ମାତ୍ର ୧୦ ହଜାର ଭିତରେ ଦମଦାର ଫିଚର୍ସର ୩ଟି ଶସ୍ତା 5G ସ୍ମାର୍ଟଫୋନ୍, ଚାଲିବ ସୁପରଫାଷ୍ଟ ଇଣ୍ଟରନେଟ୍

Jio ଏବଂ Airtel ଦୁଇ ବର୍ଷ ପୂର୍ବେ ଭାରତରେ 5G ସର୍ଭିସ ଲଞ୍ଚ କରିଥିଲା ଏବଂ Vodafone-Idea ମଧ୍ୟ ଏହାର 5G ସର୍ଭିସ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଗତ ଦୁଇ ବର୍ଷ ମଧ୍ୟରେ ଭାରତରେ 5G ସ୍ମାର୍ଟଫୋନର ସେଲ୍‌ ବହୁତ୍‌ ବଢ଼ିଛି । ବର୍ତ୍ତମାନ ଭରାରତରେ ସେଲ୍‌ ହେଉଥିବା ଅଧିକାଂଶ ସ୍ମାର୍ଟଫୋନ 5G ନେଟଓ୍ୱାର୍କ ସପୋର୍ଟ ସହିତ ଆସିଥାଏ । ଯଦି ଆପଣ 4G ରୁ 5G ସ୍ମାର୍ଟଫୋନକୁ ମଧ୍ୟ ଚେଞ୍ଜ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ତିନୋଟି ଶସ୍ତା 5G ସ୍ମାର୍ଟଫୋନ ବିଷୟରେ କହିବୁ ।

Samsung Galaxy A14 5G :

ଚଳିତ ବର୍ଷ ଲଞ୍ଚ ହୋଇଥିବା Samsung ର ବଜେଟ୍‌ ଫ୍ରେଣ୍ଡଲି 5G ସ୍ମାର୍ଟଫୋନରେ 4GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ମିଳିଥାଏ । ଯାହାକୁ ଆପଣ ମାଇକ୍ରୋ କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରିପାରିବେ । ଏହି ଫୋନର ପ୍ରାଇସ୍‌ ୯,୯୯୯ ଟଙ୍କା, ଯାହା ଲଞ୍ଚ ମୂଲ୍ୟଠାରୁ ବହୁତ କମ୍‌ ଅଛି । ଏହି ଫୋନରେ ୬.୬ ଇଞ୍ଚ FHD+ ଡିସପ୍ଲେ ଦିଆଯାଇଛି । ଏହି Samsung ଫୋନ ୫୦୦୦mAh ବ୍ୟାଟେରି ଏବଂ ୨୫W ଚାର୍ଜିଂ ଫିଚରର ସପୋର୍ଟ କରିଥାଏ । ଫୋନ Exynos 1330 ପ୍ରୋସେସର ଉପରେ କାମ କରିଥାଏ । ଏଥିରେ ୫୦MP ର ମେନ୍‌ ଏବଂ ୨MP ସେକାଣ୍ଡାରୀ କ୍ୟାମେରା ଅଛି । ଏହି ଫୋନ ୧୩MP ସେଲଫି କ୍ୟାମେରା ସହିତ ଆସିଥାଏ ।

Motorola G45 5G :

Motorola ଏହି ବଜେଟ୍‌ ଫ୍ରେଣ୍ଡଲି 5G ସ୍ମାର୍ଟଫୋନରେ ୪GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ଅଛି । ଯାହାକୁ ଆପଣ ମାଇକ୍ରୋ କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରିପାରିବେ । ଏହି ଫୋନର ପ୍ରାଇସ୍‌ ୯,୯୯୯ ଟଙ୍କା ଅଛି । ଫୋନରେ ୬.୫ ଇଞ୍ଚର HD+ ଡିସପ୍ଲେ ରହିଛି । ଏହି ଫୋନ ୫୦୦୦mAh ର ବ୍ୟାଟେରି ଏବଂ ଫାଷ୍ଟ ଚାର୍ଜିଂ ଫିଚରର ସପୋର୍ଟ କରିଥାଏ । ଫୋନ Qualcomm Snapdragon 6s Gen 3 ପ୍ରୋସେସର ଉପରେ କାମ କରିଥାଏ । ଏଥିରେ ୫୦MP ର ମେନ୍‌ ଏବଂ ୨MP ର ସେକେଣ୍ଡାରି କ୍ୟାମେରା ରହିବ । ଏହି ଫୋନ ୧୬MP ସେଲଫି କ୍ୟାମେରା ସହିତ ଆସିଥାଏ ।

POCO M6 5G :

POCO ଏହି ବଜେଟ୍‌ ଫ୍ରେଣ୍ଡଲି 5G ସ୍ମାର୍ଟଫୋନରେ ୬GB RAM ଏବଂ ୧୨୮GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍‌ ଅଛି । ଯାହାକୁ ଆପଣ ମାଇକ୍ରୋ କାର୍ଡ ମାଧ୍ୟମରେ1TB ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରିପାରିବେ । ଏହି ଫୋନର ପ୍ରାଇସ୍‌ ୯,୯୯୯ ଟଙ୍କା । ଫୋନରେ ୬.୭୪ ଇଞ୍ଚ HD+ ଡିସପ୍ଲେ ରହିଛି । ଏହି ଫୋନ ୫୦୦୦mAh ର ବ୍ୟାଟେରି ଏବଂ ଫାଷ୍ଟ ଚାର୍ଜିଂ ଫିଚରର ସପୋର୍ଟ କରିଥାଏ । ଏଥିରେ MediaTek Dimensity 6100+ପ୍ରୋସେସର ମିଳିବ । ଏଥିରେ ୫୦MP ର ମେନ୍‌ ଏବଂ ଏକ ସେକେଣ୍ଡାରୀ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୫MP ର କ୍ୟାମେରା ଦିଆଯାଇଛି ।

You might also like