ଟେକ୍

ଆଇଫୋନରେ ମିଳୁଛି ୨୧% ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଯଦି ଆପଣ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ବର୍ତ୍ତମାନ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଆପଲ୍ ର ଆଇଫୋନ୍ 14 ଉପରେ ବମ୍ପର ଡିସକାଉଣ୍ଟ ମିଳୁଛି । ଡିସକାଉଣ୍ଟ ପରେ ଆପଣ ଏହି ଫୋନକୁ ବହୁତ କମ୍ ଦାମ୍‌ରେ କିଣିପାରିବେ । ବର୍ତ୍ତମାନ ଏହି ଫୋନ୍ ଆମାଜନରେ ୨୧% ଡିସକାଉଣ୍ଟ ଅଫରରେ ମିଳୁଛି । ତେବେ ଆସନ୍ତୁ ଏହି ଅଫର ବିଷୟରେ ଡିଟେଲ୍ସରେ ଜାଣିବା ।

ଆଇଫୋନ୍ 14 ରେ ୨୧% ଡିସକାଉଣ୍ଟ ମିଳୁଛି । ଏହାର ରିଏଲ୍‌ ପ୍ରାଇସ୍‌ ହେଉଛି ୭୯,୯୦୦ ଟଙ୍କା କିନ୍ତୁ ଡିସକାଉଣ୍ଟ ପରେ ଆପଣ ଏହାକୁ ମାତ୍ର ୬୨,୮୦୦ ଟଙ୍କାରେ କିଣି ପାରିବେ । ଏହି ଅଫର ଦ୍ୱାରା ଆପଣ ୧୭,୧୦୦ ଟଙ୍କା ସେଭ୍‌ କରିପାରିବେ । ଏହା ବ୍ୟତୀତ ଯଦି ଆପଣ ଏସବିଆଇ କିମ୍ବା ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଆପଣ ଅଧିକ ଡିସକାଉଣ୍ଟ ମଧ୍ୟ ପାଇବେ । ଆପଣ ଏହି ଡିଲରେ ହଜାରେ ଟଙ୍କା ସେଭ୍‌ କରିବା ସହ ଏକ ନୂଆ ଆଇଫୋନ୍ କିଣି ପାରିବେ । କମ୍ ଦାମରେ ଆଇଫୋନ୍ କିଣିବା ପାଇଁ ଏହା ଏକ ବଢ଼ିଆ ସୁଯୋଗ ।

ମନେରଖନ୍ତୁ ଯେ ଏହି ଡିସକାଉଣ୍ଟ କେବଳ ଆଇଫୋନ୍ 14 ର ୧୨୮ ଜିବି ମଡେଲରେ ଉପଲବ୍ଧ । ଆପଣ ଏହି ଫୋନକୁ ଯେକୌଣସି କଲର ଅପ୍ସନରେ କିଣିପାରିବେ । ଏହା ବ୍ୟତୀତ ଆପଣ ଏହି ଫୋନରେ ଏକ୍ସଚେଞ୍ଜ ଅଫର ମଧ୍ୟ ପାଇପାରିବେ । ଏହି ଡିଲରେ ଆପଣ ୪୪,୨୫୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ପାଇବେ । ଆପଣ ନିଜ ପୁରୁଣା ଫୋନ୍ ଏକ୍ସଚେଞ୍ଜ କରି ଏହି ଅଫରର ଲାଭ ଉଠାଇ ପାରିବେ । କିନ୍ତୁ ଏକ୍ସଚେଞ୍ଜ ହୋଇଥିବା ଫୋନର ଅବସ୍ଥା ଠିକ୍‌ ରହିଥିବା ଉଚିତ୍ ।

ଆଇଫୋନ୍ 14 ରେ ୬.୧ ଇଞ୍ଚର ସୁପର ରେଟିନା XDR OLED ଡିସପ୍ଲେ ଅଛି । ଏହି ଡିସପ୍ଲେ ଅନେକ ରଙ୍ଗ ଦେଖାଇପାରେ ଏବଂ HDR କଣ୍ଟେଟକୁ ସପୋର୍ଟ କରେ । ଏହାର ବ୍ରାଇଟନେସ୍‌ ୧୨୦୦ ନିଟ୍ ରହିଛି ଏବଂ ଆପଣ ଫେସ୍ ଆଇଡି ଦ୍ୱାରା ଆପଣଙ୍କର ଆଇଫୋନ୍ ଅନଲକ୍ କରିପାରିବେ । ଆଇଫୋନ୍ 14 A15 ବାୟୋନିକ୍ ଚିପ୍ ସହିତ ଆସିଥାଏ, ଯାହା ବହୁତ ଫାଷ୍ଟ ଏବଂ ପାଓ୍ଵାରଫୁଲ୍‌ । କନେକ୍ଟିଭିଟି ପାଇଁ ଏଥିରେ 5G ସପୋର୍ଟ, ୱାଇ-ଫାଇ, ଡୁଆଲ୍ ସିମ୍, ବ୍ଲୁଟୁଥ୍, ଜିପିଏସ୍ ଓ ଚାର୍ଜିଂ ଏବଂ ଡାଟା ଟ୍ରାନ୍ସଫର ପାଇଁ ଲାଇଟନିଂ ପୋର୍ଟ ଅଛି । ଏଥିରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ ୧୨ MPର ପ୍ରାଇମେରୀ କ୍ୟାମେରା ଏବଂ ୨ MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ସାମିଲ ଅଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago