6G ସମ୍ବନ୍ଧୀୟ ବଡ ସୂଚନା ଟେଲିକମ୍ ଇକ୍ୱିପମେଣ୍ଟ ଏବଂ ନେଟଓ୍ୱାର୍କ ଡିପ୍ଲାଏମେଣ୍ଟ କମ୍ପାନୀ Ericsson ଦ୍ୱାରା ଶେୟାର କରାଯାଇଛି । Ericsson କହିଛନ୍ତି ଯେ 5G SA ଏବଂ 5G Advanced ର ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି । ଏହା ପରେ 6G ସମଗ୍ର ଟେଲିକମ୍ ସେକ୍ଟରକୁ ଶୀଘ୍ର ପରିବର୍ତ୍ତନ କରିବ । କମ୍ୟୁନିକେଶନ ସର୍ଭିସ ପ୍ରୋଭାଇଡ୍ସ ଏହି ଦଶକରେ 5G କୁ ଆହୁରି ଉତ୍ତମ ଉପାୟରେ ଲୋକଙ୍କ ପାଖରେ ପହଁଞ୍ଚାଇବାପାଇଁ କାମ କରୁଛି । ଏକ ରିପୋର୍ଟ ଜାରି କରି କମ୍ପାନୀ କହିଛି ଯେ ନୂଆ କ୍ୟାପାବିଲିଟି ଆସିବା ପରେ ୟୁଜର୍ସମାନଙ୍କ ଦ୍ୱାରା ଡାଟା ବ୍ୟବହାର ପରିମାଣ ଆହୁରି ବଢ଼ିଯିବ ।
ନଭେମ୍ବର ୨୦୨୪ ର ରିପୋର୍ଟରେ ଟେକମ୍ କମ୍ପାନୀ କହିଛି ଯେ ୨୦୩୦ ର ଆରମ୍ଭରେ 6G ନୟୋଜିତ ହେବ । ବର୍ତ୍ତମାନ ଭାରତ, ଜାପାନ, ଦକ୍ଷିଣ କୋରିଆ, ଆମେରିକା ଏବଂ ଚିନ୍ ଭଳି ଦେଶରେ 6G କମ୍ୟୁନିକେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଦୁନିଆରେ ୩୨୦ ଟେଲିକମ୍ ଅପରେଟର କର୍ମସିଆଲ ଭାବରେ 5G SA (Stand Alone) ନେଟଓ୍ୱାର୍କ ସର୍ଭିସ ଯୋଗାଉଛନ୍ତି । ଏଡା ସମଗ୍ର ବିଶ୍ୱରେ ମାତ୍ର ୨୦% ରହିଛି । ୨୦୩୦ ସୁଦ୍ଧା 5G SA ବିଶ୍ୱରେ ୬୦% ୟୁଜର୍ସଙ୍କ ପାଖରେ ପହଞ୍ଚିବ ।
5G ନେଟଓ୍ୱାର୍କ ଡିପ୍ଲାଏ କରିବାରେ ଭାରତ ବର୍ତ୍ତମାନ ଦ୍ରୁତତମ ଦେଶ ହୋଇଛି । Airtel ଏବଂ Jio ଉଭୟ ମିଶି ଦେଶରେ ପ୍ରାୟ ସମସ୍ତ ଜିଲ୍ଲାରେ କର୍ମସିଆଲ 5G ସର୍ଭିସ ପହଞ୍ଚାଇଛନ୍ତି । ତଥାପି, Airtel ୟୁଜର୍ସମାନଙ୍କୁ NSA ଅଥାର୍ତ ନନ୍ ଷ୍ଟାଣ୍ଡ ଏଲୋନ 5G ନେଟଓ୍ୱାର୍କ ଯୋଗାଇ ଦେଇଛି ଯାହାକି ଏକ ଟେମ୍ପରାରୀ ସଲ୍ୟୁସନ୍ ବୋଲି କୁହାଯାଏ । ଏହା 4G ଇନଫାଷ୍ଟ୍ରକ୍ଚର ଉପରେ ବେସ୍ଡ ହୋଇଥାଏ । ସେହି ଭଳି Jio ବର୍ତ୍ତମାନ ୟୁଜର୍ସମାନଙ୍କୁ 5G SA ସର୍ଭିସ୍ ଯୋଗାଉଛି । ଯେଉଁଥିରେ 5G ସର୍ଭିସ୍ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଇନଫାଷ୍ଟ୍ରକ୍ଚର ଲଗାଯାଇଛି ।
ରିପୋର୍ଟ ଏହି ବିଷୟ ଉପରେ ଫୋକସ କରିଥାଏ ଯେ ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ନେଟଓ୍ୱାର୍କ କ୍ୟାପାବିଲିଟିକୁ ବଢ଼ାଇବା ପାଇଁ ଆଡଭାନ୍ସଡ 5G ଉପରେ କାମ କରିବେ । 5G ଆଡଭାନ୍ସଡରେ ଅଧିକ କ୍ୟାପାସିଟି ସହିତ ୟୁଜର୍ସମାନେ ସର୍ଭିସ ଏକ୍ସପେରିଏନ୍ସ କରିବାରେ ସୁଯୋଗ ପାଇବେ ।
୨୦୩୦ ସୁଦ୍ଧା 5G ଆଡଭାନ୍ସ ସମ୍ପୂର୍ଣ୍ଣ ଭାବରେ ଡିପ୍ଲାଏ ହେବା ପରେ ଫିକ୍ସଡ ଓ୍ୱାୟାରଲେସ୍ ଆକ୍ସେସ ମାଧ୍ୟମରେ ମୋବାଇଲ ଡାଟା ଟ୍ରାଫିକ୍ ବର୍ତ୍ତମାନ ତୁଳନାରେ ତିନି ଗୁଣ ବୃଦ୍ଧି ପାଇବ ବୋଲି ସମ୍ଭାବନା ରହିଛି । ବିଶେଷ କରି ଜେନେରେଟିଭ୍ AI ର ଆଗମନ ସହିତ ଭିଡିଓ କଞ୍ଜପସନ୍ ଏବଂ ଅପଲିଙ୍ଗ ଟ୍ରାଫିକ୍ ଦ୍ରୁତ ଗତିରେ ବୃଦ୍ଧ ପାଉଛି । ବର୍ତ୍ତମାନ ଭାରତରେ ସବୁଠୁ ଅଧିକ ମୋବାଇଲ୍ ଇଣ୍ଟରନେଟ୍ ଡାଟାର ବ୍ୟବହାର ହେଉଛି, ଯାହା ୟୁଜର୍ସମାନଙ୍କ ପାଇଁ ପ୍ରାୟ ୩୨GB ପର୍ଯ୍ୟନ୍ତ ରହିଛି । ୨୦୩୦ ସୁଦ୍ଧା ଏହା ୬୬GB ପର୍ଯ୍ୟନ୍ତ ପହଞ୍ଚିପାରେ ।