ଲଞ୍ଚ ହେବ Redmi Note 14, ରହିଛି ଦମଦାର୍ ଫିଚର୍ସ
ଆସନ୍ତା ସପ୍ତାହରେ ଅର୍ଥାତ୍ ଡିସେମ୍ବର ୯ ରେ Redmi Note 14 ସିରିଜ୍ ଭାରତରେ ଲଞ୍ଚ ହେବ । ଷ୍ଟାଣ୍ଡାର୍ଡ Redmi Note 14 ସହିତ Note 14 Pro ଏବଂ Note 14 Pro+ 5G ମଧ୍ୟ ଲଞ୍ଚ ହେବ । ଏହି ସିରିଜ୍ କୁ ଲଞ୍ଚ ହେବା ପୂର୍ବରୁ ପୂର୍ବ ମଡେଲ୍ Redmi Note 13 Pro+ 5G ର ପ୍ରାଇସ୍ ହ୍ରାସ୍ ପାଇଛି । ଏହି ଫୋନ ଲଞ୍ଚ ମୂଲ୍ୟଠାରୁ ହଜାର ଟଙ୍କା ଶସ୍ତାରେ ମିଳୁଛି । Redmi ର ଏହି ମିଡ୍ ବଜେଟ୍ ଫୋନ୍ ୨୦୦ MP କ୍ୟାମେରା ସହିତ ଜବରଦସ୍ତ ଫିଚର୍ସ ସହିତ ଆସିଥାଏ ।
Redmi ର ଏହି ଫୋନରେ ତିନୋଟି ଷ୍ଟେରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- ୮ GB RAM + ୨୫୬ GB, ୧୨GB RAM + ୨୫୬GB ଏବଂ୧୨GB RAM + ୫୧୨GB ରେ କିଣାଯାଇପାରିବ । ଇ-କମର୍ସ ୱେବସାଇଟ୍ Amazon ରେ ଏହି ଫୋନ୍ ୧୮% ଡିସକାଉଣ୍ଟ ସହିତ ୨୭,୯୯୮ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି ।
ଏହା ବ୍ୟତୀତ ଫୋନକୁ କିଣିବା ଉପରେ ୪,୦୦୦ ଟଙ୍କା ପ୍ରାଇସର ଫ୍ଲାଟ୍ ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରାଯାଇଛି । ଏହିପରି ଏହି ରେଡମି ଫୋନ୍ ପ୍ରାରମ୍ଭିକ ମୂଲ୍ୟରେ ୨୪,୯୯୮ ଟଙ୍କାରେ କିଣାଯାଇପାରିବ । ଏହି ସ୍ମାର୍ଟଫୋନରେ ୪ଟି କଲର ଅପ୍ସନ ରହିଛି, ସେଗୁଡିକ ହେଲା- Fusion Black, Purple, White and Blue ।
Redmi Note 14 Pro + 5G ର ଫିଚର୍ସ :
୧. ଏହି ଫୋନ୍ ୬.୬୭ ଇଞ୍ଚର ୧୨୦Hz ରିଫ୍ରେସ୍ ରେଟ୍ ଭଳି 3D କର୍ଭଡ୍ AMOLED ଡିସପ୍ଲେ ସହିତ ଆସିଥାଏ ।
୨. ଫୋନ ଡିସପ୍ଲେର ପ୍ରୋଟେକ୍ସନ ପାଇଁ କର୍ନିଙ୍ଗ ଗୋରିଲା ଗ୍ଲାସ୍ ଭିକ୍ଟସ୍ ମିଳିବ ।
୩. ଏହା ସହିତ, HDR10+, ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍, ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସହିତ ଲ୍ୟାସ୍ ହୋଇଛି ।
୪. ଫୋନରେ MediaTek Dimensity 7200 ଅକ୍ଟାକୋର ପ୍ରୋସେସ୍ ଦିଆଯାଇଛି ।
୫. ଏହି ଫୋନ ସହିତ ୧୨GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ ।
୬. ଫୋନର ବ୍ୟାକରେ ୨୦୦MP ର ମେନ୍ OIS କ୍ୟାମେରା, ୮MP ର ଅଲ୍ଟ୍ରା ୱାଇଡ୍ ଏବଂ ୨MP ର ମାକ୍ରୋ କ୍ୟାମେରା ମିଳିବ ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୬MP ର କ୍ୟାମେରା ଦିଆଯାଇଛି ।
୮. ଏହା ୫୦୦୦mAh ର ଦମଦାର୍ ବ୍ୟାଟେରୀ ଏବଂ ୧୨୦W ଫାଷ୍ଟ ଚାର୍ଜିଂ ଫିଚର ସହିତ ଆସିଥାଏ ।