iPhone ୟୁଜରଙ୍କ ଠାରୁ ଅଧିକ ଭଲରେ ଗାଡ଼ି ଚଲାନ୍ତି ଆଣ୍ଡ୍ରଏଡ ୟୁଜର: ନ୍ୟୁ ରିସର୍ଚ୍ଚ

କୌଣସି ଫୋନ୍ ପସନ୍ଦ କରିବା ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିପାରେ। ଏହା ବର୍ତ୍ତମାନ ପ୍ରମାଣିତ ହୋଇଛି ଏକ ନୂଆ ରିସର୍ଚ୍ଚ ମାଧ୍ୟମରେ। ନୂଆ ରିସର୍ଚ୍ଚ ଅନୁଯାୟୀ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ଗାଡ଼ି ଚଲାଇବା ପ୍ରଣାଳୀ
ଆଇଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ଠାରୁ ଖୁବ୍ ଭଲ । ସେମାନେ ଅତି ଯତ୍ନର ସହିତ ଡ୍ରାଇଭିଙ୍ଗ କରିଥାନ୍ତି, ଯାହା ଏକ ନୂଆ ରିସର୍ଚ୍ଚରୁ ଜଣା ପଡ଼ିଛି।

ଏକ ନୂଆ ଅନୁସନ୍ଧାନ ଅନୁଯାୟୀ, ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଆଇଫୋନ୍ ବ୍ୟବହାରକାରୀଙ୍କ ଅପେକ୍ଷା ଭଲ ଭାବେ ଗାଡ଼ି ଚଲାଇ ପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ୧୩ ଲକ୍ଷ କିଲୋମିଟର ଡ୍ରାଇଭିଂ ସମୟରେ ସଂଗୃହିତ ହୋଇଥିବା ୨୦ ହଜାର ଡ୍ରାଇଭରଙ୍କ ଡ୍ରାଇଭିଂ ଆଚରଣକୁ ଏହା ବିଶ୍ଳେଷଣ କରାଯାଇଛି।

କରାଯାଇଥିବା ସମସ୍ତ ପରୀକ୍ଷଣରେ, ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ଆଇଫୋନ୍ ଉପଭୋକ୍ତାମାନଙ୍କ ଠାରୁ ଭଲ ଭାବେ ଗାଡ଼ି ଚଲାଇ ଥିଲେ।ପ୍ରତ୍ୟେକ ବର୍ଗରେ ଆଇଫୋନ୍ ବ୍ୟବହାରକାରୀଙ୍କ ଅପେକ୍ଷା ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ଅଧିକ ସୁରକ୍ଷିତ ଡ୍ରାଇଭିଂ ସ୍କୋର ହାସଲ କରିଛନ୍ତି। ସାମଗ୍ରିକ ସୁରକ୍ଷିତ ଡ୍ରାଇଭିଙ୍ଗ, ସ୍ପିଡ କଣ୍ଟ୍ରୋଲ,ଟର୍ନି, ବ୍ରେକିଂ ଷ୍ଟାଇଲ ଭଳି କୌଶଳରେ ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ୟୁଜର ଅତି ସଚେତନ ସହିତ ସବୁ କରିଥାଆନ୍ତି। ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ପ୍ରତ୍ୟେକ ଥର ଭଲ ଭାବେ ଗାଡ଼ି ଚଲାଇଥିବା ଠିକ୍ ଭାବେ ପ୍ରମାଣିତ ହୋଇଛି ଆଇଫୋନ୍ ୟୁଜରଙ୍କ ଠାରୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.