ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

ଦୁନିଆରେ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ତାସହିତ ଏହି ଡିଭାଇସର ବ୍ୟବହାର ଓ ମେଣ୍ଟେନାନ୍ସରେ ମଧ୍ୟ ବୃଦ୍ଧି ଘଟିଛି । ଏପରିସ୍ଥଳେ ଫୋନ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଉଛି ତାର ବ୍ୟାଟେରୀ । ଯଦିଓ ମୋବାଇଲ ଫୋନକୁ ନେଇ ଅନେକ ମିଥ୍ୟା ତଥ୍ୟ ଶୁଣିବାକୁ ମିଳିଥାଏ ଯାହା ଉପରେ ଲୋକମାନେ ଆଖିବୁଜି ବିଶ୍ୱାସ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସ୍ମାର୍ଟଫୋନ ବ୍ୟାଟେରୀ ସହ ଜଡିତ କିଛି ତଥ୍ୟ କହିବାକୁ ଯାଉଛୁ ଯାହାର ସତ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା ମୋବାଇଲ ଫୋନ ବ୍ୟାଟେରିର ସତ୍ୟତା ।

ଓଭର ଚାରଜିଙ୍ଗ ଦ୍ୱାରା ଫୋନର ବ୍ୟାଟେରୀକୁ ହୋଇନଥାଏ କ୍ଷତି

Image result for mobile-battery"

ସାଧାରଣତଃ କୁହାଯାଏ ଯେ ଫୋନକୁ ଓଭର ଚାର୍ଜ କରିବା ଦ୍ୱାରା ଏହା ତାର ବ୍ୟାଟେରୀକୁ ବହୁତ କ୍ଷତି ପହଞ୍ଚାଇଥାଏ । ଓଭର ଚାରଜିଙ୍ଗ ଦ୍ୱାରା ଫୋନର ବ୍ୟାଟେରୀ ବ୍ଲାଷ୍ଟ ହୋଇଯାଇପାରେ କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫୋନର ବ୍ୟାଟେରୀରେ ଏକ ଏପରି ସିଷ୍ଟମ ଦିଆଯାଇଛି ଯାହା ଫୁଲ ଚାର୍ଜ ହେବା ପରେ ଫୋନରୁ ଇଲେକ୍ଟ୍ରିସିଟିକୁ ଡ଼ିସକନେକ୍ଟ କରିଦେଇଥାଏ । ଏହି ସିଷ୍ଟମ ଫୋନର ବ୍ୟାଟେରୀକୁ କୌଣସି ବି କ୍ଷତି ପହଞ୍ଚାଇନଥାଏ ।

ବ୍ୟାଟେରୀ ସରିବା ପରେ ଚାର୍ଜ କରିବା

smartphone battery

ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ଫୋନରୁ ସମସ୍ତ ଚାର୍ଜ ଶେଷ ହେବାପରେ ଫୋନକୁ ଚାର୍ଜ କରିବା ଆବଶ୍ୟକ କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏପରି କରିବା ଦ୍ୱାରା ଫୋନର ବ୍ୟାଟେରୀକୁ କ୍ଷତି ପହଞ୍ଚିଥାଏ । ଫୋନ ଡିସ୍ଚାର୍ଜ ହେବା ଦ୍ୱାରା ବ୍ୟାଟେରୀରେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ଯାହାଦ୍ୱାରା ବ୍ୟାଟେରୀ ବ୍ୟାକଅପ କମ ହୋଇଯାଇଥାଏ । ଯେଉଁ କାରଣରୁ କିଛି ଟେକ କମ୍ପାନୀ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଫୋନରେ ମ୍ୟାନେଜମେଣ୍ଟ ଫିଚର ଦେଇଥାନ୍ତି । ଯାହାକି ଆପ ଗୁଡିକ ଅପ୍ଟିମାଈଜ କରି ବ୍ୟାଟେରୀ ଲେବୁଲକୁ ଜିରୋ ହେବାକୁ ଦେଇନଥାଏ ।

ଫୋନର ବ୍ୟାଟେରୀକୁ ଫ୍ରୀଜରରେ ରଖିବା

Mobile Battery

ସାଧାରଣତଃ କିଛି ଲୋକ ଫୋନ ଗରମ ହୋଇଯିବା ପରେ ତାର ବ୍ୟାଟେରୀକୁ ବାହାର କରି ଫ୍ରୀଜରରେ ରଖିଦେଇଥାନ୍ତି । ତେବେ ଜାଣିରଖନ୍ତୁ ଏପରି କରିବା ଦ୍ୱାରା ବ୍ୟାଟେରୀକୁ କ୍ଷତି ପହଂଚାଇଥାଏ ଏବଂ ବ୍ୟାଟେରୀ ବ୍ୟାକଅପ କମ ହୋଇଯାଇଥାଏ । ଯଦିଓ ବ୍ୟାଟେରୀ ବ୍ୟାକଅପ ବଢାଇବା ପାଇଁ ଫୋନରେ ଥିବା ଫିଚର୍ସକୁ ବ୍ୟବହାର କରିବାକୁ ପଡିଥାଏ ।

ଫୋନର ବ୍ୟାଟେରୀକୁ ସାର୍ବଜନିକ ପୋର୍ଟରେ ଚାର୍ଜ କରିବା

Image result for mobile-battery"

ଅଧିକାଂଶ ଲୋକ ନିଜ ଫୋନକୁ ଏୟାରପୋର୍ଟ, ରେଲୱେ ଷ୍ଟେସନରେ ଲାଗିଥିବା ଚାରଜିଙ୍ଗ ପୋର୍ଟରେ ଚାର୍ଜ କରିଥାନ୍ତି । ଏମାନଙ୍କୁ ଲାଗିଥାଏ ଯେ ଏହାଦ୍ୱାରା ଫୋନ ଚାର୍ଜ କରିବା ବହୁତ ସୁରକ୍ଷିତ ଅଟେ କିନ୍ତୁ ଏହାଦ୍ୱାରା ଆପଣଙ୍କ ଡାଟା ଲିକ ହେବାର ସମ୍ଭାବନା ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହ୍ୟାକର୍ସମାନେ ଏହିପ୍ରକାର ଚାରଜିଙ୍ଗ ପୋର୍ଟରେ ରିଡର ପୋର୍ଟ ଲଗାଇ ଦେଇଥାନ୍ତି । ଯାହାଦ୍ୱାରା ଲୋକମାନଙ୍କର ଫଟୋ, ଭିଡିଓ ଏବଂ ମେସେଜ ଲିକ ହୋଇଯିବାର ସମ୍ଭାବନା ରହିଥାଏ । ଏପରିସ୍ଥଳେ ଲୋକମାନଙ୍କୁ ଫୋନ ଚାର୍ଜ କରିବା ପାଇଁ ପାୱାରବ୍ୟାଙ୍କ ବ୍ୟବହାର କରିବା ଆବଶ୍ୟକ ।

ଫୋନର ବ୍ୟାଟେରୀକୁ ଅନ୍ୟ ଚାର୍ଜର ପହଞ୍ଚାଇଥାଏ କ୍ଷତି

Image result for mobile-battery"

ସାଧାରଣତଃ ସମସ୍ତେ ଜାଣିଥାନ୍ତି ଯେ ଫୋନକୁ କେବଳ ତାର ଅସଲି ଚାର୍ଜରରେ ଚାର୍ଜ କରିବା ଆବଶ୍ୟକ କାରଣ ଏହାଦ୍ୱାରା ତାର ବ୍ୟାଟେରୀ ସୁରକ୍ଷିତ ରହିଥାଏ । ଏହାସହିତ ଲୋକମାନେ ମାନିଥାନ୍ତି ଯେ ଫୋନକୁ ଅନ୍ୟ ଚାର୍ଜରରେ ଚାର୍ଜ କଲେ ତାର ବ୍ୟାଟେରୀ ବ୍ୟାକଅପ କମ ହୋଇଯାଇଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫୋନକୁ ଅନ୍ୟ କେବୁଲ କିମ୍ବା ଚାର୍ଜରରେ ଚାର୍ଜ କଲେ ବ୍ୟାଟେରୀ ଉପରେ ତାର ଖରାପ ପ୍ରଭାବ ପଡିଥାଏ । ଯଦିଓ ଏହାଦ୍ୱାରା ଚାରଜିଙ୍ଗ ସ୍ପିଡ଼ ମଧ୍ୟ କମ ହୋଇଯାଇଥାଏ ।