Flipkart ସେଲରେ Vivo V20 Pro ଉପରେ ମିଳୁଛି ୨୫୦୦ ଟଙ୍କାର ଡ଼ିସକାଉଣ୍ଟ, ଶୀଘ୍ର କରନ୍ତୁ ଅର୍ଡର

ଇ କମର୍ସ ସାଇଟ ୱେବସାଇଟ ଫ୍ଲିପକାର୍ଟରେ ଏବେ Electronics Sale ଜାରି ହୋଇଛି । ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମନପସନ୍ଦର ଇଲେକ୍ଟ୍ରୋନିକ୍ସ ଉପକରଣ କିଣିବା ପାଇଁ ଏହା ହେଉଛି ସବୁଠୁ ଭଲ ମୌକା । Vivo ପ୍ରିମିୟମ ହ୍ୟାଣ୍ଡସେଟ V 20 Proରେ ଗ୍ରାହକଙ୍କ ପାଇଁ ଏକ ଭଲ ଡ଼ିସକାଉଣ୍ଟ ଅଫର ଲଞ୍ଚ କରିଛି । ଏହି ଫୋନ ଉପରେ ୨୫୦୦
ଟଙ୍କା ପର୍ଯ୍ୟନ୍ତର ଛାଡ ମିଳୁଛି । ପ୍ରକୃତରେ ଏହି ଫୋନର ବଜାର ମୂଲ୍ୟ ୨୯ ହଜାର ୯୯୦ ଟଙ୍କା ଥିବା ବେଳେ ରିହାତି ସହିତ ଏହାକୁ ମାତ୍ର ୨୭ ହଜାର ୪୯୦ ଟଙ୍କାରେ କିଣାଯାଇ ପାରିବ ।
Vivo V 20 Pro 5G ରେ 6.44 ଇଞ୍ଚର ଫୁଲ ଏଚ୍ଡି ସମେତ ଏମୋଲେଡ଼ ପ୍ୟାନେଲ ମିଳିପାରିବ । ଯାହାର ରିଜୋଲୁସନ 1080 x 2400 ପିକସଲ ରହିଛି । ଯେବେକି ସ୍କ୍ରିନର ଆସ୍ପେସଟ ରେସିଓ 20:9 ରହିଛି । ଏହା ବାଦ ଏହି ଫୋନରେ ଅକ୍ଟାକୋର କ୍ଵାଲକମ ସ୍ନାପ ଡ୍ରାଗନ ୭୬୫ 5G ମୋବାଇଲ ପ୍ରୋସେସରକୁ ବି ବ୍ୟବହାର କରାଯାଇ ପାରିବ । ଏହାକୁ 4 GB ରାମ ସମେତ 128 GB ଇଂଟରନାଲ ଷ୍ଟୋରେଜ ଭେରିୟାଣ୍ଟ ସହିତ ଲଞ୍ଚ କରାଯାଇଛି । ଦରକାର ବେଳେ ମାଇକ୍ରୋଏସ୍ଡି କାର୍ଡ ମାଧ୍ୟମରେ ବି ଏହାର ଷ୍ଟୋରେଜକୁ ବଢ଼ା ଯାଇପାରିବ । Vivoର ଏହି ଫୋନ ଆଣ୍ଡ୍ରଏଡ଼ 11 ଓ Funtouch OS 11 ଉପରେ କାମ କରିଥାଏ ।
ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ଫ୍ୟାସିଲିଟି ମିଳିପାରିବ । ଯାହାର କାପାସିଟି ୬୪ ମେଗା ପିକସାଲ, ୮ ମେଗା ପିକସଲ, ୨
ମେଗା ପିକସଲ । ଏଥିରେ ୪୪ ମେଗାପିକସଲ, ୮ ମେଗା ପିକସାଲର ଡୁଆଲ କ୍ୟାମେରା ସେଟଅପ ଦିଆଯାଇଛି । ପାୱାର ପାଇଁ ଏଥିରେ ୪୦୦୦ mAh ବ୍ୟାଟେରୀ ସୁବିଧା ରହିଛି । ଯାହାକି ୩୩ watt ପର୍ଯ୍ୟନ୍ତର ଫାଷ୍ଟ ଚାରଜିଙ୍ଗ ଫ୍ୟାସିଲିଟି ଦେଇଥାଏ ।