ଶସ୍ତାରେ କିଣିପାରିବେ OnePlus ର 5G ସ୍ମାର୍ଟଫୋନ, ଜାଣନ୍ତୁ ଡିଟେଲ୍ସ

ଯଦି ଆପଣ କମ୍ ମୂଲ୍ୟରେ OnePlus 5G ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ରହିଛି । ଅନଲାଇନ୍ ସପିଂ ୱେବସାଇଟ୍ Amazon India ରେ OnePlus Nord CE 4 Lite 5G ସ୍ମାର୍ଟଫୋନ୍ ଶସ୍ତାରେ କିଣିବା ପାଇଁ ଭଲ ସୁଯୋଗ ରହିଛି । ଏହି OnePlus ସ୍ମାର୍ଟଫୋନ୍ ବର୍ତ୍ତମାନ ବଡ଼ ଡିସକାଉଣ୍ଟ ଏବଂ ବ୍ୟାଙ୍କ ଡିସକାଉଣ୍ଟ ସହିତ ଉପଲବ୍ଧ, ଯେଉଁଥିପାଇଁ ଆପଣ ଏହି ଫୋନଟିକୁ ଆହୁରି ଶସ୍ତାରେ ପାଇପାରିବେ ।
OnePlus Nord CE 4 Lite 5G ସ୍ମାର୍ଟଫୋନକୁ କମ୍ପାନୀ ୧୯,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଥିଲା । ବର୍ତ୍ତମାନ ଏହି ଫୋନଟି ମାତ୍ର ୧୬,୯୯୯ ଟଙ୍କାରେ କିଣାଯାଇପାରିବ, ଅର୍ଥାତ୍ OnePlus ର ଅଫରଡେବଲ୍ 5G ଫୋନକୁ ୩,୦୦୦ ଟଙ୍କା ଡିସକାଉଣ୍ଟରେ କିଣାଯାଇପାରିବ । ୩,୦୦୦ ଟଙ୍କା ଡିସକାଉଣ୍ଟ ପାଇବା ପାଇଁ ଆପଣଙ୍କୁ କିଛି ବ୍ୟାଙ୍କର କାର୍ଡ ବ୍ୟବହାର କରି ପେମେଣ୍ଟ କରିବାକୁ ପଡିବ । ଏଠାରେ ଆପଣଙ୍କୁ ଡିଟେଲ୍ସରେ ସୂଚନା ଦେଉଛୁ ।
OnePlus Nord CE 4 Lite 5G ର ଅଫର୍ସ :
• ଲଞ୍ଚ ପ୍ରାଇସ୍: ୧୯,୯୯୯ ଟଙ୍କା
• ବର୍ତ୍ତମାନ ପ୍ରାଇସ୍ : ୧୭,୯୯୯ ଟଙ୍କା
• ଡିକାଉଣ୍ଟ : ୨,୦୦୦ ଟଙ୍କା
• ବ୍ୟାଙ୍କ ଅଫର : ୧,୦୦୦ ଟଙ୍କା ପର୍ଯ୍ୟନ୍ତ
OnePlus ର ଏହି ଫୋନ୍ RBL, OneCard, Federal Bank ଏବଂ BOBCARD କ୍ରେଡିଟ୍ କାର୍ଡରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଉଛି । ଏହା ବ୍ୟତୀତ ଯଦି ଆପଣ ICICI ଏବଂ HDFC ଡେବିଟ୍ କାର୍ଡ କିମ୍ବା ATM card ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଆପଣଙ୍କୁ କେବଳ ୭୫୦ ଟଙ୍କାର ଡିସକାଉଣ୍ଟ ମିଳିବ । ଅର୍ଥାତ୍ ICICI ଏବଂ HDFC ବ୍ୟାଙ୍କ୍ ଡେବିଟ୍ କାର୍ଡ ମାଧ୍ୟମରେ ଫୋନଟି ୧୭,୨୪୯ ଟଙ୍କାରେ କିଣାଯାଇପାରିବ ।
OnePlus Nord CE 4 Lite 5G ସ୍ମାର୍ଟଫୋନକୁ ଅନଲାଇନ୍ ସପିଂ ପ୍ଲାଟଫର୍ମ Amazon India ରୁ ୩୦୦୦ ଟଙ୍କାର ବଡ଼ ଡିସକାଉଣ୍ଟ ସହିତ କିଣାଯାଇପାରିବ । ଏହା ସହିତ ଯଦି ଆପଣ ଏଡିସନ୍ ଡିସକାଉଣ୍ଟ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିପାରିବେ । ପୁରୁଣା ସ୍ମାର୍ଟଫୋନର ମଡେଲ୍ ଏବଂ କଣ୍ଡିସନ୍ ଉପରେ ନିର୍ଭର କରେ ।
ଡିସପ୍ଲେ :
OnePlus Nord CE 4 Lite 5G ସ୍ମାର୍ଟଫୋନରେ ୧୨୦ Hz ରିଫ୍ରେସ୍ ରେଟ୍ ସହିତ ୬.୬ ଇଞ୍ଚ FHD+ AMOLED ଦିଆଯାଇଛି । ଏହି ଫୋନର ଡିସପ୍ଲେର ପିକ୍ ବ୍ରାଇଟନେସ୍ ୨୧୦୦nits ରହିଛି ।
OnePlus ର ଏହି ଫୋନରେ Qualcomm ର Snapdragon 695 ଚିପସେଟ୍ ଦିଆଯାଇଛି । ଏହା ଫୋନ Android 14 ଉପରେ ବେସ୍ଡ OxygenOS 14.0 ରେ ଚାଲିଥାଏ, ଯାହା ଦୁଇ ବର୍ଷ ପାଇଁ ଅପଡେଟ୍ ମିଳିବ ।
OnePlus ର ଏହି ଫୋନକୁ ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ସହିତ ରିଲିଜ୍ କରାଯାଇଛି । ଏହା ସହିତ ଫୋନରେ ୮GB ଭର୍ଚୁଆଲ RAM ର ସପୋର୍ଟ ମଧ୍ୟ ମିଳିଥାଏ । ଏହି ଫୋନର ଆଉ ଏକ ଭ୍ୟାରିଆଣ୍ଟ ଅଛି, ଯେଉଁଥିରେ ୨୫୬ GB ଷ୍ଟୋରେଜ୍ ଅଛି ।
କ୍ୟାମେରା :
OnePlus ର ଏହି ଫୋନରେ ୫୦MP ଡୁଆଲ୍ ରିୟର କ୍ୟାମେରା ମିଳିଥାଏ, ଯାହା ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ (OIS) ଏବଂ ଇଲେକ୍ଟ୍ରିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ (EIS) ସପୋର୍ଟ ସହିତ ଆସିଥାଏ । ଏହା ସହିତ ୧୬ MP ର ଫ୍ରଣ୍ଟ କ୍ୟାମେରା ମିଳିଥାଏ ।
ବ୍ୟାଟେରୀ ଏବଂ ଚାର୍ଜିଂ :
ଏହି ଫୋନରେ ୫,୫୦୦mAh ର ବ୍ୟାଟେରୀ ସହିତ ୮୦W SUPERVOOC ଫାଷ୍ଟ ଚାର୍ଜିଂ ରହିଛି ।