ତୈମୁର ଅଲ୍ଲୀ ଖାନ୍ଙ୍କ ଜନ୍ମଦିନର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତୈମୁର ପାପା ସୈଫ୍ ଅଲ୍ଲୀ ଖାନ୍ ଓ ମମି କରୀନାଙ୍କ ସହ କେକ୍ କାଟୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି କ୍ୟୁଟ୍ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ତୈମୁର ନିଜ ବାର୍ଥ ଡେକୁ ଖୁବ୍ ଏଞ୍ଜୟ କରୁଥିବା ନଜର ଆସିଛି। ଡିସେମ୍ବର ୨୦ ତାରିଖରେ ତୈମୁର ଅଲ୍ଲୀ ଖାନ୍ଙ୍କୁ ତିନି ବର୍ଷ ପୂରିଛି।
ଦେଖନ୍ତୁ ଭିଡିଓ:
ଛୋଟେ ନଓ୍ଵାବ୍ଙ୍କ ଛୋଟେ ନଓ୍ଵାବ ଅର୍ଥାତ୍ ତୈମୁର ଅଲ୍ଲୀ ଖାନ୍ ଏମିତିରେ ବି ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଜନ୍ମଦିନ ଭିଡିଓରେ ତୈମୁର କେକ୍ କାଟିବା ପୂର୍ବରୁ କେକ୍ ଉପରେ ଲାଗିଥିବା କଣ୍ଢେଇ ଓ ସାଣ୍ଟା ସହ ଖେଳୁଥିବା ଦେଖିବାକୁ ମିଳିଛି। ପରେ ସୈଫ୍ ତାଙ୍କୁ ଛୁରୀ ଧରାଇ କେକ୍ କଟାଇଥିଲେ।
ତୈମୁରଙ୍କ ବାର୍ଥ ଡେ ପାର୍ଟିରେ କରିସ୍ମା କପୁର, ସୋହା ଅଲ୍ଲୀ ଖାନ୍, ଇନାୟା ଖେମୁ ଓ ରୀମା ଜୈନ ମଧ୍ୟ ଉପସ୍ଥିତ ଥିଲେ। ଏହି ପାର୍ଟିରେ କରଣ ଜୋହରଙ୍କ ପୁଅ ୟଶ ଜୋହର ଓ ରିତେଶ ଦେଶମୁଖ ଏବଂ ଜେନେଲିଆଙ୍କ ଛୁଆ ରିୟାନ୍ ଓ ରାହିଲଙ୍କ ସମେତ ଅନ୍ୟ ଷ୍ଟାର କିଡ୍ ମଧ୍ୟ ଉପସ୍ଥିତ ଥିଲେ। ତୈମୁର ଏକ ବ୍ଲାକ ଟି-ସାର୍ଟ ଓ ହ୍ଵାଇଟ୍ ଟ୍ରାଉଜରରେ ନଜର ଆସିଥିଲେ। ସେହିପରି କରୀନା କପୁର ପୋଲ୍କା ଡଟ୍ ବ୍ଲାକ୍ ଡ୍ରେସ୍ ଓ ସେଫ୍ ଅଲ୍ଲୀ ଖାନ୍ ଗ୍ରେ ଟି-ସାର୍ଟ ପିନ୍ଧିଥିଲେ।