ଇନଷ୍ଟାଗ୍ରାମରେ ଆସିଲା ୩ଟି ଧମାକାଦାର ଫିଚର୍ସ, ଏବେ ଷ୍ଟୋରୀରେ ବି କରିପାରିବେ କମେଣ୍ଟ

ପୋପ୍ୟୁଲାର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ସମୟ ସମୟରେ ନୂଆ ଫିଚର୍ ରୋଲଆଉଟ୍ କରିଥାଏ । ସେହିଭଳି କମ୍ପାନୀ ଗୁରୁବାର ଅର୍ଥାତ ଗତକାଲି ଅନେକ ନୂଆ ଫିଚର୍ ରିଲିଜ କରିଛି । ଇନଷ୍ଟାଗ୍ରାମର ଏହି ଅତ୍ୟାଧୁନିକ ଫିଚର୍ ୟୁଜର୍ସଙ୍କୁ ସୋସିଆଲ ମିଡିଆର ଏକ ନୂଆ ଏକ୍ସପେରିଏନ୍ସ ଦେବ । ଇନଷ୍ଟାଗ୍ରାମ ବର୍ତ୍ତମାନ ଏହାର ପ୍ଲାଟଫର୍ମରେ Comments in Stories, Birthday Notes ଏବଂ Cutouts in DMs ଭଳି ଫିଚର୍ସ ସାମିଲ କରିଛି । ଏହି ନୂଆ ଫିଚରଗୁଡିକ ଆସିବା ପରେ, ବର୍ତ୍ତମାନ ୟୁଜର୍ସମାନେ ଷ୍ଟୋରିରେ ମଧ୍ୟ କମେଣ୍ଟ ଦେଇପାରିବେ ।

ମେଟା ମାଲିକାନାରେ ଥିବା ଏହି ଆପ୍ ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ନୂଆ ଫିଚର୍ ରୋଲଆଉଟ୍ କରିଛି । ଇନଷ୍ଟାଗ୍ରାମ ଆପକୁ ଅଧିକ ସୁବିଧାଜନକ କରିବାକୁ କମ୍ପାନୀ ନୂଆ ଫିଚର୍ ଆଣିଛି । ୟୁଜର୍ସମାନେ ବର୍ତ୍ତମାନ ପୋଷ୍ଟ ପରି ଷ୍ଟୋରି ସେକ୍ସନରେ ମଧ୍ୟ କମେଣ୍ଟ ଦେଖିପାରିବେ । ଯଦି ଆମେ Cutouts in DMs ଫିଚର୍ ବିଷୟରେ କହିବା, ତେବେ ବର୍ତ୍ତମାନ ଆପଣ ଚାଟ୍ ରେ ଫୋଟୋକଟ୍ ଆଉଟ୍ ଷ୍ଟିକର୍ ମଧ୍ୟ ପଠାଇପାରିବେ । ତେବେ ଆସନ୍ତୁ ଏହି ସମସ୍ତ ନୂଆ ଫିଚର୍ ଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

Comments in Stories ଫିଚର୍:
ଇନଷ୍ଟାଗ୍ରାମ ଷ୍ଟୋରି ସେକ୍ସନରେ କମେଣ୍ଟ ଦେବାକୁ ଅନୁମତି ଦେଇଛି । ଯେପରି ୟୁଜର୍ସମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଷ୍ଟଗୁଡିକରେ କମେଣ୍ଟ ଦେଇପାରୁଥିଲେ ସେହିଭଳି ବର୍ତ୍ତମାନ ୟୁଜର୍ସମାନେ
ଷ୍ଟୋରିରେ ମଧ୍ୟ କମେଣ୍ଟ ଦେଇପାରିବେ । ଏହି ଫିଚର୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସମସ୍ତ ୟୁଜର୍ସ ଯେକୌଣସି ୟୁଜର୍ସଙ୍କର ଷ୍ଟୋରିରେ ଦିଆଯାଇଥିବା କମେଣ୍ଟ ଦେଖିପାରିବେ । ଏହି ଫିଚର୍ ଉପରେ ଇନଷ୍ଟାଗ୍ରାମ ମଧ୍ୟ ଏକ ଲିମିଟ ମଧ୍ୟ ଲଗାଇଛି । ଷ୍ଟୋରି ସେକ୍ସନରେ ଦିଆଯାଇଥିବା କମେଣ୍ଟଗୁଡିକ କେବଳ ୨୪ ଘଣ୍ଟା ପାଇଁ ଦୃଶ୍ୟମାନ ହେବ । ଯଦି ଆପଣ ହାଇଲାଇଟ୍ସରେ ଏକ ଷ୍ଟୋରି ଆଡ୍ କରନ୍ତି, ତେବେ ଏହି ଷ୍ଟୋରିରେ ଦିଆଯାଇଥିବା କମେଣ୍ଟଗୁଡିକ ହାଇଲାଇଟ୍ସରେ ମଧ୍ୟ ଦେଖାଯିବ ।

Cutouts in DMs ଫିଚର୍:
ଇନଷ୍ଟାଗ୍ରାମ Cutouts in DMs ନାମକ ଅନ୍ୟ ଏକ ସୁନ୍ଦର ଫିଚର୍ ରୋଲଆଉଟ୍ କରିଛି । ବର୍ତ୍ତମାନ ଆପଣ ଯେକୌଣସି ଫଟୋ କିମ୍ବା ଭିଡିଓର କଟଆଉଟ୍ ନେଇ ଚାଟ୍ ରେ ସେୟାର କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଚର୍ କେବଳ ଷ୍ଟୋରି ସେକ୍ସନ ପାଇଁ ଉପଲବ୍ଧ ଥିଲା । କିନ୍ତୁ ବର୍ତ୍ତମାନ ୟୁଜର୍ସମାନେ ଫଟୋ-ଭିଡିଓର କଟଆଉଟ୍ ନେଇ ଏହାକୁ DM ରେ ମଧ୍ୟ
ପଠାଇପାରିବେ ।

Birthday Notes ଫିଚର୍:
ଇନଷ୍ଟାଗ୍ରାମ ଦ୍ୱାରା ନିଜର ୟୁଜର୍ସଙ୍କ ପାଇଁ Birthday Notes ଫିଚର୍ ମଧ୍ୟ ରିଲିଜ କରାଯାଇଛି । ତେବେ କହି ରଖୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଚର୍ ରୋଲଆଉଟ୍ କରାଯାଇ ନାହିଁ । ଏହି ଫିଚର୍ ମାଧ୍ୟମରେ, ଆପଣଙ୍କ ବର୍ଥ ଡେ’ ଦିନ ଆପଣଙ୍କର ଏକ ବର୍ଥ ଡେ’ ଟୋପି ପିନ୍ଧିଥିବା ଫଟୋ ଇନଷ୍ଟାଗ୍ରାମ ନୋଟରେ ଦେଖାଯିବ । କମ୍ପାନୀ ଏହାକୁ ଖୁବ ଶୀଘ୍ର ରିଲିଜ କରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like