୩୦ ହଜାର ଟଙ୍କା ଭିତରେ ବଢ଼ିଆ Laptop ଚାହୁଁଥିଲେ କିଣନ୍ତୁ ଏହି ଦମଦାର ଫିଚର୍ସ ଥିବା ଲାପଟପ୍‌

ଆଜିକାଲି ଲୋକମାନେ ନିଜର ସୁବିଧା ପାଇଁ ଡେସ୍କଟପ ବଦଳରେ ଲାପଟପ୍ ବ୍ୟବହାର କରୁଛନ୍ତି। କାହିଁକିନା ଏହି ଡିଭାଇସକୁ ଯେଉଁଠି ବି ଚାହିଁଲେ ନେଇପାରିବେ। ଏହାସହିତ ବ୍ୟାଟେରୀରେ ଚାଲୁଥିବା କାରଣରୁ ଏହାକୁ ସହଜରେ ଚାର୍ଜ କରାଯାଇପାରିବ। ଯଦି ଆପଣ ବି ନୂଆ ଲାପଟପ କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ ପାଇଁ ଚିନ୍ତାରେ ଅଛନ୍ତି। ତାହେଲେ ଆଜି ଆମେ ଆପଣଙ୍କୁ କମ୍ ଦାମରେ ଭଲ ଲାପଟପ ବିଷୟରେ ଜଣାଇବୁ। ଏହିସବୁ ଲାପଟପର ମୂଲ୍ୟ ୩୦,୦୦୦ ଟଙ୍କାରୁ କମ୍ ଆଉ ଏଥିରେ ଆପଣଙ୍କୁ ବହୁତ ଜବରଦସ୍ତ ଫିଚର୍ସ ମଧ୍ୟ ମିଳିବ। ତାହେଲେ ଆସନ୍ତୁ ଏହି ଲାପଟପ ଉପରେ ଥରେ ପକାନ୍ତୁ ନଜର।

Dell Vostro 15

dellଏହି ଲାପଟପ ଲୋକପ୍ରିୟ ଲାପଟପ ମଧ୍ୟରୁ ଗୋଟିଏ। ଏହି ଲାପଟପର ଦାମ ରହିଛି ୨୭,୪୯୦ ଟଙ୍କା। ଆପଣଙ୍କୁ ଏହି ଲାପଟପରେ ୧୫.୬ ଇଞ୍ଚ ଏଚଡି ଏଲଇଡି ଡିସପ୍ଲେ ମିଳିବ। ଏଥିସହିତ ଏହାର ରିଜୋଲ୍ୟୁସନ ରହିଛି ପିକ୍ସେଲ। ଲାପଟପର ଜବରଦସ୍ତ ପରଫରମାନ୍ସ ପାଇଁ ଇଣ୍ଟେଲ କୋର ଆଇ3 7th Gen ପ୍ରୋସେସର, ୪ ଜିବି ରାମ ଏକ ଟିବିି ଷ୍ଟୋରେଜ ଦିଆଯାଇଛି। ଏହାଛଡା କମ୍ପାନୀ ଏହି ଲାପଟପରେ ସାନଦାର ସାଉଣ୍ଡ ପାଇଁ ବିଲ୍ଟ-ଇନ ମାଇକ୍ରୋ-ଫୋନ, ଡୁଆଲ ସ୍ପିକର୍ସ ଏବଂ ମ୍ୟାକ୍ସ ଅଡିଓ ସିଷ୍ଟମର ସପୋର୍ଟ ଦିଆଯାଇଛି।

Lenovo Ideapad 

lenovoଯଦି ଆପଣ ଲାପଟପ କିଣିବାକୁ ମନ ବଳାଇଛନ୍ତି ତେବେ ଲେନୋଭୋ ଆଇଡିଆପ୍ୟାଡ ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣଙ୍କୁ ଏହି ଲାପଟପରେ ୧୫.୬ ଇଞ୍ଚର ଡିସପ୍ଲେ, ଡୁଆଲ ସ୍ପିକର୍ସ, ବିଲ୍ଟ-ଇନ ମାଇକ୍ରୋ-ଫୋନ, ଓ୍ଵାଇ-ଫାଇ, ବ୍ଲୁଟୁଥ, ଏକ ଏଚଡିଏମଆଇ ପୋର୍ଟ, ୨ ୟୁଏସବି ୩.୦ ପୋର୍ଟ ଏବଂ ଡଲବି ଅଡିଓର ସପୋର୍ଟ ମିଳିବ। ଏହାଛଡା ଏଥିରେ ଇଣ୍ଟେଲ କୋର ଆଇ3 7th Gen ପ୍ରୋସେସର, ୪ ଜିବି ରାମ ଏକ ଟିବି ଷ୍ଟୋରେଜ ଦିଆଯାଇଛି। ସେହିପରି ଏହି ଲାପଟପର ଦାମ ରହିଛି ୨୯,୯୯୦ ଟଙ୍କା।

HP 15 Ryzen

hpଏଚପି ଏହି ଲାପଟପ କେବଳ ଖାସ କରି ଯୁବଗୋଷ୍ଠିଙ୍କ ପାଇଁ ଲଞ୍ଚ କରିଛି। ଏଚପିର ଏହି ଲାପଟପର ଦାମ ୨୬, ୯୯୦ ଟଙ୍କା। ଆପଣଙ୍କୁ ଏହି ଲାପଟପରେ ୧୫.୬ର ଡିସପ୍ଲେ, ରେଜନ ୩ ଡୁଆଲ କୋର ପ୍ରୋସେସର, ୪ ଜିବି ରାମ, ଏକ ଟିବି ଷ୍ଟୋରେଜ ଏବଂ ଦମଦାର ବ୍ୟାଟେରୀ ସପୋର୍ଟ ମିଳିବ। ଅନ୍ୟ ଫିଚର୍ସ ବିଷୟରେ କହିଲେ କମ୍ପାନୀ ଏଥିରେ ଡୁଆଲ ସ୍ପିକର୍ସ, ସିଙ୍ଗଲ ଡିଜିଟାଲ ମାଇକ୍ରୋ-ଫୋନ, ଓ୍ଵାଇ-ଫାଇ, ବ୍ଲୁଟୁଥ୍‌, ଗୋଟିଏ ଏଚଡିଏମଆଇ ପୋର୍ଟ ଏବଂ ୨ ୟୁଏସବି ୩.୦ ପୋର୍ଟ ଦିଆଯାଇଛି। ସେହିପରି ଏହି ଖାସ୍ ଲାପଟପ ଓ୍ଵିଣ୍ଡୋ ୧୦ ଅପରେଟିଙ୍ଗ ସିଷ୍ଟମ ଉପରେ କାମ କରିଥାଏ।

Acer Aspire 5

ACERଏସର ଏହି ଲାପଟପକୁ ଖାସ୍ ବଜେଟ ରେଞ୍ଜରେ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି। ଆପଣଙ୍କୁ ଏହି ଲାପଟପରେ ୧୫ ଇଞ୍ଚର ଏଚଡି ଡିସପ୍ଲେ, ଇଣ୍ଟେଲ କୋର ଆଇ3 7th Gen ପ୍ରୋସେସର, ୪ ଜିବି ରାମ, ୨୫୬ ଜିବି ଷ୍ଟୋରେଜ ଏବଂ ଡୁଆଲ ସ୍ପିକସର ସପୋର୍ଟ ମିଳିବ। ଏହାସହିତ ବଢ଼ିଆ ସାଉଣ୍ଡ ପାଇଁ ଏସର ଟୁ ହାରମନି ଟେକନିକ ଦିଆଯାଇଛି। ଏହି ଲାପଟପ ଓ୍ଵିଣ୍ଡୋ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ। ସେହିପରି କମ୍ପାନୀ ଏହି ଖାସ ଲାପଟପର ଦାମ ରଖିଛି ୨୮,୯୯୦ ଟଙ୍କା।

Leave A Reply

Your email address will not be published.