ବିମାନରେ ବି ଏବେ ମିଳିବ 5Gର ମଜା, ଚଳାଇ ପାରିବେ ହ୍ଵାଟ୍ସଆପ୍‌ ଓ ୟୁଟୁବ୍‌

ନୂଆଦିଲ୍ଲୀ : ଆମେ ସ୍ମାର୍ଟ ଫୋନରେ ଅଧିକାଂଶ ସମୟରେ Gmail, WhatsApp, Facebook, Twitter, Instagram या Youtube କିଛି ନା କିଛି ଚଳାଇଥାଉ । କେହି କେହି ସର୍ବଦା ନିଜର ଫୋନରେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଇଥାନ୍ତି । ହେଲେ ଯେବେ ଆମେ ବିମାନରେ ଯାତ୍ରା କରିଥାଉ ଏହି ସବୁ ସେବା ବନ୍ଦ ହୋଇ ଯାଇଥାଉ । କାରଣ ସେଠାରେ ମୋବାଇଲ ସେବା ଆସିନଥାଏ, ଯଦି ବି ଆସିଯାଏ ମୋବାଇଲ ଚଳାଇବାକୁ ଅନୁମତି ନଥାଏ । ଯେଉଁଥିପାଇଁ ବିମାନରେ ଯାତ୍ରା କଲାବେଳେ ଲୋକେ ବହୁତ ବୋର ହୋଇଥାନ୍ତି ।

ଫଳରେ ଦୁନିଆର ସବୁ ବିମାନ କମ୍ପାନୀ ଯାତ୍ରା ବେଳେ ନିଜର ମୋବାଇଲକୁ ବନ୍ଦ ଅବା ଏରୋପ୍ଲେନ ମୋଡରେ ରଖିବାକୁ କହିଥାନ୍ତି । ଯେଉଁଥିପାଇଁ ପ୍ଲେନ ଉଡିବା ସମୟରେ ଅସୁବିଧା ନହେଉ । କାରଣ ମୋବାଇଲ ଫ୍ରିକ୍ୱେନ୍ସି ଯେପରି ବିମାନ ସିଷ୍ଟମରେ ଅସୁବିଧା ସୃଷ୍ଟି ନକରୁ । ହେଲେ ଏବେ ବିମାନରେ ବି ଆପଣ ମୋବାଇଲରେ ଇଣ୍ଟରନେଟର ମଜା ନେଇପାରିବେ ।

ବିମାନରେ ବି ମିଳିବ 5Gର ମଜା

ମିଡିଆ ରିପୋର୍ଟ ଅନୁଯାୟୀ, ୟୁରୋପରେ ଏୟାରଲାଇନ୍ସ କମ୍ପାନୀ ଯାତ୍ରୀଙ୍କୁ ବିମାନରେ ଇଣ୍ଟରନେଟ ସେବା ଯୋଗାଇବେ ବୋଲି ୟୁରୋପିୟାନ ପରିଷଦ ନିଷ୍ପତ୍ତି ନେଇଛି । ସେତିକି ନୁହେଁ ସବୁ ଯାତ୍ରୀଙ୍କୁ ବିମାନରେ 5Gର ସେବା ମିଳିବ ବୋଲି ଜଣାଯାଇଛି । ଏହି ସେବା ଆସନ୍ତା ୩୦ ଜୁନ ୨୦୨୩ ମଧ୍ୟରେ ମିଳିବ ବୋଲି ପରିଷଦ ନିଷ୍ପତ୍ତି ନେଇଛି ।

ଅର୍ଥାତ ଏବେ କୌଣସି ଦେଶର ଯାତ୍ରୀ ବିମାନ ଯାତ୍ରା ବେଳେ ୟୁରୋପ ସୀମାରେ ପ୍ରବେଶ କଲା ମାତ୍ରେ ଏହି 5Gର ସେବା ପାଇପାରିବେ । ଯାତ୍ରୀ ଫୋନ କରିବା ସହ Gmail, WhatsApp, Facebook, Twitter, Instagram या Youtube ର ମଜା ନେଇପାରିବେ ।

ଏବେ ବିମାନରେ କେମିତି ମିଳିବ 5Gର ଇଣ୍ଟରନେଟ୍‌ ସେବା

ରିପୋର୍ଟ ଅନୁସାରେ, ୟୁରୋପିୟନ ଏୟାରଲାଇନ୍ସ କମ୍ପାନୀ ବିମାନରେ ହାଇସ୍ପିଡ ଇଣ୍ଟରନେଟ ଉପଲବ୍ଧ କରାଇବା ପାଇଁ ଯେଉଁ ଉପକରଣର ବ୍ୟବହାର କରିବେ, ତାହା ସାଟେଲାଇଟ ମାଧ୍ୟମରେ ପୃଥିବୀ ପୃଷ୍ଟରେ ମିଳୁଥିବା ମୋବାଇଲ ନେଟଓ୍ଵର୍କ ସହ ଯୋଡା ଯାଇପାରିବ । ଏଥିରେ 100 MBPS ଉପରେ 5Gର ସ୍ପିଡ ମିଳିବ । ଯଦି ଏହି ସେବା ୟୁରୋପରେ ସଫଳତାର ସହ କାର୍ଯ୍ୟକଲା,ତେବେ ସାରା ଦୁନିଆରେ ବିମାନରେ ଇଣ୍ଟରନେଟ ସୁବିଧା ମିଳିଯିବ ଏଥିରେ ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.