ଖୁବ୍ ଶୀଘ୍ର ଲଞ୍ଚ ହେବ Vivoର ଏକ ଦମଦାର୍ ସ୍ମାର୍ଟଫୋନ୍, ଜାଣନ୍ତୁ ଡିଟେଲ୍ସ

Vivo X200 FE ଭାରତରେ ଖୁବଶୀଘ୍ର ଲଞ୍ଚ ହୋଇପାରେ । ଚୀନ୍ ବ୍ରାଣ୍ଡର ଏହି ଫୋନ୍ ଭାରତରେ ନୂତନ ନାମ Vivo X200 Pro Mini ନାମରେ ଉପସ୍ଥାପନ କରାଯାଇପାରେ । ଏହି ଫୋନ୍ ଖାସତ କଥା ହେଉଛି ଯେ ଏଥିରେ ୫୦MP ର ତିନୋଟି କ୍ୟାମେରା ମିଳିପାରିବ । Vivo ନିଜର ଏହି ଫୋନକୁ କିଛି ସମୟ ପୂର୍ବରୁ ହୋମ୍ ମାର୍କେଟରେ ଲଞ୍ଚ କରିଛି । ଏହା ବ୍ୟତୀତ, Vivo ଭାରତରେ X200 Ultra ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ଏକ ରିପୋର୍ଟ ଅନୁଯାୟୀ, Vivo ର ଏହି ଫୋନ୍ ଜୁନ୍ ଶେଷ କିମ୍ବା ଜୁଲାଇ ଆରମ୍ଭରେ ଲଞ୍ଚ କରାଯାଇପାରେ । ଏଥି ସହ ଏହି ଫୋନରେ ଅନେକ ଫିଚର୍ସ ମଧ୍ୟ ପ୍ରକାଶ ପାଇଛି । Vivo X200 Pro Mini କୁ ଭାରତରେ MediaTek Dimensity 9400e ପ୍ରୋସେସର ସହିତ ଲଞ୍ଚ କରାଯାଇପାରିବ । ଚୀନରେ ଏହି ଫୋନଟି ୧୨ GB RAM + ୨୫୬GB ଷ୍ଟୋରେଜରେ ଉପସ୍ଥାପନ କରାଯାଇଛି । ଯାହାର ପ୍ରାଇସ୍ CNY ୪୬୯୯ ଅର୍ଥାତ୍ ୫୬,୦୦୦ ଟଙ୍କା ରହିଛି । ଭାରତରେ ଏହି ଫୋନଟି ମିଡ୍ ବଜେଟରେ ଲଞ୍ଚ ହୋଇପାରେ ।

ଫିଚର୍ସ :
Vivo ର ଏହି ଫୋନ୍ ୬.୩୧ ଇଞ୍ଚର କମ୍ପାକ୍ଟ ଡିସପ୍ଲେ ସହିତ ଆସିପାରେ । ଏଥିରେ ୧.୫K LTPO OLED ଡିସପ୍ଲେ ରହିବ, ଯାହା ୧୨୦Hz ରିଫ୍ରେସ୍ ରେଟ୍ ଫିଚକୁ ସପୋର୍ଟ କରିବ । Vivo ର ଏହି ଫୋନ୍ ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିବ । ଏଥି ସହ ଫୋନରେ ୫୦MP ର ମେନ୍ ଏବଂ ୫୦MP ର ଟେଲିଫଟୋ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ସ୍ମାର୍ଟଫୋନରେ ୫୦MP ର କ୍ୟାମେରା ମଧ୍ୟ ଦିଆଯାଇପାରେ । ଏହି ଫୋନରେ ୯୦W ର ଫାଷ୍ଟ ଚାର୍ଜିଂ ଫିଚର ମିଳିବ । ହେଲେ ଏହି ଫୋନର ବ୍ୟାଟେରୀ ଡିଟେଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Vivo X200 FE କୁ ଚୀନରେ Vivo S30 Pro Mini ନାମରେ ଲଞ୍ଚ କରାଯାଇପାରିବ । ଏଥି ସହ ଫୋନରେ MediaTek Dimensity 9400e ମଧ୍ୟ ମିଳିବ । ଏହା ବ୍ୟତୀତ, ଫୋନର ଅନେକ ଫିଚର୍ସ ମଧ୍ୟ X200 FE ସହିତ ସମାନ ହେବ । Vivo ନିକଟରେ ଚୀନ୍ ମାର୍କେଟରେ iQOO Z10 Turbo ସିରିଜ ଲଞ୍ଚ କରିବାର ଘୋଷଣା କରିଛି, ଯେଉଁଥିରେ ଏକ ବଡ଼ ୭,୬୨୦mAh ର ବ୍ୟାଟେରୀ ମଧ୍ୟ ମିଳିପାରିବ ।