ନିଜ 4G ସିମକୁ 5Gରେ କନଭର୍ଟ କରିବା ପାଇଁ ଏଭଳି ସ୍କାମର୍ସଙ୍କ ଠୁ ଦୂରେଇ ରୁହନ୍ତୁ, ଅଜଣା ଲିଙ୍କକୁ ଆଦୌ କ୍ଲିକ କରନ୍ତୁ ନାହିଁ

ଯଦି ଆପଣ ବି ନିଜ 4G ସିମକୁ 5G ରେ କନଭର୍ଟ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସତର୍କ ରୁହନ୍ତୁ। ଜଲଦି ଜଲଦି ରେ ଏମିତି କିଛି ଭୁଲ କରନ୍ତୁ ନାହିଁ ଯେଉଁଥିରେ ପରେ ଆପଣଙ୍କୁ ସମସ୍ୟା ଭୋଗିବାକୁ ପଡ଼ିବ। 5G ସିମକୁ ଅପଗ୍ରେଡ କରିବା ପାଇଁ ଏବେ ଅନେକ ଫ୍ରଡ ମାନଙ୍କ କଥା ସାମ୍ନାକୁ ଆସିଛି। ଯେଉଁମାନେ ଏହି ସୁବିଧା ଦେବା ନାଁରେ ଲୋକଙ୍କୁ ଠକୁ ଛନ୍ତି।

ଭାରତରେ 5G ସର୍ଭିସ ର ଶୁଭାରମ୍ଭ ହୋଇସାରିଛି। ଏମିତିରେ ଅନେକ ୟୁଜର୍ସ ଏହାର ଫାଇଦା କୌଣସି ବଳେ ପାଇବାକୁ ଚେଷ୍ଟା କରୁଛନ୍ତି। ଲୋକମାନେ ନିଜ 4G ସର୍ଭିସକୁ ଛାଡ଼ି 5G ନେଟଓ୍ଵାର୍କକୁ ଅପଗ୍ରେଡ କରିବା ପାଇଁ ଲାଗିଛନ୍ତି। ଏମିତିରେ ଅନେକ ଗ୍ୟାଙ୍ଗ ବା ହାକର୍ସ ଏବେ ସକ୍ରିୟ ହୋଇଥିବାର ଖବର ସାମ୍ନାକୁ ଆସିଛି। ଯେଉଁମାନେ ୟୁଜର୍ସଙ୍କୁ 5G ସର୍ଭିସ ଦେବା ନାଁରେ ଠକୁଛନ୍ତି। ଆପଣ ଯଦି ଏହି ରେସ୍‌ ରେ ଅଛନ୍ତି ତେବେ ନିଶ୍ଚିତ ଭାବେ ସତର୍କ ରୁହନ୍ତୁ। ତରତର ଭାବେ କିଛି ଏମିତି ଭୁଲ କାମ କରନ୍ତୁ ନାହିଁ।

କିଛି ଦିନ ପୂର୍ବେ ୫ଜି ସର୍ଭିସ ର ଶୁଭାରମ୍ଭ ହୋଇଛି। ମୁମ୍ବାଇ, ଦିଲ୍ଲୀ ସମେତ କୋଲକତା ଓ ବାରଣାସୀରେ ଏହାକୁ ଆରମ୍ଭ କରାଯାଇଛ ି। ଏହି ସର୍ଭିସ ଆରମ୍ଭ ହେବାର ସଙ୍ଗେ ସଙ୍ଗେ ଏୟାରଟେଲ ୫ଜି ପ୍ଲସ ସର୍ଭିସ ଦେଶର ୮ଟି ସହରରେ ଆରମ୍ଭ ହୋଇଥିଲା। ଏମିତିରେ ୫ଜି ସିମ ଅପଗ୍ରେଡ ପାଇଁ ୟୁଜର୍ସଙ୍କୁ ଅନେକ ମେସେଜ ଆସୁଛି । ଏହାସହ ଲିଙ୍କ ମଧ୍ୟ ଆସୁଛି। ଅନେକ ଏହି ଲିଙ୍କ ଉପରେ କ୍ଲିକ କରିବା ପରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଉଛି। ଏମିତି ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଆଲର୍ଟ ଜାରି କରାଯାଇଛି। ଏମିତିରେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଆଉ କୌଣସି ଅଜଣା ଲିଙ୍କକୁ କ୍ଲିକ କରିବାକୁ ମନା କରାଯାଇଛି।

ସୂଚନା ଏଭଳି ଆସିଛି ଯେ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ୫ଜି ସେବା ଆରମ୍ଭ ହେବ ସେତେବେଳେ ସମସ୍ତଙ୍କୁ ଏହା ସମ୍ପର୍କରେ ନିର୍ଦ୍ଦେଶ ଦିଆଯିବ। ଯଦି ଏବେଠୁ ୟୁଜର୍ସ ଜଲଦି ଜଲଦିରେ ନିଜ ୪ଜି ସିମ କୁ ୫ଜି ରେ କନଭର୍ଟ କରିବାକୁ ଚାହିଁବେ ତେବେ ଫସିବାର ସମ୍ଭାବନା ଅଧିକ ରହିଛି। ଅନେକ ଥର ସର୍ଟକର୍ଟ ଆପଣାଇବା କାରଣରୁ ଅନେକ ଅସୁବିଧା ହୋଇଥାଏ। ତେଣୁ ଏଭଳି ସ୍କାମରୁ ଦୂରେଇ ରୁହନ୍ତୁ। କୌଣସି ଅଜଣା ଲିଙ୍କକୁ କ୍ଲିକ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.