବା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ । ଏନେଇ ଲୋକମାନଙ୍କ ଭିତରେ ଟିକା ନେବାକୁ ମଧ୍ଯ ବେଶ୍ ଆଗ୍ରହ ପ୍ରକାଶ ପାଇଛି। ଏହାରି ଭିତରେ ଟିକାର ଅଭାବ ମଧ୍ଯ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଖରା ତରାରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା…

ଟିକାକରଣବେଳେ ଫୋଟୋ ଲଗାଇବା ପ୍ରସଙ୍ଗରେ ତେଜୁଛି ରାଜନୀତି, ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣବେଳେ ଫୋଟୋ ଲଗାଇବା ପ୍ରସଙ୍ଗ ନେଇ ତେଜୁଛି ରାଜନୀତି । ଟିକାକରଣ ବେଳେ ଫୋଟୋ ଲଗାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ । ବିଜେଡି ସାଂସଦ ସସ୍ମିତ ପାତ୍ର ଓ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଟୁଇଟ ୱାର । ଅପରାଜିତା କରିଥିବା ଅଭିଯୋଗ ଉପରେ…

ନିୟମଗିରି ଅଂଚଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ

ରାୟଗଡା: ନିୟମଗିରି ଡଙ୍ଗରିଆକନ୍ଧଙ୍କୁ ଟିକାକରଣ। ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାଦାନ ଆରମ୍ଭ ହୋଇଛି। କୋଭିଡ୍‌ ସମୟରେ ଡଙ୍ଗରିଆମାନେ ଟେଷ୍ଟିଂ ପାଇଁ ରାଜି ହେଉ ନଥିଲେ। ପାରମ୍ପରିକ ଚିକିତ୍ସାକୁ ଗୁରୁତ୍ୱ ଦେଉଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହ ସଚେତନ କରାଯାଇଥିଲା। ଏହାପରେ…

ଟିକା ନେଇ ନଥିଲେ ବେପାର ମନା: କୋଭିଡ୍‌ ତୃତୀୟ ଲହର ମୁକାବିଲା ପାଇଁ ଅଣ୍ଟା ଭିଡିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ଟିକା ନେଇ ନଥିଲେ ବେପାର ମନା। କୋଭିଡ୍‌ ତୃତୀୟ ଲହର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବ୍ୟବସାୟୀମାନେ ଟୀକା ନେଇନଥିଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଟୀକାକରଣ ଉପରେ…

ଟିକା ନେଲେ ହୁଏନି ବନ୍ଧ୍ୟାତ୍ୱ, ମିଡିଆର ଗୁଜବକୁ ଖଣ୍ଡନ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ(କେନ୍ଯୁଜ୍): ଟିକା ନେଲେ ହୁଏନି ବନ୍ଧ୍ୟାତ୍ୱ। ଏନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଟିକା ନେବା ଦ୍ୱାରା ପୁରୁଷ ଓ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ଦୋଷ ସୃଷ୍ଟି ହୁଏନି । ଟିକାର ଦୁଇଟି ଡୋଜ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କିଛି ଦିନ…

ଗୁଜବ ଯୋଗୁଁ ଟୀକା ନେବାକୁ ଅମଙ୍ଗ! ଘର ବାହାରୁ ତାଲା ପକେଇ ଲୁଚିଯାଉଛନ୍ତି ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ମିଥ୍ଯା ଗୁଜବର ଶିକାର ହୋଇ ଟୀକା ନେବା ପାଇଁ ରାଜି ହେଉନାହାନ୍ତି ଗ୍ରାମାଞ୍ଚଳର ଲୋକେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ଯାହାଫଳରେ ଟୀକା କରଣ ପାଇଁ ଚାଲିଥିବା ପ୍ରଚେଷ୍ଟା ଏବେ ଧିମେଇ ଯାଇଛି। ଉମରକୋଟ ସହରରେ ୧୮ରୁ ୪୫ ବର୍ଷର…